Advertisment

Vastu Tips: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

ଦୁଃଖର କଥା ଯେ ସମସ୍ତଙ୍କ ଭାଗ୍ୟରେ ନିଜର ଜମି ବା ଗୃହଟିଏ କରିବା ସମ୍ଭବ ହୋଇପାରୁ ନାହିଁ। ଜଣଙ୍କ ଭାଗ୍ୟରେ ଏକାଧିକ ଘର ଥିବାବେଳେ ଜଣ ଜଣଙ୍କ ପାଖରେ ଘର କ’ଣ ଜାଗାଟିଏ ବି ନାହିଁ। ଧନର ଅଭାବ ହିଁ ମୂଳ କାରଣ। ଆସନ୍ତୁ ଜାଣିବା ଏହି ସମସ୍ୟାର ସମାଧାନ।

ଅଦ୍ୟତନ ହୋଇଛି
Vastu Tips For Buying Property

Why can't everyone buy land

Advertisment

ପୁରାତନ ଯୁଗରେ ମଣିଷ ଯେତେବେଳେ ପୃଥିବୀ ପୃଷ୍ଠରେ ଜନ୍ମନେଲା ସେତେବେଳେ ତା’ପାଇଁ ଘର ନଥିଲା। ପ୍ରକୃତି ହିଁ ଥିଲା ତା’ପାଇଁ ଘର। ଏଣୁ ଖରା, ବର୍ଷା, ଶୀତ ଆଦିରୁ ରକ୍ଷା ପାଇବା ପାଇଁ ନିଜକୁ ବିଭିନ୍ନ ହିଂସ୍ର ଜୀବଜନ୍ତୁ ଆଦିରୁ ରକ୍ଷା ପାଇବା ପାଇଁ ପ୍ରକୃତି ଦ୍ୱାରା ନିର୍ମିତ ଗୁମ୍ଫା ଓ ଗଛ କୋରଡ଼ରେ ରହୁଥିଲା।

Advertisment

କାଳକ୍ରମେ ବୁଦ୍ଧିର ବିକାଶ ହୋଇ ପ୍ରକୃତିର ଶକ୍ତିକୁ ବ୍ୟବହାର କରି ଶିଖିଲା ମଣିଷ। କାଳକ୍ରମେ ଗ୍ରାମ, ସହର ଆଦିର ନିର୍ମାଣ କରି ରହିବାକୁ ଲାଗିଲା। ମଣିଷ ଜୀବନକୁ ଚାରି ଭାଗରେ ବିଭକ୍ତ କରାଯାଇଛି ଯଥା ବ୍ରହ୍ମଚର୍ଯ୍ୟା, ଗୃହସ୍ଥାଶ୍ରମ, ବାନପ୍ରସ୍ଥ ଓ ସନ୍ନ୍ୟାସ। ପ୍ରତ୍ୟେକ ଭାଗର ବର୍ଣ୍ଣନା ଆମର ଆଧ୍ୟାତ୍ମିକ ଶାସ୍ତ୍ରରୁ ପାଇପାରିବା।

ଏଠାରେ ଗୃହସ୍ଥ ଆଶ୍ରମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଗୃହରେ ଶିଶୁଟିଏ ଜନ୍ମରୁ ନେଇ ବ୍ୟକ୍ତିବିଶେଷ ରୂପରେ ପରିଚୟ ପ୍ରାପ୍ତି ପର୍ଯ୍ୟନ୍ତ ଗୃହସ୍ଥ ଆଶ୍ରମ ହିଁ ଆବଶ୍ୟକ। ଏହି ଗୃହ ଆମକୁ କେମିତି ସୁଖ ଶାନ୍ତି ଦେବ ତାହା ହିଁ ବାସ୍ତୁଶାସ୍ତ୍ରର ମୂଳ ଲକ୍ଷ୍ୟ ।

Advertisment

ଅଧିକ ପଢ଼ନ୍ତୁ: ଗୋଟିଏ କୋଠରୀରେ ଦୁଇରୁ ଅଧିକ ଝରକା ଆଣିଥାଏ ବଡ ସମସ୍ୟା

କିନ୍ତୁ ଦୁଃଖର କଥା ଯେ ସମସ୍ତଙ୍କ ଭାଗ୍ୟରେ ନିଜର ଜମି ବା ଗୃହଟିଏ କରିବା ସମ୍ଭବ ହୋଇପାରୁ ନାହିଁ। ଜଣଙ୍କ ଭାଗ୍ୟରେ ଏକାଧିକ ଘର ଥିବାବେଳେ ଜଣ ଜଣଙ୍କ ପାଖରେ ଘର କ’ଣ ଜାଗାଟିଏ ବି ନାହିଁ। ଧନର ଅଭାବ ହିଁ ମୂଳ କାରଣ। କିନ୍ତୁ ବେଳେ ବେଳେ ଧନ ଥାଇ ବି ଉପଯୁକ୍ତ ଜାଗାଟିଏ ମିଳେ ନାହିଁ ଏବଂ ଜାଗାଟିଏ କିଣିଲେ ସେଥିରେ ନାନା ପ୍ରକାର ଦୋଷତୃଟି ଦେଖା ଦେଇ କୋର୍ଟ କେସ୍ ବି ହେଉଛି। ଏହା ଦୁର୍ଭାଗ୍ୟ ଛଡ଼ା କ’ଣ ହେଇପାରେ।

ଏହି ସମସ୍ୟାର ସମାଧାନ ପାଇଁ ଆମର ମୁନିଋଷିମାନେ ବିଭିନ୍ନ ଉପାୟମାନ ଶାସ୍ତ୍ରରେ ଲେଖିଯାଇଛନ୍ତି। ତାହା ଯଦି ଠିକ୍ ଭାବରେ ବ୍ୟବହାର କରାଯାଏ ତେବେ ନିଶ୍ଚୟ ଭାବେ ଶୁଭ ଫଳ ମିଳିପାରିବ। ଗୃହ ନିର୍ମାଣ ବା ଭୂମି କ୍ରୟ ହେଉ ଏହା ସିଧା ସଳଖ ମଣିଷର ଭାଗ୍ୟ ସହିତ ଜଡ଼ିତ।

Advertisment

ଜନ୍ମ ଜାତକରେ ଚତୁର୍ଥ ଭାବରୁ ହିଁ ଭୂମି, ଭବନ, ବାହନ ଆଦିର ସୁଖର ବିବେଚନା କରାଯାଏ। ଏଣୁ ଯଦି ଏହି ଭାବ ଶୁଭ ହୋଇଥାଏ ତେବେ ଜାତକକୁ ଭୂମି ସୁଖ ପ୍ରାପ୍ତି ହୁଏ। ଏହି ଭାବ ଯଦି ଅଶୁଭ ଗ୍ରହ ଦ୍ୱାରା ପିଡ଼ିତ ହୋଇଥାଏ ତେବେ ଭୂମି ସୁଖ ମିଳେ ନାହିଁ।

ମଣିଷ ନିଜର ପୁରୁଷାର୍ଥ ଏବଂ ସୌଭାଗ୍ୟ ଦ୍ୱାରା କର୍ମ କରି ଧନ ଅର୍ଜନ କରିଥାଏ ଏବଂ ଏହା ଉପରେ ଗୃହ ନିର୍ମାଣ କରିଥାଏ। ଏହି ଗୃହ ନିର୍ମାଣରେ ବାସ୍ତୁଦୋଷ ଥିଲେ ମଣିଷର ସୌଭାଗ୍ୟ, ଦୁର୍ଭାଗ୍ୟରେ ପରିଣତ ହୋଇଥାଏ।

ଅଧିକ ପଢ଼ନ୍ତୁ: ଘରର ମୁଖ୍ୟ ଦ୍ୱାରା କିପରି ହେଲେ ଶୁଭ ଫଳ ମିଳେ

ଏଣୁ ଯେତେବେଳେ ଗୃହ ନିର୍ମାଣ ପାଇଁ ସୁଯୋଗ ମିଳେ ତେବେ ମନଇଚ୍ଛା ଗୃହ ନିର୍ମାଣ ନ କରି ବାସ୍ତୁ ସିଦ୍ଧାନ୍ତରେ ଗୃହ ନିର୍ମାଣ କରିବା କଥା। ଫଳରେ ଶୁଭଫଳ ପ୍ରାପ୍ତି ହୋଇଥାଏ। ମଣିଷ ଯଦି ସୁଖପ୍ରଦ ଗୃହରେ ବାସକରେ ତେବେ ସେ ସୌଭାଗ୍ୟକୁ ଆକର୍ଷିତ କରିଥାଏ। ଫଳରେ ସମାଜରେ ଉନ୍ନତ କରି ଉନ୍ନତିର ମାର୍ଗରେ ଅଗ୍ରସର ହୋଇଥାଏ।

ଯେଉଁମାନେ ଧନ ଅଭାବରୁ ଭୂମିଟିଏ ବା ଗୃହଟିଏ କରିପାରୁ ନାହାଁନ୍ତି କିମ୍ବା ଧନ ଥାଇ ମଧ୍ୟ ନିଜ ମନ ପସନ୍ଦର ଜାଗାଟିଏ ପାଇ ପାରୁ ନାହାଁନ୍ତି ତେବେ ଜାତକରେ ଥିବା ଚତୁର୍ଥାଧିପତିଙ୍କ ପ୍ରତିକାର କରାଇବା ଜରୁରୀ। ଯେକୌଣସି ଶୁକ୍ଲ ପକ୍ଷର ଶୁଭ ତିଥି, ବାର ଓ ନକ୍ଷତ୍ରକୁ ଦେଖି ଶୁଭ ବେଳାରେ ଗାଧୋଇ ସାରିଲା ପରେ ହଳଦିଆ ଆସନରେ ପୂର୍ବକୁ ମୂଖ କରି ରହୁଥିବା ସ୍ଥାନରେ ପଶ୍ଚିମ ଭାଗର ବସି ଗଣେଷଙ୍କୁ ପ୍ରାର୍ଥନା ପରେ “ଓଁ ନମଃ ଶ୍ରୀ ବରାହାୟ ଧରଣ୍ୟୁଦ୍ଧାରଣାୟ ସ୍ୱାହା” ମନ୍ତ୍ରକୁ ୧୦୮ ଥର ଲେଖାଏଁ ୧୦୮ ଦିନ ପର୍ଯ୍ୟନ୍ତ ଜପିବେ। ଏହା କଲେ ଶୁଭ ଫଳ ମିଳିବାର ଆଶଙ୍କା ଥିବା ବାସ୍ତୁଶାସ୍ତ୍ର କୁହେ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ