Advertisment

World Turtle Day: ସାରା ବିଶ୍ୱରେ ହ୍ରାସ ପାଇବାରେ ଲାଗିଛି କଇଁଛ; ଡାଇନୋସର୍ ପୂର୍ବରୁ ଅଛି ଏହି ଜୀବ

ବିଶ୍ୱ କଇଁଛ ଦିବସ ପ୍ରତିବର୍ଷ ୨୩ ମେ’ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନଟି କଇଁଛମାନଙ୍କ ବିଷୟରେ ସୂଚନା ପ୍ରସାର କରିବା ଏବଂ ସେମାନ ସୁରକ୍ଷା ଦେବା ପାଇଁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ।

author-image
Pramod Behera
ଅଦ୍ୟତନ ହୋଇଛି
World Turtle Day 2023

Why is World Turtle Day celebrated every year

ବିଶ୍ୱ କଇଁଛ ଦିବସ ପ୍ରତିବର୍ଷ ୨୩ ମେ’ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନଟି କଇଁଛମାନଙ୍କ ବିଷୟରେ ସୂଚନା ପ୍ରସାର କରିବା ଏବଂ ସେମାନ ସୁରକ୍ଷା ଦେବା ପାଇଁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଆମେ ସମସ୍ତେ ଆମ ପିଲାଦିନରେ କଇଁଛ ଏବଂ ଠେକୁଆର କାହାଣୀ ଶୁଣିଥିବା। କଇଁଛ ହେଉଛି ଏକ ଏମିତି ଏକ ପ୍ରାଣୀ ଯିଏ ଏହାର ଧୀର ଗତି ପାଇଁ ଜଣାଶୁଣା। ଏହାର ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ଅଛି।

Advertisment

ଅଧିକ ପଢ଼ନ୍ତୁ: ରାଜକୀୟ ଢଙ୍ଗରେ ପାଳନ ହେଲା ବିଶ୍ୱର ସବୁଠାରୁ ବୟସ୍କ କଇଁଛର ଜନ୍ମଦିନ

ଅନେକ ଲୋକ ଏହାକୁ ଶୁଭ ବୋଲି ଭାବନ୍ତି, ସେଥିପାଇଁ ଲୋକମାନେ ମଧ୍ୟ ଏହାକୁ ଘରେ ରଖନ୍ତି। କିନ୍ତୁ ବର୍ତ୍ତମାନ ସାରା ବିଶ୍ୱରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମେ ୨୩ ରେ ‘ବିଶ୍ୱ କଇଁଛ ଦିବସ’ ପାଳନ କରାଯାଏ। ଆସନ୍ତୁ ଏହି ଦିନର ଇତିହାସ ବିଷୟରେ ଜାଣିବା।

Advertisment

ଇତିହାସ:

୧୯୯୦ ରୁ କଇଁଛ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ପ୍ରକୃତରେ, ବିଭିନ୍ନ ପ୍ରଜାତିର କଇଁଛମାନଙ୍କୁ ବଞ୍ଚାଇବା ଲକ୍ଷ୍ୟରେ ଏକ ଅଣ-ଲାଭକାରୀ ସଂଗଠନ ଆମେରିକୀୟ କଇଁଛ ଉଦ୍ଧାର ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ କଇଁଛମାନଙ୍କ ସଂରକ୍ଷଣ କରିବା। ଏହି ସଂଗଠନ ଆଜିର ଦିନରେ ଆରମ୍ଭ ହୋଇଥିଲା।

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ‘ବିଶ୍ୱ କଇଛ ଦିବସ’ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରହିଛି ‘ଆଇ ଲଭ ଟର୍ଟଲ୍’ ବା ‘ମୁଁ କଇଁଛକୁ ଭଲପାଏ’।

ମହତ୍ତ୍ୱ:

କଇଁଛ ହେଉଛି ପୃଥିବୀର ସରୀସୃପ ଗୋଷ୍ଠୀର ଅନ୍ୟତମ ପୁରାତନ ପ୍ରାଣୀ। ଏହା ସାପ, ଏବଂ କୁମ୍ଭୀରଠାରୁ ମଧ୍ୟ ଆହୁରି ପୁରୁଣା। ଏହି ଜୀବ ଡାଇନୋସର୍‌ର ପୂର୍ବରୁ ରହିଆସିଛି, ଯାହା ୨୫୦୦ ଲକ୍ଷ ବର୍ଷ ପୂର୍ବେ ବିକଶିତ ହୋଇଥିଲା। ଦୁନିଆରେ ୩୦୦ରୁ ଅଧିକ ପ୍ରଜାତିର କଇଁଛ ଅଛନ୍ତି, ସେଥିମଧ୍ୟରୁ ପ୍ରାୟ ୧୨୯ ଏବେ ଲୁପ୍ତପ୍ରାୟ।

ଏହି କାରଣରୁ ‘ବିଶ୍ୱ କଇଁଛ ଦିବସ’ ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଏ। ଏହି ଦିନ ଲୋକଙ୍କୁ ସ୍ମରଣ କରାଯାଏ ଯେ କଇଁଛମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନରେ ବଞ୍ଚିବା ଏବଂ ବଢେଇବାରେ ସାହାଯ୍ୟ କରିବା କେତେ ମହତ୍ୱପୂର୍ଣ୍ଣ।

କଇଁଛ ପୃଥିବୀର ସବୁଠାରୁ ଅଧିକ ବର୍ଷ ବଞ୍ଚୁଥିବା ଜୀବ। କଇଁଛର ବୟସ ୧୫୦ ବର୍ଷରୁ ଅଧିକ ବୋଲି ବିବେଚନା କରାଯାଏ। ଦୁନିଆର ସବୁଠାରୁ ଅଧିକ ବର୍ଷ ବଞ୍ଚୁଥିବା କଇଁଛର ନାମ ହେଲା ‘ହନାକୋ କଇଁଛ’, ଯିଏ ପ୍ରାୟ ୨୨୬ ବର୍ଷ ବଞ୍ଚିଥିଲା। ଦୀର୍ଘ ଜୀବନ ବଞ୍ଚିବା ପରେ ସେ ୧୭ ଜୁଲାଇ ୧୯୭୭ରେ ମୃତ୍ୟୁବରଣ କରିଥିଲା।

Advertisment
Advertisment