Advertisment

Vastu Tips: ଏପରି ଜମି ଗୃହବାସୀଙ୍କ ପ୍ରତିଷ୍ଠା ଓ ଯଶକୁ ବୃଦ୍ଧି କରିଥାଏ

ବାସ୍ତୁ ଏବଂ ଭୂମି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଗୃହ ନିର୍ମାଣ ପାଇଁ ପ୍ରଥମେ ଆମେ ଭୂମି ଚୟନ କରିଥାଉ। ଏହି ଭୂମି ଚୟନବେଳେ ଆମେ ବାସ୍ତୁଶାସ୍ତ୍ରର ବିଭିନ୍ନ ନିୟମମାନ ପ୍ରୟୋଗ କରି ଦେଖିବା କଥା କି କେତେଦୂର ଗୃହକର୍ତ୍ତାଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ।

ଅଦ୍ୟତନ ହୋଇଛି
Vastu Tips For Buying Residential Plot

This type of land increases the prestige and wealth of the householder

Advertisment

ବାସ୍ତୁ ଏବଂ ଭୂମି ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଗୃହ ନିର୍ମାଣ ପାଇଁ ପ୍ରଥମେ ଆମେ ଭୂମି ଚୟନ କରିଥାଉ। ଏହି ଭୂମି ଚୟନବେଳେ ଆମେ ବାସ୍ତୁଶାସ୍ତ୍ରର ବିଭିନ୍ନ ନିୟମମାନ ପ୍ରୟୋଗ କରି ଦେଖିବା କଥା କି କେତେଦୂର ଗୃହକର୍ତ୍ତାଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ।

Advertisment

ଏଣୁ ବାସ୍ତୁଶାସ୍ତ୍ର ଅନୁସାରେ ଠିକ୍ ଭାବରେ ଯୋଜନା କରି ଗୃହନିର୍ମାଣ କରିଲେ ସମସ୍ତ ପ୍ରକାର ସୁଖ, ଧନ ସଂପଦ ବୃଦ୍ଧି ହୋଇଥାଏ। ବାସ୍ତୁ ନିୟମକୁ ଅବହେଳା କରି ଅନେକ ଲୋକ ବହୁତ ଧନ ଖର୍ଚ୍ଚ କରି ସୁନ୍ଦର ଘରଟିଏ କରିଥାନ୍ତି। କିନ୍ତୁ ସେ ଘରେ ସୁଖ ସମୃଦ୍ଧି ପରିବର୍ତ୍ତେ ଅନେକ ଅଶୁଭ ଫଳ ଭୋଗ କରିଥାନ୍ତି। ସେତେବେଳେ ବାସ୍ତୁଶାସ୍ତ୍ରର କଥା ମନେପଡ଼େ।

ଏନେଇ ବାସ୍ତୁର ନିୟମକୁ ଅବହେଳା କରିବା ଉଚିତ ନୁହେଁ। ସମସ୍ତ ନିୟମ ମଧ୍ୟରୁ ଆଜି ଆମେ ଜାଣିବା ଭୂମି ସଲଗ୍ନ ମାର୍ଗ ବା Adjoining rods of plot ଓ ଏହାର ବାସ୍ତୁ ଉପରେ ପ୍ରଭାବ।

Advertisment

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଉତ୍ତର ମାର୍ଗ ମୁଖି ଭୂଖଣ୍ଡ:

ଆପଣଙ୍କର ଭୂମି ଯଦି ଉତ୍ତର ମୁଖି ହୋଇଥାଏ ଅର୍ଥାତ୍ ଉତ୍ତର ଦିଗରେ ମୁଖ୍ୟ ରାସ୍ତା ଥାଏ ତେବେ ଆମେ ଏହାକୁ ଉତ୍ତର ମାର୍ଗ ମୁଖି ଭୂଖଣ୍ଡ କହିଥାଉ। ଯେହେତୁ ଉତ୍ତର ଦିଗରୁ ସକରାତ୍ମକ ଶକ୍ତି ନିରନ୍ତର ପ୍ରବାହ ହୋଇଥାଏ ସେଥିପାଇଁ ଏହିପରି ଭୂଖଣ୍ଡରେ ନିର୍ମାଣ ଗୃହରେ ନିବାସ କଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ବ୍ୟବସାୟ ବାଣିଜ୍ୟ କରୁଥିବା ଲୋକ ଏହି ଭୂଖଣ୍ଡରେ ବସବାସ କଲେ ବ୍ୟବସାୟରେ ଉନ୍ନତି ହୋଇଥାଏ। କାରଣ ଆମେ ଜାଣିଛେ ଏହି ଦିଗରେ ଅଧିପତି ଗ୍ରହ ହେଉଛନ୍ତି ବୁଧ ଯେ କି ବୁଦ୍ଧି ଓ ବାଣିଜ୍ୟର କାରକ ଗ୍ରହ। ଏଣୁ ବୁଦ୍ଧ ଗ୍ରହର ଶୁଭ ପ୍ରଭାବ ପଡ଼ିଥାଏ।

Advertisment

ଏହା ସହିତ ଏହି ଦିଗର ଅଧିପତି ଦେବତା ହେଉଛନ୍ତି ଧନ ରକ୍ଷକ, ଯକ୍ଷରାଜ କୁବେର। ଏଣୁ କୁବେରଙ୍କ ଶୁଭ ଦୃଷ୍ଟି ପଡ଼ିବା ଦ୍ୱାରା ଏହିପରି ଗୃହରେ ବସବାସ କଲେ ଧନ ବୃଦ୍ଧି ଏବଂ ଧନ ସଞ୍ଚୟ ଭଲ ହୋଇଥାଏ।

ଉତ୍ତର ମାର୍ଗ ମୁଖି ଭୂଖଣ୍ଡ ହୋଇ ଗୃହ ନିର୍ମାଣ ବେଳେ ବାସ୍ତୁର ସମ୍ପୂର୍ଣ୍ଣ ନିୟମକୁ ମାନି ଗୃହ ନିର୍ମାଣ କଲେ ଏହାର ଫଳ ବହୁଗୁଣିତ ହୋଇ ଗୃହବାସୀଙ୍କୁ ମିଳିଥାଏ। ଉତ୍ତର ମାର୍ଗମୁଖି ଭୂଖଣ୍ଡ ହୋଇ ଗୃହ ନିର୍ମାଣରେ ବାସ୍ତୁ ନିୟମ ନ ମାନି ଗୃହ ନିର୍ମାଣ କଲେ ଏହି ଶୁଭ ଫଳ ବହୁମାତ୍ରାରେ କମିଯାଏ।

ପୂର୍ବ ମାର୍ଗ ମୁଖି ଭୂଖଣ୍ଡ:

ଯେଉଁ ଭୂଖଣ୍ଡର ପୂର୍ବ ପଟକୁ ମୁଖ୍ୟ ରାସ୍ତା ଯାଇଥାଏ ତାକୁ ପୂର୍ବ ମାର୍ଗ ମୁଖି ଭୂଖଣ୍ଡ କୁହାଯାଇଥାଏ। ଏହିପରି ଭୂଖଣ୍ଡ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ଗୃହବାସୀଙ୍କ ପ୍ରତିଷ୍ଠା, ଯଶ ବୃଦ୍ଧି ହୋଇଥାଏ କାରଣ ଏହି ଦିଗର ଅଧିପତି ଗ୍ରହ ହେଉଛନ୍ତି ସୂର୍ଯ୍ୟ। ଏଣୁ ସୂର୍ଯ୍ୟଙ୍କ ଶୁଭ ଦୃଷ୍ଟି ଥିବାରୁ ଏହି ଭୂଖଣ୍ଡରେ ବସବାସ କରୁଥିବା ଲୋକଙ୍କ ଉପରେ ସୂର୍ଯ୍ୟଙ୍କ ଶୁଭ ପ୍ରଭାବ ପଡ଼ିଥାଏ।

ଏଣୁ ସୂର୍ଯ୍ୟଙ୍କ ଶୁଭ ପ୍ରଭାବରୁ ଯଶ, ମାନ, କୀର୍ତ୍ତି ଓ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ। ଏହା ସହିତ ଏହି ଦିଗରେ ଅଧିପତି ଦେବତା ଇନ୍ଦ୍ର ହୋଇଥିବାରୁ ଦେବରାଜ ଇନ୍ଦ୍ରଙ୍କ କୃପା ଦୃଷ୍ଟି ପଡ଼ିଥାଏ, ଯାହାଦ୍ୱାରା ଗୃହକର୍ତ୍ତା ରାଜାତୁଲ୍ୟ ପ୍ରତିଷ୍ଠା ଲାଭ କରିଥାନ୍ତି।

ଯେଉଁମାନେ ସରକାରୀ ଚାକିରି କରିଥାନ୍ତି ସେମାନଙ୍କ ପାଇଁ ଏହିପରି ଭୂଖଣ୍ଡ ଅନେକ ଶୁଭଫଳ ପ୍ରଦାନ କରିଥାଏ। ଏହା ସହିତ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ଏଣୁ ଦିଗରୁ ସୂର୍ଯ୍ୟଙ୍କର ଶୁଭ ରଶ୍ମି ଗୃହ ଉପରେ ପଡୁଥିବାରୁ ଗୃହବାସୀମାନେ ଅନେକ ରୋଗ ଦୁର୍ଦ୍ଦଶାରୁ ଦୂରେଇ ରହିଥାନ୍ତି। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ।

ଏହି ଦିଗରୁ ନିରନ୍ତର ଶୁଭ ଶକ୍ତି ସଞ୍ଚାର ହେଉଥିବାରୁ ଗୃହବାସୀମାନେ ଅତ୍ୟନ୍ତ ସୁଖରେ ବସବାସ କରିଥାନ୍ତି। ସେଥିପାଇଁ ଏହିପରି ଭୂଖଣ୍ଡର ଶୁଭଫଳକୁ ସମ୍ପୂର୍ଣ୍ଣ ପାଇବା ପାଇଁ ବାସ୍ତୁ ନିୟମ ମାନି ଗୃହ ନିର୍ମାଣ କରିବା ଦରକାର, ଅନ୍ୟଥା ଏହିସବୁ ଶୁଭ ଫଳ ମିଳିବାର ବାଧା ଉପୁଜିଥାଏ।

ଯଦି ଏହିପରି ଭୂଖଣ୍ଡରେ ଗୃହ ନିର୍ମାଣ କରି ଶୁଭ ଫଳ ପାଉ ନାହାନ୍ତି ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଉଚିତ ପ୍ରତିକାର କଲେ ଅନେକ ଶୁଭ ଫଳ ମିଳିପାରେ। ଅନ୍ୟ ଦିଗକୁ ମାର୍ଗ ଥିବା ଭୂମି ଉପରେ ଆମେ ପରବର୍ତ୍ତୀ ଅଧ୍ୟାୟରେ ଜାଣିବା।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips Vastu Tips For Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ