Advertisment

ଉତ୍ତର ଦିଗରେ ବାସ୍ତୁଦୋଷ ଆଣିଥାଏ ଘୋର ବିପଦ; ଏମିତି କରନ୍ତୁ ପ୍ରତିକାର

ସବୁ ଦିଗର ଭିନ୍ନ ଭିନ୍ନ ବାସ୍ତୁ ରହିଛି। ଦିଗର ବାସ୍ତୁଦୋଷ ଆଣିଥାଏ ଘୋର ବିପଦ। କେତେବେଳେ ଘରେ ଅଶାନ୍ତି ସୃଷ୍ଟିହୁଏ ତ ପୁଣି କେତେବେଳେ ଅର୍ଥହାନୀ ହୋଇଥାଏ। ଉତ୍ତର ଦିଗରେ ଯଦି ଏମିତି କିଛି ବାସ୍ତୁଦୋଷ ଥାଏ ତେବେ କିପରି ପ୍ରତିକାର କରିବେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Vastu Tips

Vastu Tips

Advertisment

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି। ଆମେ ଜାଣୁ ଯେ ଯେଉଁ ଦିଗରେ ସୂର୍ଯ୍ୟ ଉଦୟ ହୁଅନ୍ତି ତାକୁ ପୂର୍ବ ଦିଗ ଏବଂ ଯେଉଁ ଦିଗରେ ଅସ୍ତ ହୁଅନ୍ତି ତାକୁ ପଶ୍ଚିମ ଦିଗ କହନ୍ତି। ପୂର୍ବ ଆଡକୁ ମୁହଁକରି ଛିଡାହେଲେ ଆମର ବାମ ହାତ ଯେଉଁ ଦିଗ ଆଡକୁ ରୁହେ ସେହି ଦିଗକୁ ଆମେ ଉତ୍ତର ଦିଗ ଏବଂ ଆମର ଦକ୍ଷିଣ ହାତ ଯେଉଁ ଦିଗ ଆଡକୁ ରହେ ତାକୁ ଦକ୍ଷିଣ ଦିଗ କୁହନ୍ତି।

Advertisment

ଉତ୍ତର ଓ ପୂର୍ବ ଦିଗର ମିଳିତ ସ୍ଥାନରେ ଯେଉଁ କୋଣ ସୃଷ୍ଟିହୁଏ ତାକୁ ଐଶାନ୍ୟ କୋଣ କୁହାଯାଏ। ସେହିପରି ଦକ୍ଷିଣ ଓ ପୂର୍ବ ଦିଗର ମିଳନ ସ୍ଥାନକୁ ଅଗ୍ନି ବା ଆଗ୍ନେୟ କୋଣ, ଦକ୍ଷିଣ ଓ ପଶ୍ଚିମ ଦିଗର ମିଳନ ସ୍ଥାନକୁ ନୈଋତ କୋଣ, ଉତ୍ତର ପଶ୍ଚିମ ଦିଗର ମିଳିତ ସ୍ଥାନକୁ ବାୟବ୍ୟ କୋଣ କୁହନ୍ତି। ତେବେ ଆସନ୍ତୁ ଏହି ଦିଗ ଓ କୋଣ ମଧ୍ୟରୁ ଉତ୍ତର ଦିଗର ବାସ୍ତୁଦୋଷ ଏବଂ ଏହାର ପ୍ରତିକାର ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ: ଓଭର୍‌ହେଡ୍‌ ପାଣି ଟାଙ୍କି ନିର୍ମାଣ ପାଇଁ ବାସ୍ତୁର ୧୦ ନିୟମ

ଉତ୍ତର ଦିଗର ଅଧିପତି ଗ୍ରହ ହେଉଛନ୍ତି ବୁଧ ଓ ଦେବତା ହେଉଛନ୍ତି କୁବେର। ଯେଉଁ ଭୁଖଣ୍ଡର ମୁଖ୍ୟରାସ୍ତା ଉତ୍ତର ଦିଗରେ ଥାଏ ତାକୁ ଉତ୍ତର ମୂଖ ଭୁଖଣ୍ଡ କୁହାଯାଏ। ସେହିପରି ଯେଉଁ ଗୃହର ମୂଖ୍ୟଦ୍ୱାର ଉତ୍ତର ପଟରେ ଥାଏ ତାକୁ ଉତ୍ତର ମୂଖ ଗୃହ କୁହାଯାଏ। ବିଶେଷ କରି ଘରର ଆର୍ଥିକ ସ୍ଥିତି ଏବଂ ସମୃଦ୍ଧି ଉପରେ ଏହି ଦିଗର ଅତି ପ୍ରାଧାନ୍ୟ ରହିଛି। ଆସନ୍ତୁ ଏହି ଦିଗର କିଛି ନିୟମ ବିଷୟରେ ଜାଣିବା।

Advertisment
  • ଗୃହର ଉତ୍ତର ଦିଗରେ କାନ୍ଥରେ ଫାଟ କିମ୍ବା ଭଙ୍ଗା ଥିଲେ ଗୃହକର୍ତା ମହା ବିପଦର ସମ୍ମୁଖୀନ ହୋଇପାରନ୍ତି। ଏଣୁ ଏହିପଟର କାନ୍ଥକୁ ତୁରନ୍ତ ମରାମତି କରିଦେବା ଦରକାର।
  • ଗୃହର ଉତ୍ତର ଦିଗରେ ରୋଷେଇ ଗୃହ ଥିଲେ ଗୃହରେ ପ୍ରତିଦିନ କଳହ ଲାଗିରହେ ଏବଂ ଅର୍ଥର ଅଭାବ ମଧ୍ୟ ଦେଖାଯାଏ।
  • ଉତ୍ତର ଦିଗରେ ଉଚ୍ଚା ବା ଭାରି ନିର୍ମାଣ କାମ ହୋଇଥିଲେ ଏହି ଦିଗରୁ ପଜିଟିଭ୍‌ ଏନର୍ଜି ଗୃହ ମଧ୍ୟକୁ ଆସିବାରେ ବାଧାସୃଷ୍ଟି ହୋଇଥାଏ। ଏଣୁ ପରିବାରର ସଦସ୍ୟମାନେ ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି।
  • ଉତ୍ତର ମୁଖ ଗୃହରେ ଉତ୍ତର ପଟେ ଖାଲିସ୍ଥାନ କମ ରଖି ଦକ୍ଷିଣ ପଟରେ ଅଧିକ ଖାଲି ସ୍ଥାନ ଥିଲେ ସେହି ଗୃହକୁ ଗୃହକର୍ତ୍ତା ବେଶିଦିନ ଭୋଗ କରିପାରନ୍ତି ନାହିଁ। ସେ ଗୃହ ବିକ୍ରି ହୋଇଯାଏ। ଏଣୁ ଦକ୍ଷିଣରେ ଅଧିକ ଜାଗା ରଖିଥିଲେ ଏହାକୁ ବାସ୍ତୁବିତ୍‌ଙ୍କ ସହ ପରାମର୍ଶ କରି ପ୍ରତିକାର କରିନିଅନ୍ତୁ।
  • ଉତ୍ତର ଦିଗରେ ପୋର୍ଟିକୋର ଉଚ୍ଚତା ଗୃହର ଉଚ୍ଚତା ଠାରୁ ଅଧିକ ହେଲେ ଗୃହରେ ଋଣଭାର ବଢିଥାଏ।

ଉତ୍ତର ଦିଗରେ ଦୋଷ ଥିଲେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପ୍ରତିକାର କରିବେ, କିନ୍ତୁ ନିଜେ ମଧ୍ୟ ନିମ୍ନ ଲିଖିତ ପ୍ରତିକାର କରି କିଛି ମାତ୍ରାରେ ଏହି ଦୋଷର ପ୍ରତିକାର କରିପାରିବେ।

Advertisment
  • ବୁଧବାର ଦିନ ବୁଧଯନ୍ତ୍ର ପ୍ରାଣ ପ୍ରତିଷ୍ଠା କରାଇ ଗୃହରେ ପୂଜା କରିବେ
  • ଉତ୍ତର ପଟକୁ ସବୁଜ ରଙ୍ଗ କରିବେ
  • ଦକ୍ଷିଣ ପଟରେ ଖାଲି ସ୍ଥାନ ଥିଲେ ନିର୍ମାଣ କାମ କଲେ ଭଲ
Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ