Advertisment

‘ପଞ୍ଜାବ ସରକାର ଭୁଲ୍‌ ନୁହେଁ ପାପ କରିଛନ୍ତି, ତାଙ୍କୁ ବରଖାସ୍ତ କରାଯିବା ଦରକାର’

ଏଭଳି ପାପ କରିବା ପରେ ଏହି ସରକାର କ୍ଷଣେ ମାତ୍ର ରହିବା ଉଚିତ ନୁହେଁ କହିଲେ ଅମରିନ୍ଦର । ପଞ୍ଜାବ ସରକାରକୁ ତୁରନ୍ତ ବରଖାସ୍ତ କରିବାକୁ କହିଲେ ଅମରିନ୍ଦର ସିଂହ ।

ଅଦ୍ୟତନ ହୋଇଛି
Amrinder Singh

Amrinder Singh

Advertisment

‘ଏହା ପଞ୍ଜାବ ସରକାରଙ୍କ ଭୁଲ୍‌ ନୁହେଁ । ଏହା ତାଙ୍କର ପାପ ।’ ଏଭଳି ଏକ କଟୁ ସମାଲୋଚନା କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ,ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ସୀମାରୁ ୧୦ କିମି ଦୂରରେ ଯାଉଥିବା ବେଳେ ତାଙ୍କୁ ଯଦି ସୁରକ୍ଷା ଦିଆଯିବ ନାହିଁ । ତେବେ ଏହା ପଞ୍ଜାବ ସରକାରଙ୍କର ଭୁଲ୍‌ ନୁହେଁ ବରଂ ଏହା ଏକ ବଡ଼ ପାପ । ଏଭଳି ପାପ କରିବା ପରେ ଏହି ସରକାର କ୍ଷଣେ ମାତ୍ର ରହିବା ଉଚିତ ନୁହେଁ କହିଲେ ଅମରିନ୍ଦର । ପଞ୍ଜାବ ସରକାରକୁ ତୁରନ୍ତ ବରଖାସ୍ତ କରିବାକୁ କହିଲେ ଅମରିନ୍ଦର ସିଂହ । 

Advertisment

ସୂଚନାଯୋଗ୍ୟ, ପଂଜାବରେ ମୋଦିଙ୍କ ରାଲି ବାତିଲ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ସାଙ୍ଘାତିକ ତ୍ରୁଟିଥିବା ସାମ୍ନାକୁ ଆସିଛି । ତେଣୁ ମୋଦିଙ୍କ ରାଲିକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି । ୨୦ ମିନିଟ କାଳ ଏକ ଫ୍ଲାଇଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍ ଫସି ରହିଥିଲା । କିଛି ଆନ୍ଦୋଳନକାରୀ ରାସ୍ତା ଅବରୋଧ କରିଥିବାରୁ ମୋଦିଙ୍କ କାର ଫସିଥିଲା । ହୁସନିୱାଲାରେ ଥିବା ସହିଦ ସ୍ମାରକୀକୁ ଗଲା ବେଳେ ରାସ୍ତାରେ କାର୍‌କେଡ୍ ଫସିଥିଲା ।

ତେବେ ଖରାପ ପାଗ ଯୋଗୁଁ ହେଲିକପ୍ଟର ବଦଳରେ କାରରେ ଯାଉଥିଲେ ପ୍ରଧାନମନ୍ତ୍ରୀ ମୋଦି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁରକ୍ଷା ବ୍ୟବସ୍ଥା ନେଇ ପଞ୍ଜାବ ଡିଜିପିଙ୍କୁ ପୂର୍ବରୁ ଅବଗତ କରାଯିବା ପରେ ହିଁ ମୋଦି କାରରେ ଯାଉଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ବି ରାଜ୍ୟ ସରକାର ସଠିକ୍ ସୁରକ୍ଷା ବ୍ୟବସ୍ଥା କରିନଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସ୍ଥିତି ଏମିତି ହୋଇଥିଲା ଯେ, ଦୀର୍ଘ ସମୟ ଫସିରହିବା ପରେ ରାଲି ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେ ଯାହାବି ହେଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପଞ୍ଜାବ ସରକାରଙ୍କ ଏପରି ସୁରକ୍ଷା ତ୍ରୁଟିକୁ ନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment
Politics Punjab Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ