BJD Role In No confidence Motion
ଅନାସ୍ଥାକୁ ବିରୋଧ କରିବ ବିଜେଡି । ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି । କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି ।
ମିଳିତ ବିରୋଧୀ I.N.D.I.A ମୋଦି ସରକାରଙ୍କ ବିରୋଧରେ ସଂସଦରେ ଅନାସ୍ଥା ନୋଟିସ ଦେଇଛି । ତେବେ ଏହାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି । ଯେଉଁଦିନ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବ ସେଦିନ ଏହି ପ୍ରସ୍ତାବ ବିରୋଧରେ ବିଜେଡି କହିବ ବୋଲି ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟକୁ କୋଟ୍ କରି ଏଭଳି ଖବର ଦେଇଛି ପିଟିଆଇ । ସେହିପରି କେନ୍ଦ୍ର ସରକାର ଆଣୁଥିବା ଦିଲ୍ଲୀ ସର୍ଭିସେସ୍ ଅଡିନାନ୍ସ ବିଲକୁ ମଧ୍ୟ ବିଜେଡି ସମର୍ଥନ କରିବ ବୋଲି ଖବର ଦେଇଛି ପିଟିଆଇ ।
ଅନ୍ୟପଟେ ବିଜେଡି ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଜି ଆଗତ ହୋଇଥିବା ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହିତ ଏନଡିଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ । ବିଜେଡିର ଏହି ସମର୍ଥନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏବେ ସୁଦୃଢ଼ ସ୍ଥିତିକୁ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690885815.jpg)