Modi On Manipur
ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ଆଜି ଅନାସ୍ଥା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖି କିଛି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୁବ୍ ଶୀଘ୍ର ମଣିପୁରରେ ବିଶ୍ୱାସ, ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ସାରା ଦେଶ ମଣିପୁର ସହ ରହିଛି । ଆଗକୁ ମଣିପୁର ପୁଣି ଦ୍ରୁତଗତିରେ ବିକାଶ ମୁହାଁ ହେବ । ଗତକାଲି ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ମୋଦି । ଭାରତମାତାଙ୍କୁ ନେଇ ଯାହା କୁହାଗଲା, ମର୍ମାହତ କରିଛିା ବିରୋଧୀଙ୍କ କଣ ହୋଇଛି? କ୍ଷମତାରୁ ଗଲେ କଣ ଏମିତି ହୁଅନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ମୋଦି ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ ଦେଇଛନ୍ତି। ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ବେଳେ କକ୍ଷତ୍ୟାଗ କରିଥିଲେ ବିରୋଧୀ । ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି ।
ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ଅନୁପସ୍ଥିତ ଥିବାରୁ ବାଚନିକ ବା ଭୟସ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ବିଜେପି ନେତୃତ୍ୱାଧୀନ ଏନଡିଏର ସବୁ ସାଂସଦ ସାମିଲ ହୋଇଥିଲେ।
ସେହିପରି ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହୋଇ ନଥିବା ବିଜେଡି, ୱାଇଏସ୍ଆର କଂଗ୍ରେସ, ବିଏସ୍ପି, ଅକାଳୀ ଦଳ, ସ୍ୱାଧୀନ ସାଂସଦ ସିମରନଜିତ ମାନ୍ ଓ ନବନୀତ ରାଣା ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତରେ ଭୟସ ଭୋଟ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691680736.jpg)