Advertisment

Vastu Tips: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା। ପ୍ରତ୍ୟେକ ମଣିଷ ସହିତ ପ୍ରତ୍ୟେକ ବାସସ୍ଥାନର ଏକ ସମ୍ପର୍କ ରହିଥାଏ। ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପର୍କକୁ ନେଇକି। ତେବେ ଆଜି ଆମେ ଜାଣିବା କେଉଁ ବାରରେ ଗୃହ ନିର୍ମାଣ କଲେ ଶୁଭ ଫଳ ମିଳେ।

ଅଦ୍ୟତନ ହୋଇଛି
Never start house in this day May suffer like death

Never start house in this day May suffer like death

Advertisment

ବସବାସ କରିବା ପାଇଁ ସମସ୍ତଙ୍କ ପାଇଁ ବାସଗୃହର ଆବଶ୍ୟକ ରହିଛି। ଏହି ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା। ପ୍ରତ୍ୟେକ ମଣିଷ ସହିତ ପ୍ରତ୍ୟେକ ବାସସ୍ଥାନର ଏକ ସମ୍ପର୍କ ରହିଥାଏ। ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପର୍କକୁ ନେଇକି।

Advertisment

ଯେମିତି ବର ଓ କନ୍ୟାର ମେଳକ ବିଚାର କରାଯାଏ ଠିକ ସେହିପରି ପ୍ରତ୍ୟେକ ଭୂମି ସହିତ ଗୃହବାସୀଙ୍କ ସହିତ ଏକ ମେଳକ ବିଚାର କରାଯାଇଥାଏ। ଯଦି ରହୁଥିବା ସ୍ଥାନଟି ବ୍ୟକ୍ତିଙ୍କ ସହିତ ଉଚିତ ମେଳକ ଥାଏ ତେବେ ଆମକୁ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।

ସେଥିପାଇଁ ଭବନ ନିର୍ମାଣରେ ବାସ୍ତୁଶାସ୍ତ୍ରର ବିଧିକୁ ଠିକ ଭାବରେ ପ୍ରୟୋଗ କରାଯିବା ଦରକାର। ଭୂମି ଅପେକ୍ଷା ଭବନର ଗୁରୁତ୍ୱ ବେଶୀ, କାରଣ ମଣିଷ ଭୂମିରେ ନୁହେଁ ଭୂମି ଉପରେ ନିର୍ମିତ ଭବନରେ ବାସକରେ। ଏଣୁ ଭବନ ନିର୍ମାଣ ବେଳେ ସମ୍ପୂର୍ଣ୍ଣ ସଚେତନ ହୋଇ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଭବନ ନିର୍ମାଣ କରିବା ଉଚିତ। ଯଦି ବାସ୍ତୁଦୋଷ ଥାଏ ତେବେ ତୁରନ୍ତ ପ୍ରତିକାର କରିନେବା ଦରକାର।

Advertisment

ଅଧିକ ପଢ଼ନ୍ତୁ: ଐଶାନ୍ୟମୁଖି ଘରର ପୂର୍ବରେ ଉଚ୍ଚ କୋଠା ଅଛି କି… ଆସିପାରେ ଏମିତି ବିପଦ

ନିର୍ମାଣ ପୂର୍ବରୁ ପ୍ରଥମେ ଗୃହ ନିର୍ମାଣର ଠିକ ଭାବରେ ନକ୍‌ସା ତିଆରି କରିବା ଦରକାର। ଯେଉଁଥିରେ ଗୃହର କେଉଁ ଦିଗରେ କ’ଣ ରହିବ ଯଥା ଶୋଇବା ଘର, ରୋଷେଇ ଘର, ଇତ୍ୟାଦି ତାହା ବିଚାର କରାଯାଏ। ଏହା ବାସ୍ତୁ ଶାସ୍ତ୍ର ମତରେ ପ୍ଲାନିଂ ହୋଇଥିଲେ ଅନେକ ଶୁଭଫଳ ମିଳିଥାଏ।

Advertisment

ବାସ୍ତୁ ଶାସ୍ତ୍ରର ମୁଖ୍ୟ ଆଧାର ହେଉଛି ମୁହୂର୍ତ୍ତ ଅର୍ଥାତ୍ କେଉଁ ସମୟରେ ନିର୍ମାଣ ଆରମ୍ଭ କରିବା। ପ୍ରତ୍ୟେକଟି କାର୍ଯ୍ୟ ପାଇଁ ଶାସ୍ତ୍ରରେ ଏକ ବିଶେଷ ମୁହୂର୍ତ୍ତ ଉପରେ ଗୁରୁତ୍ୱ ଦିଆଯାଇଛି। ସେହି କାର୍ଯ୍ୟଟି ଯଦି ସେହି ବିଶେଷ ମୁହୁର୍ତ୍ତରେ ଆରମ୍ଭ କରାଯାଏ ତେବେ କାର୍ଯ୍ୟରେ ସଫଳତା ମିଳିଥାଏ।

ଯେମିତି ବିବାହରେ ଶୁଭ ଦିନ ଏବଂ ଶୁଭ ସମୟ, ଯାନ କ୍ରୟ ପାଇଁ ଶୁଭ ଦିନ, ବ୍ୟବସାୟ ଆରମ୍ଭର ଶୁଭ ଦିନ ସ୍ଥିର କରାଯାଏ, ସେହିପରି ଭୂମି ଉପରେ ଗୃହ ଆରମ୍ଭ ପାଇଁ ଶୁଭଦିନ, ଶୁଭ ତିଥି, ପକ୍ଷ ଏବଂ ଶୁଭ ମୁହୂର୍ତ୍ତର ବିଶେଷ ଗଣନା କରାଯାଏ। ଏହି ଅନୁସାରେ ଗୃହନିର୍ମାଣ ଆରମ୍ଭ କଲେ ଅନେକ ଶୁଭ ଫଳ ମିଳିଥାଏ।

ତେବେ ଆଜି ଆମେ ଏହି ମୁହୂର୍ତ୍ତ ଜ୍ଞାନରେ ଜାଣିବା କେଉଁ ବାରରେ ଗୃହ ନିର୍ମାଣ କଲେ ଶୁଭ ଫଳ ମିଳେ।

  • ରବିବାର ଦିନ ଗୃହ ଆରମ୍ଭ କଲେ ଗୃହ ନିର୍ମାଣ ସମୟରେ ଗୃହକର୍ତ୍ତାଙ୍କୁ ମୃତ୍ୟୁବତ୍ତ ପିଡା ଭୋଗିବାକୁ ପଡିଥାଏ।
  • ସୋମବାର ଗୃହ ଆରମ୍ଭ କଲେ ଶୁଭ ଅଶୁଭ ଆଦି ମିଶ୍ରିତ ଫଳ ମିଳିଥାଏ।
  • ମଙ୍ଗଳବାର ଗୃହ ଆରମ୍ଭ କଲେ ନାନା ପ୍ରକାର କ୍ଷତି ହୋଇଥାଏ।
  • ବୁଧବାର ଗୃହ ଆରମ୍ଭ କଲେ ଧନ ବୃଦ୍ଧି ହୋଇଥାଏ।
  • ଗୁରୁବାର ଗୃହ ଆରମ୍ଭ ପାଇଁ ମଧ୍ୟ ଶୁଭ ହୋଇଥାଏ।
  • ଶୁକ୍ରବାର ଗୃହ ଆରମ୍ଭ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
  • ଶନିବାର ଗୃହ ଆରମ୍ଭ କଲେ ସନ୍ତାନମାନଙ୍କ ପାଇଁ ଅଶୁଭ ହୋଇଥାଏ।

ଅଧିକ ପଢ଼ନ୍ତୁ: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି

ଏଣୁ ବୁଧବାର, ଗୁରୁବାର ଏବଂ ଶୁକ୍ରବାର ହିଁ ଗୃହ ଆରମ୍ଭ କରିବା ଶୁଭ ହୋଇଥାଏ। ଏହି ବାର ପ୍ରତି ବିଶେଷ ଧ୍ୟାନ ଦେଲେ ଗୃହ ନିର୍ମାଣରେ ଶୁଭ ଫଳ ମିଳିଥାଏ

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ