ଫେସିଆଲ୍‌ର ନୂଆ ପଦ୍ଧତି ଭ୍ୟାମ୍ପ୍ୟାର୍‌

ଫେସିଆଲ୍‌ର ଏକ ପଦ୍ଧତିରେ ଚିକିତ୍ସା କରାଉଥିବା ବ୍ୟକ୍ତିର ନିଜ ରକ୍ତର ପ୍ଲାଟିଲେଟ୍ ରିଚ୍‌ ପ୍ଲାଜ୍‌ମା ବ୍ୟବହାର କରାଯାଏ। ଏହି ପଦ୍ଧତିକୁ ମେଡିକାଲ୍‌ ଭାଷାରେ Platelet Rich Plasma ବା PRP Facial କୁହାଯାଏ, କିନ୍ତୁ ଆଲାବାମାର ଜଣେ ପ୍ଲାଷ୍ଟିକ୍‌ ସର୍ଜନ, Dr Charles Runels ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହାକୁ Vampire Facial ବୋଲି ନାମକରଣ କରିଥିଲେ।

ଫେସିଆଲ୍‌ର ନୂଆ ପଦ୍ଧତି ଭ୍ୟାମ୍ପ୍ୟାର୍‌

୨୦୧୩ ମସିହାରେ ମଡେଲ୍ କିମ୍ କାରଦାସିୟାନ୍ ନିଜ ଇଷ୍ଟାଗ୍ରାମ୍ ପେଜ୍‌ରେ ଗୋଟିଏ ସେଲ୍ଫି ଅପ୍‌ଡେଟ୍ କରିଥିଲେ। ପ୍ରଥମେ ଏହାକୁ ଅନେକ ହାଲୋୱିନ୍ ମେକ୍‌ଅପ୍ ବୋଲି ଭାବିଥିଲେ, କିନ୍ତୁ ପରେ ପରେ କ୍ୟାପ୍‌ସନ୍‌ରୁ ଜାଣିପାରିଥିଲେ ଯେ ଫଟୋଟି ତାଙ୍କର "ଭ୍ୟାମ୍ପ୍ୟାର ଫେସିଆଲ୍ (Vampire Facial)" ପରର ଅପ୍‌ଡେଟ୍। ଏହି ଘଟଣା ପରେ ହିଁ ଭ୍ୟାମ୍ପ୍ୟାର ଫେସିଆଲ୍ ବିଶ୍ୱସାରା ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।

ଭାରତରେ ମଧ୍ୟ ସେଇ ୨୦୧୩-୨୦୧୫ ମଧ୍ୟରେ ଅନେକ କସ୍‌ମେଟୋଲୋଜୀ ଓ ସ୍କିନ୍‌କେୟାର ସ°ସ୍ଥାଗୁଡିକ ନିଜର ବିଜ୍ଞାପନରେ ଭ୍ୟାମ୍ପ୍ୟାର ଫେସିଆଲ୍‌କୁ ବହୁ ମାତ୍ରାରେ ପ୍ରଚାର କରିଥିଲେ ଓ ନୂଆ ପ୍ୟାକେଜ୍ ସବୁ ଘୋଷଣା କରିଥିଲେ। ଆଜି ସ୍କିନ୍‌କେୟାର ଓ କସ୍‌ମେଟୋଲୋଜୀର କେନ୍ଦ୍ର କୁହାଯାଉଥିବା ଦକ୍ଷିଣ କୋରିଆର ସବୁଠାରୁ ଲୋକପ୍ରିୟ କସ୍‌ମେଟୋଲୋଜୀ ପ୍ରଣାଳୀଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଏଇ ଭ୍ୟାମ୍ପ୍ୟାର୍ ଫେସିଆଲ୍।

ଭ୍ୟାମ୍ପ୍ୟାର୍ ଫେସିଆଲ୍, ପ୍ରଥମେ ନା'ଟା ଶୁଣିବା ମାତ୍ରେ ଅନେକ ଭୃକୁଞ୍ଚନ କରନ୍ତି। କାରଣ ସେମାନଙ୍କ ମନରେ ସାଙ୍ଗେସାଙ୍ଗେ ମୁନିଆ ଦାନ୍ତଥାଇ ନରପିଶାଚଟେ କେହିଜଣେ ବ୍ୟକ୍ତିର ବେକରେ ଦାନ୍ତ ଲଗାଇ ରକ୍ତ ଶୋଷୁଥିବାର କୌଣସି ହଲିଉଡ୍ ମୁଭିର ଦୃଶ୍ୟଟେ ହିଁ ଆସେ। କିନ୍ତୁ ଭ୍ୟାମ୍ପ୍ୟାର୍ ଫେସିଆଲ୍ ପ୍ରକୃତରେ ସେମିତି କିଛି ହଇଚଇ କଲାଭଳି କିମ୍ବା ଭୟଙ୍କର ପ୍ରଣାଳୀ ନୁହେଁ।

ଏଥିରେ ଚିକିତ୍ସା କରାଉଥିବା ବ୍ୟକ୍ତିର ନିଜ ରକ୍ତର ପ୍ଲାଟିଲେଟ୍ ରିଚ୍‌ ପ୍ଲାଜ୍‌ମା (platelet rich plasma) ବ୍ୟବହାର କରାଯାଏ। ଏହି ପଦ୍ଧତିକୁ ମେଡିକାଲ୍‌ ଭାଷାରେ Platelet Rich Plasma ବା PRP Facial କୁହାଯାଏ, କିନ୍ତୁ ଆଲାବାମାର ଜଣେ ପ୍ଲାଷ୍ଟିକ୍‌ ସର୍ଜନ, Dr Charles Runels ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହାକୁ Vampire Facial ବୋଲି ନାମକରଣ କରିଥିଲେ।

PRP ଚିକିତ୍ସା ପଦ୍ଧତିର ବ୍ୟବହାର କେବଳ ଯେ ଭ୍ୟାମ୍ପ୍ୟାର୍ ଫେସିଆଲ୍ ପାଇଁ ହୁଏ ତା' ନୁହେଁ ବର° ଏହା Hair regrowth(ନୂତନ କେଶ ସୃଷ୍ଟି ଓ ବୃଦ୍ଧି), Tissue Healing(ପୁରୁଣା କ୍ଷତ/ଖଣ୍ଡିଆ ଦାଗ ପୂରଣ), ଗଣ୍ଠି-ମା°ସପେଶୀ-ଲିଗାମେଣ୍ଟ-ଟେଣ୍ଡନ୍ ଆଦିର ପୀଡା ଓ ଫୁଲା କମାଇବା (inflammation reduction) ଚିକିତ୍ସା ପାଇଁ ମଧ୍ୟ ବ୍ୟବହାରରେ ଆସେ।

PRP ପଦ୍ଧତି କ'ଣ ଓ କେମିତି କାମ କରେ:

ୟା ଭିତରେ ଆପଣମାନେ ଅନୁମାନ କରିସାରିବେଣି ଯେ ଏହି ପଦ୍ଧତିରେ ଫେସିଆଲ୍ ବା ଚିକିତ୍ସା କରାଉଥିବା ବ୍ୟକ୍ତିର ନିଜର ରକ୍ତ ହିଁ ବ୍ୟବହାର କରାଯାଏ। ପ୍ରଥମେ ରକ୍ତ ନମୁନାକୁ ସିରିଞ୍ଜ୍‌ ସାହାଯ୍ୟରେ ସ°ଗ୍ରହ କରାଯାଇ (ଖାଦ୍ୟ ଖାଇବା ନ ଖାଇବା ସହ ସମ୍ପର୍କ ନାହିଁ) collecting ବା sampling tubeରେ ରଖି ସେଣ୍ଟ୍ରିଫ୍ୟୁଜ୍ ମେସିନ୍‌ରେ ରଖାଯାଏ। ସେଣ୍ଟ୍ରିଫ୍ୟୁଜ୍ ହେବା ଦ୍ୱାରା ରକ୍ତ ତିନୋଟି ସ୍ତରରେ ବିଭକ୍ତ ହୋଇଯାଏ- ସବୁଠୁ ଉପର ସ୍ତର ପ୍ଲାଜ୍‌ମା, ଦ୍ୱିତୀୟ ସ୍ତର ବା ମଝିରେ ସେରମ୍ ବା ପ୍ଲାଟିଲେଟ୍, ତୃତୀୟ ବା ସବୁଠୁ ତଳ ସ୍ତରଟି ଲାଲ୍ ରକ୍ତ କଣିକାର।

PRP ପାଇଁ ଦ୍ୱିତୀୟ/ ମଝି ବା ସେଇ ପ୍ଲାଟିଲେଟ୍ ସ୍ତରଟିକୁ ହିଁ ବିଶେଷଜ୍ଞ ସିରିଞ୍ଜ୍‌ ମାଧ୍ୟମରେ ସ°ଗ୍ରହ କରନ୍ତି। ପ୍ଲାଟିଲେଟ୍‌ରେ ଥିବା ଆଲ୍‌ଫା ଗ୍ରାନ୍ୟୁଲସ୍ (alpha granules) ତତ୍ତ୍ୱ ହିଁ growth factors ବା କୋଷ-ବୃଦ୍ଧିକାରୀ ରସାୟନ କ୍ଷରଣ କରିଥା'ନ୍ତି। ପ୍ଲାଟିଲେଟ୍‌ରୁ ପାଖାପାଖି ୨୦ଟି ପ୍ରକାରର କୋଷ-ବୃଦ୍ଧିକାରୀ ତତ୍ତ୍ୱ ବା growth factors କ୍ଷରଣ ହୁଏ (ଆଉ ଏମାନଙ୍କର ଗୋଟିଏ ବିଶେଷ ଗୁଣ ଯେ ଏମାନେ ଆଖପାଖର cell ବା କୋଷକୁ ଅନୁକରଣ କରି ବଢ଼ିପାରନ୍ତି)। ଏହି ଆଲ୍‌ଫା ଗ୍ରାନ୍ୟୁଲସ୍ ହିଁ ଚର୍ମରେ ନୂଆ କୋଲାଜେନ୍ ସୃଷ୍ଟିକରି ଏହାକୁ ମସୃଣ କରେ, କ୍ଷତପୂରଣକାରୀ ତତ୍ତ୍ୱ ବା preparative cell କ୍ଷରଣ ଦ୍ଵାରା ଗଣ୍ଠି ଓ ମା°ସପେଶୀର ଫୁଲା ଓ ପୀଡା କମ କରିବା ତଥା ଖପୁରୀର(scalp) ଚମଡାରେ ପ୍ୟାପିଲାରି କୋଷ କ୍ଷରଣକରି ନୂତନ କେଶ ସୃଷ୍ଟି ଓ ବୃଦ୍ଧିରେ ସାହାଯ୍ୟ କରେ।

PRPର ଏହି କୋଲାଜେନ୍ ସୃଷ୍ଟିକାରୀ ବା ନିଓକୋଲାଜିନେସନ୍ ଗୁଣ ପାଇଁ ହିଁ ଏହାର ପ୍ରୟୋଗ ଭ୍ୟାମ୍ପ୍ୟାର୍ ଫେସିଆଲ୍‌ରେ ଆଣ୍ଟି-ଏଜି° ଥେରାପିରେ ବ୍ୟବହାର କରାଯାଏ। PRP ଚର୍ମ ମସୃଣ ବା ଚିକ୍କଣ କରିବା, କୁଞ୍ଚିତରେଖା (lines and wrinkles) ଦୂରକରିବା, ଚର୍ମର ଆଦ୍ରତା ବଢାଇବା (plumpy & voluminous), ବ୍ରଣଦାଗ ଲିଭାଇବା, ମଳିନ ଓ ନିସ୍ତେଜ ତ୍ୱଚାକୁ ଉଜ୍ଜ୍ୱଳ କରିବା ଆଦି କାମରେ ଆସିଥାଏ।

କେମିତି କରାଯାଏ ଭ୍ୟାମ୍ପ୍ୟାର୍ ଫେସିଆଲ୍:

ପାର୍ଶ୍ଵପ୍ରତିକ୍ରିୟା (ସାଧାରଣତଃ ନଥାଏ କିମ୍ବା ଅତି ମାମୁଲି):

କ'ଣ ସାବଧାନତା (precautions) ଅବଲମ୍ବନ କରିବେ:

କେଉଁମାନେ ଭ୍ୟାମ୍ପ୍ୟାର୍ ଫେସିଆଲ୍ କରାଇପାରିବେ ନାହିଁ:

ଭ୍ୟାମ୍ପ୍ୟାର୍ ବା PRP ଫେସିଆଲ୍ କରାଇବାର ୨-୩ ସପ୍ତାହ ମଧ୍ୟରେ ତ୍ୱଚା ମସୃଣ ଓ ଉଜ୍ଜ୍ୱଳ ଦେଖାଯିବା ଆରମ୍ଭ କରେ ଓ ଏହାର ପ୍ରଭାବ ବର୍ଷେରୁ ଦେଢ଼ବର୍ଷ ଯାଏ ରୁହେ। ଚିକିତ୍ସା ପରେ ସାଙ୍ଗେସାଙ୍ଗେ ଘରକୁ ଫେରାଯାଇ ପାରେ। ଆଉ ସାମାନ୍ୟ ଲାଲ୍ ପଡିଥିବା ମୁହଁ ସହ ଯଦି ନିଜର କୌଣସି ଅସୁବିଧା ନଥିଲେ ତା'ପରଦିନ କାମକୁ ମଧ୍ୟ ଯାଇପାରନ୍ତାନି, ନହେଲେ ୨-୩ ଦିନ ଭିତରେ ସବୁ ସାମାନ୍ୟ ଦେଖାଯାଏ।

କିଛିକିଛି ବ୍ୟକ୍ତିଙ୍କର ଏକାଧିକ ସେସନ୍ ଦରକାର ଫଡେ। ଆଜି ଭାରତର ଛୋଟ-ବଡ ପ୍ରାୟ ସବୁ ସହରରେ ଭ୍ୟାମ୍ପ୍ୟାର୍ ବା PRP ଫେସିଆଲ୍ ଉପଲବ୍ଧ ହେଲାଣି। ଲୋକାଲ୍ ମାର୍କେଟ୍‌, ସ୍କିନ୍‌କେୟାର ବ୍ରାଣ୍ଡ୍‌ ଓ ଟାର୍ଗେଟ୍‌ ଏରିଆର ଆକାର ଅନୁସାରେ ଏହି ପଦ୍ଧତିର ମୂଲ୍ୟ ୪୦୦୦- ୪୦,୦୦୦ (ଭାରତୀୟ ମୁଦ୍ରା) ପର୍ଯ୍ୟନ୍ତ ହୋଇଥାଏ। କମ୍ ଖର୍ଚ୍ଚ, କମ୍ recovery time ଓ ବହୁତ କମ ପାର୍ଶ୍ଵପ୍ରତିକ୍ରିୟା ଯୁକ୍ତ ହୋଇଥିବାରୁ ଅନେକ ବିରୋଧ ସତ୍ତ୍ୱେ ଆଜି PRP ଥେରାପି କେବଳ କସ୍‌ମେଟୋଲୋଜୀ କିମ୍ବା ସ୍କିନ୍‌କେୟାର୍‌ କ୍ଷେତ୍ରରେ ନୁହେଁ, Sports Medicine (ଗଣ୍ଠି, ମା°ସପେଶୀ, ଲିଗାମେଣ୍ଟ, ଟେଣ୍ଡନର ଚିକିତ୍ସା) କ୍ଷେତ୍ରରେ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇପାରିଛି। ବିଶେଷଜ୍ଞ/ ଡାକ୍ତରଙ୍କ ଅନୁଧ୍ୟାନ ଓ ସଠିକ୍ ଉପାୟରେ ଭ୍ୟାମ୍ପ୍ୟାର୍ ଫେସିଆଲ୍‌ରେ ସୁନ୍ଦର ଓ ଦୀର୍ଘସ୍ଥାୟୀ ଫଳ ମିଳିଥାଏ।

ଭୁବନେଶ୍ୱର

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କର ନିଜସ୍ୱ ମତ)