Advertisment

Vastu Tips: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି

ଯଦି ଭୂମିର ପୂର୍ବ କିମ୍ବା ଉତ୍ତର ଦିଗ ଉଚ୍ଚଥାଏ ଏବଂ ଅନ୍ୟ ଦିଗ ନିଚ୍ଚା ହୋଇଥାଏ ତେବେ ଗୃହକର୍ତ୍ତାଙ୍କର ଅହିତ ହୋଇଥାଏ। ସବୁବେଳେ ଭୂମି କ୍ରୟ କଲାବେଳେ ଦେଖିବେ ଭୂମି ପାର୍ଶ୍ୱରେ ଯେପରି ମଶାଣି ନ ଥିବ। କାରଣ ମଶାଣି ଥିଲେ ଏହି ସ୍ଥାନର ନେଗେଟିଭ୍ ଏନର୍ଜି ବହୁତ ମାତ୍ରାରେ ଗୃହବାସୀଙ୍କ ଉପରେ ପଡିଥାଏ।

ଅଦ୍ୟତନ ହୋଇଛି
Vastu Tips To Remove Negative Energy From home

Why does negative energy fall in the house, how to solve it

Advertisment

ଯେକୌଣସି ନିର୍ମାଣ ପାଇଁ ଭୂଖଣ୍ଡର ପ୍ରୟୋଜନ ଅଛି। ଏହା ସମତଳ ଥିଲେ ବହୁତ ଭଲ। ଯଦି ପଶ୍ଚିମ କିମ୍ବା ଦକ୍ଷିଣ ଦିଗଟି ଅନ୍ୟ ଦିଗ ଅପେକ୍ଷା ଉଚ୍ଚ ଥିବ ତେବେ ଏହାକୁ ଅତ୍ୟନ୍ତ ଶୁଭ କୁହାଯାଏ। ଏଭଳି ସ୍ଥାନରେ ଗୃହ ନିର୍ମାଣ କଲେ ଗୃହକର୍ତ୍ତାଙ୍କର ଅନେକ ଶୁଭ ହୋଇଥାଏ।

Advertisment

ଯଦି ଭୂମିର ପୂର୍ବ କିମ୍ବା ଉତ୍ତର ଦିଗ ଉଚ୍ଚଥାଏ ଏବଂ ଅନ୍ୟ ଦିଗ ନିଚ୍ଚା ହୋଇଥାଏ ତେବେ ଗୃହକର୍ତ୍ତାଙ୍କର ଅହିତ ହୋଇଥାଏ। ସବୁବେଳେ ଭୂମି କ୍ରୟ କଲାବେଳେ ଦେଖିବେ ଭୂମି ପାର୍ଶ୍ୱରେ ଯେପରି ମଶାଣି ନ ଥିବ। କାରଣ ମଶାଣି ଥିଲେ ଏହି ସ୍ଥାନର ନେଗେଟିଭ୍ ଏନର୍ଜି ବହୁତ ମାତ୍ରାରେ ଗୃହବାସୀଙ୍କ ଉପରେ ପଡିଥାଏ।

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅନେକ ଘର ଗୁଡିକରେ ବହୁତଗୁଡିଏ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଏ କାରଣ କେବଳ ମଶାଣିର ନେଗେଟିଭ୍‌ ଏନର୍ଜିର ପ୍ରଭାବରୁ ଏହିପରି ହୋଇଥାଏ। ଯଦି ମଶାଣି ପାଖରେ ଥାଏ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଗୃହରେ ପ୍ରତିକାର କରିବା କଥା।

Advertisment

ଭୂମି ପାର୍ଶ୍ୱରେ ଅତ୍ୟଧିକ ଶବ୍ଦ ହେଉଥିବା ସ୍ଥାନ ଯେମିତି କମାରଶାଳ, ବଢ଼େଇଶାଳ, କଳକାରଖାନା ଆଦି ଥିବା ଦ୍ୱାରା ମଧ୍ୟ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ କାରଣ ସବୁବେଳେ ଅତ୍ୟଧିକ ଶବ୍ଦ ହେବା ଦ୍ୱାରା ଏହା ଗୃହବାସୀଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ, ଫଳରେ ଗୃହରେ ଶାନ୍ତି ବଦଳରେ ଅଶାନ୍ତି ଦେଖାଯାଏ।

ଯଦି ଗୃହ ପାର୍ଶ୍ୱରେ ଏହି ଅତ୍ୟଧିକ ଶବ୍ଦ ଉତ୍ପନ୍ନ ହେଉଥାଏ ତେବେ ଗୃହକୁ ପ୍ରବେଶ କରିବ ନାହିଁ ଗୃହ ପାର୍ଶ୍ୱରେ ଦୁର୍ଗନ୍ଧ ଯୁକ୍ତ ସ୍ଥାନ, ଅଳିଆ ଆବର୍ଜନା ଜମା ହେଉଥିବା ସ୍ଥାନ ନ ଥିବା ଭଲ। ଏହିପରି ଦୁର୍ଗନ୍ଧ ଯୁକ୍ତ ସ୍ଥାନ ଥିଲେ ବାୟୁ ପ୍ରବାହରେ ଏହି ଦୁର୍ଗନ୍ଧ ଗୃହ ମଧ୍ୟକୁ ପ୍ରବେଶ କରିଥାଏ ଫଳରେ ଗୃହ ମଧ୍ୟରେ ଗୋଟେ ନକରାତ୍ମକ ପ୍ରଭାବ ପଡିଥାଏ। ଗୃହ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ।

Advertisment

ଦୁର୍ଗନ୍ଧ କାରଣରୁ ଶାନ୍ତିରେ ପୂଜାପାଠ କରିହୁଏ ନାହିଁ। ପିଲାମାନଙ୍କର ପାଠପଢାରେ ମନ ଲାଗେ ନାହିଁ। ରନ୍ଧା ଯାଉଥିବା ଖାଦ୍ୟ ପଦାର୍ଥ ଉପରେ ଏହି ଦୁର୍ଗନ୍ଧର ପ୍ରଭାବ ପଡିବା ଦ୍ୱାରା ଏହି ଖାଦ୍ୟ ଖାଇବା ଦ୍ୱାରା ଦେହ ଖରାପ ହୋଇଥାଏ। ଯାହାଦ୍ୱାରା ଗୃହବାସୀମାନେ ସବୁବେଳେ ଗୋଟେ ଅସ୍ୱାସ୍ଥ୍ୟକର ପରିବେଶରେ ରହି ଶାରୀରିକ ଦୁଃଖ କଷ୍ଟ ଭୋଗିଥାନ୍ତି।

ଗୃହ ପାର୍ଶ୍ୱରେ ବଡ ବଡ ହସ୍ପିଟାଲ୍ ଥିଲେ ଗୃହ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ କାରଣ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣକାରୀ ଜୀବାଣୁ ପରିବେଶରେ ଥିବା ଦ୍ୱାରା ପାଖରେ ଥିବା ଗୃହ ଉପରେ ଏହାର ପ୍ରଭାବ ପଡିଥାଏ। ଏଣୁ ଗୃହ ନିର୍ମାଣ କଲାବେଳେ ଗୃହ ଭିତରେ ବାସ୍ତୁ ଯେତିକି ଗୁରୁତ୍ୱପୂର୍ଣ୍ଣ ଗୃହ ପାର୍ଶ୍ୱର ପରିବେଶ ମଧ୍ୟ ସେମିତି ଗୁରୁତ୍ୱପୂର୍ଣ୍ଣ, ଯାହାର ସକରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ସିଧାସଳଖ ଗୃହ ଉପରେ ପଡିଥାଏ। ଏଣୁ ଗୃହନିର୍ମାଣ ବେଳେ ଯଥା ସମ୍ଭବ ବାସ୍ତୁର ପ୍ରତ୍ୟେକ ଦିଗ ପ୍ରତି ଯତ୍ନର ସହିତ ଧ୍ୟାନ ଦେଇ ଗୃହନିର୍ମାଣ କଲେ ସୁଖ ଶାନ୍ତି ମିଳିଥାଏ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: Vastu Tips: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା

Vastu Tips Vastu Tips In Odia Vastu Vichara Vastu Tips For Home Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ