Advertisment

‘ବିଜୁ ବାବୁ ଜଣେ ସ୍ୱାଭିମାନୀ ଓଡ଼ିଆ ଥିଲେ, ତାଙ୍କ ଆତ୍ମା ଏବେ କଷ୍ଟ ପାଉଥିବ’

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା ।

Baijayanta Panda

Baijayanta Panda

Advertisment

ଦୀର୍ଘଦିନର ଚର୍ଚ୍ଚା ପରେ ଶେଷରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ଏଥିସହ ସେ ସିଧାସଳଖ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଛନ୍ତି ।

Advertisment

ଏପଟେ ପାଣ୍ଡିଆନ୍‌ଙ୍କ ବିଜେଡିରେ ଯୋଗଦାନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଆଗରୁ ଲୁଚାଛପାରେ ଯେଉଁ କାମ କରୁଥିଲେ, ଏବେ ଖୋଲାରେ କରିବେ । କେତେ ଆସିଲେଣି ଆଉ ଗଲେଣି । କିଛି ପ୍ରଭାବ ପଡ଼ିବନି ।

ସେହିଭଳି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା । ଯାହା ନାଁରେ ଦଳ ହୋଇଛି, ସେହି ବିଜୁ ବାବୁ ସ୍ୱାଭିମାନୀ ଓଡ଼ିଆ ଥିଲେ । ତାଙ୍କ ଆତ୍ମା ଯେବେ ଦେଖୁଥିବ, ତାଙ୍କ ନାଁରେ ଗଠିତ ଦଳକୁ ଚଳାଇବାକୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେନି ତାଙ୍କ ଆତ୍ମା କଷ୍ଟ ପାଉଥିବ । ଏସବୁ ଦେଖି ବିଜୁ ବାବୁଙ୍କ ଆତ୍ମା ନିଶ୍ଚିତ ଛାଟିପିଟି ହେଉଥିବ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । ସେ ଆହୁରି କହିଛନ୍ତି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଯେଉଁ ଦଳ ଗଠନ ହୋଇଥିଲା, ସେହି ଦଳକୁ ଚଳାଇବା ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେ ନାହିଁ। 

Advertisment

ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଆଗକୁ ଶ୍ରୀ ପାଣ୍ଡିଆନଙ୍କୁ କେଉଁ ବଡ଼ ଦାୟିତ୍ୱ ମିଳୁଛି, ବିଜେଡିର ମଙ୍ଗ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ