Advertisment

Health Tips: ଆପଣାନ୍ତୁ ଏହି ଘରୋଇ ଟିପ୍ସ; ସୁସ୍ଥ ଓ ଗୋଲାପୀ ରହିବ ଓଠ

ସୁନ୍ଦର ଏବଂ ଗୋଲାପୀ ଓଠ ପାଇବା ପାଇଁ ସମସ୍ତଙ୍କର ଆଗ୍ରହ। ବାରମ୍ବାର ବିଭିନ୍ନ କେମିକାଲ୍‌ ଯୁକ୍ତ ଲିପ୍‌ଷ୍ଟିକ୍‌ଗୁଡିକୁ ବ୍ୟବହାର କରିବା ଦ୍ୱାରା ଓଠର ପ୍ରାକୃତିକ ରଙ୍ଗ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ହେଲେ କିଛି ସହଜ ତଥା ସରଳ ଘରୋଇ ଉପାୟ ଦ୍ୱାରା ଆପଣ ସବୁଦିନ ଗୋଲାପୀ, ନରମ ଓଠ ପାଇପାରିବେ। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Tips to get healthy pink lips

Tips to get healthy pink lips

Advertisment

ରିପୋର୍ଟ ଅନୁସାରେ ବର୍ଷ ୨୦୨୧ରେ ବିଶ୍ୱର ଲିପ୍‌ଷ୍ଟିକ୍‌ର ବଜାର ୯.୫୭ ବିଲିଅନ ଆମେରିକୀୟ ଡଲାର ରହିଥିବା ବେଳେ ଏହା ବର୍ଷ ୨୦୨୭ ସୁଦ୍ଧା ବଢି ୧୩.୧୯ ବିଲିଅନ ଆମେରିକୀୟ ଡଲାର ହେବାର ଆକଳନ କରାଯାଇଛି।

Advertisment

ଉପୋରକ୍ତ ରିପୋର୍ଟରୁ ଜଣାଯାଏ ଯେ ସୁନ୍ଦର, ଆକର୍ଷଣୀୟ ଏବଂ ଗୋଲାପୀ ଓଠ ପାଇବା ପାଇଁ ସମସ୍ତଙ୍କର କେତେ ଆଗ୍ରହ। କିନ୍ତୁ ବାରମ୍ବାର ଏବଂ ଲଗାତାର ବିଭିନ୍ନ କେମିକାଲ୍‌ ଯୁକ୍ତ ସିନ୍ଥେଟିକ୍ ଲିପ୍‌ଷ୍ଟିକ୍‌ଗୁଡିକୁ ବ୍ୟବହାର କରିବା ଦ୍ୱାରା ଓଠର ପ୍ରାକୃତିକ ରଙ୍ଗ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ହେଲେ କିଛି ସହଜ ତଥା ସରଳ ଘରୋଇ ଉପାୟ ଦ୍ୱାରା ଆପଣ ସବୁଦିନ ଗୋଲାପୀ, ନରମ ଓଠ ପାଇପାରିବେ। ଆସନ୍ତୁ ଜାଣିବା…

ସୁଗାର ସ୍କ୍ରବି°:

କିଛି ଚିନି ଦାନାକୁ ଦେଶୀ ଘିଅ କିମ୍ବା ନଡିଆ ତେଲ କିମ୍ବା ଅଲିଭ ତେଲରେ ମିଶାଇ ସପ୍ତାହରେ ୨-୩ ଥର ସରକୁଲାର୍ ମୋସନ’ରେ ଆଙ୍ଗୁଠିରେ ମସାଜ କରନ୍ତୁ। ଏହା ଦ୍ୱାରା ଉପରର ଶୁଷ୍କ ମୃତ ଚମଡା ତଥା ଜମାହୋଇ ରହିଥିବା କେମିକାଲ୍‌ ଦୂର ହୋଇଥାଏ, ରକ୍ତ ସଞ୍ଚାଳନ ବଢିଥାଏ, ନିଓକୋଲାଜିନେସନ୍ ହୋଇ ନୂତନ ନରମ ମସୃଣ ଚମଡା ତିଆରି ହୋଇଥାଏ। ସ୍କ୍ରବି° କରିବା ପୂର୍ବରୁ ଓଠକୁ ସାମାନ୍ୟ ଓଦା କରିନିଅନ୍ତୁ।

Advertisment

ରେଗୁଲାର୍‌ ମଏଶ୍ଚରାଇଜେସନ୍:

କୌଣସି ଲିପ୍ କଲର୍‌ ବା ଲିପ୍‌ଷ୍ଟି୍‌କ ଲଗାଇବା ପୂର୍ବରୁ ଏବଂ ମଝିରେ-ମଝିରେ ଗୋଲାପ ଜଳ କିମ୍ବା ଆଲୋଭେରା ଜେଲ୍ ଲଗାଇ ଓଠକୁ ମଏଶ୍ଚରାଇଜ୍ କରିବା ଦ୍ୱାରା ଓଠ ଫାଟେ ନାହିଁ ଏବଂ ଚିକ୍କଣ ରୁହେ।

ଦେଶୀ ଘିଅ:

ରାତିରେ ଶୋଇବା ପୂର୍ବରୁ ଓଠକୁ ଏକ୍ସଫୋଲିଏଟ୍ କରି, ଗୋଲାପଜଳ ଲଗାଇବା ପରେ ଦେଶୀ ଘିଅକୁ ହାଲକା ଉଷୁମ କରି ଲଗାଇବା ଦ୍ୱାରା ଓଠର ପ୍ରାକୃତିକ ଗୋଲାପୀ ରଙ୍ଗ ବଜାୟ ରହିଥାଏ। ସେହିପରି ଘରେ ତିଆରି ନଡ଼ିଆ ତେଲ ମଧ୍ୟ ଓଠ ପାଇଁ ଖୁବ ଉପକାରୀ।

Advertisment

ସନ୍ ପ୍ରୋଟେକସନ୍:

ଦେହର ଅନ୍ୟ ଅ°ଶର ଚମଡା ପରି ଓଠର ଚମଡା ମଧ୍ୟ ସୂର୍ଯ୍ୟକିରଣ ପ୍ରଭାବରେ ଟ୍ୟାନ୍ ହୋଇ କଳା ପଡିଯାଏ। ସେଥିପାଇଁ ଓଠର ମଧ୍ୟ ସନ୍‌ପ୍ରୋଟେକ୍‌ସନ୍ ଆବଶ୍ୟକ। ସବୁବେଳେ ଏସ୍‌ପିଏଫ୍ ୧୫ ଯୁକ୍ତ ଲିପ୍‌ବାମ୍ କିମ୍ବା ଲିପ୍-ପ୍ରଡକ୍ଟ ବ୍ୟବହାର କରନ୍ତୁ।

ହୋମ୍‌ମେଡ୍ ଲିପ୍‌ବାମ୍:

ଛୋଟ ଖଣ୍ଡେ ବିଟର୍‌ ରସ ବାହାର କରି ଘିଅ ସହ ମିଶାଇ ଗୋଟିଏ ଡବାରେ ରଖି ଏହାକୁ ଆପଣ ଲିପ୍‌ବାମ୍ ହିସାବରେ ବ୍ୟବହାର କରିପାରିବେ। ସେହିପରି ଅଳ୍ପ ଆଲୋଭେରା ପତ୍ର ଜୁସ୍ ସହ ମହୁ ମିଶାଇ, ଟିକେ ଗାଢ ମିଶ୍ରଣ ପ୍ରସ୍ତୁତ କରି ଲିପ୍‌ବାମ୍ ହିସାବରେ ବ୍ୟବହାର କରିପାରିବେ। ଦୁଇଟି ମିଶ୍ରଣକୁ ରାତିସାରା ଲଗାଇ ରଖିପାରିବେ କିମ୍ବା ୩୦ ମିନିଟ୍ ପରେ ଧୋଇପାରିବେ।

ହାଇଡ୍ରେସନ୍:

ଓଠ ନ ଫାଟିବା ଏବଂ ନରମ ରହିବା ପାଇଁ ଦିନକୁ ଅତିକମରେ ୨- ୨.୫ ଲିଟର ପାଣି ପିଅନ୍ତୁ। ଡିହାଇଡ୍ରେସନ୍ କାରଣରୁ ମଧ୍ୟ ଓଠ କଳା ପଡିବା, ଫାଟିବା ସମସ୍ୟା ଦେଖାଯାଏ।

ପ୍ରାଇମି°:

ଲିପ୍‌ଷ୍ଟିକ୍‌ ଲଗାଇବା ପୂର୍ବରୁ ୧-୨ ବୁନ୍ଦା ନଡିଆ କିମ୍ବା ଅଲିଭ୍‌ ଅଏଲ୍ ଲଗାଇବା ଭଲ। ଏହା ଦ୍ୱାରା ଓଠର ମଏଶ୍ଚର ଲକ୍ ହୋଇ ରହିଥାଏ।

ଖାଦ୍ୟରେ ଟମାଟୋ, ବିଟ୍, ତରଭୁଜ, ନଡ଼ିଆ, ୱାଲ୍‌ନଟ୍ସ, ମହୁ, ଘୋଳ ଦହି, ଲେମ୍ବୁ, ଡ୍ରାଏ ବେରିଜ୍ ଓଠର ସ୍ୱାସ୍ଥ୍ୟ ପାଇଁ ଭଲ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips Health Tips In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ