Advertisment

ଚୀନ୍‌ର ମହାଜନୀ ଜାଲରେ ସମଗ୍ର ବିଶ୍ୱ

ସମଗ୍ର ବିଶ୍ୱରେ ଚାଲିଛି ମହାଜନୀ କାରବାର। ଏଠି ଚୀନ୍ ସାଜିଛି ଜମିଦାର। ଛୋଟ ଛୋଟ ଦେଶଗୁଡିକ ଚୀନ୍‌ଠୁ ଋଣ ନେଇ ପରିଶୋଧ କରି ନପାରି ଶେଷରେ ସେମାନଙ୍କ ରାଷ୍ଟ୍ର ସଂପତ୍ତି ଚୀନ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।

ଅଦ୍ୟତନ ହୋଇଛି
The whole world is trapped in China’s Mahajani net

The whole world is trapped in China’s Mahajani net

Advertisment

ଭାରତ ସ୍ୱାଧୀନ ହେବା ପରେ ଏବେ ଜମିଦାରୀ ପ୍ରଥା, ବେଠି ବଗାରି ପ୍ରଥା କାଗଜ କଲମରେ ବନ୍ଦ ହୋଇଯାଇଛି। କିନ୍ତ ବାସ୍ତବରେ ଚିତ୍ର ଠିକ୍ ଓଲଟା। ଗାଁ ଗହଳିରେ ଏବେ ବି ସାହୁକାରୀ, ମହାଜନୀ କାରବାର ଚାଲୁ ରହିଛି। ପଶ୍ଚିମ ଓଡ଼ିଶାରେ ହେଉଥିବା ଚାଷୀ ମୃତ୍ୟୁ ଏହାର ଏକ ନିଚ୍ଛକ କାରଣ। ଚାଷୀ ମହାଜନଠୁ ଋଣ ନିଏ ଆଉ ସୁଝି ନ ପାରି ଶେଷରେ ଆତ୍ମହତ୍ୟା କରେ। ଆପଣ ଫକିର ମୋହହନଙ୍କ ଛମାଣ ଆଠଗୁଣ୍ଠ ଯଦି ପଢିଥିବେ ତେବେ ଜାଣିପାରିବେ କେମିତି ଥିଲା ମହାଜନର ଅତ୍ୟାଚାର।

Advertisment

ଠିକ ସେହିପରି ସମଗ୍ର ବିଶ୍ୱରେ ଚାଲିଛି ମହାଜନୀ କାରବାର। ଏଠି ଚୀନ୍ ସାଜିଛି ଜମିଦାର ରାମଚନ୍ଦ୍ର ମଙ୍ଗରାଜ। ଛୋଟ ଛୋଟ ଦେଶଗୁଡିକ ଚୀନ୍‌ଠୁ ଋଣ ନେଇ ପରିଶୋଧ କରି ନପାରି ଶେଷରେ ସେମାନଙ୍କ ରାଷ୍ଟ୍ର ସଂପତ୍ତି ଚୀନ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି । ଏକ ରିପୋର୍ଟ ଅନୁଯାୟ ବର୍ତ୍ତମାନ ଚୀନ୍ ସମଗ୍ର ବିଶ୍ୱରେ ୧୫୦ରୁ ଅଧିକ ରାଷ୍ଟ୍ରକୁ ୫ ଟ୍ରିଲିୟନ୍ ଡଲାରରୁ ଅଧିକ ଟଙ୍କାର ଋଣ ଦେଇଛି।

ଶ୍ରୀଲଙ୍କା

ଶ୍ରୀଲଙ୍କାର ଆର୍ଥିକ ସଂକଟ କଥା ବିଚାରକୁ ନେଲେ, ପ୍ରଥମେ ଚୀନ୍ ଶ୍ରୀଲଙ୍କାକୁ ବିଭିନ୍ନ ଲୋଭ ଦେଖାଇ ପ୍ରଭାବିତ କଲା। ଶ୍ରୀଲଙ୍କାର ଅମ୍ବନଟୋଟା ବନ୍ଦର ନିର୍ମାଣରେ ଚୀନ୍ ପୁଞ୍ଜି ନିବେଶ କଲା। ସେହି ସମୟରେ ଶ୍ରୀଲଙ୍କାରେ ଯୋରଦାର ବିରୋଧ ହୋଇଥିଲେ ମଧ୍ୟ ଏହାକୁ ସେଠାକାର ସରକାର ଭୃକ୍ଷେପ କଲେନି। ଏହି ବନ୍ଦର ନିର୍ମାଣ ପାଇଁ ୧.୨୬ ବିଲିୟନ ଡଲାର ନେଇଥିଲା ଶ୍ରୀଲଙ୍କା। ହେଲେ ଧାର୍ଯ୍ୟ ସମୟ ଭିତରେ ଶ୍ରୀଲଙ୍କା ଋଣ ପରିଷୋଧ କରି ନ ପାରିବାରୁ ଏହି ବନ୍ଦରକୁ ୯୯ ବର୍ଷ ପାଇଁ ଚିନ୍‌କୁ ଲିଜ୍‌ ଆକାରରେ ଦେବାକୁ ବାଧ୍ୟ ହେଲା।

Advertisment

ଏପରିକି ଭାରତ ସୀମାକୁ ଲାଗିଥିବା ୧୫ ହଜାର ଏକର ଜମି ମଧ୍ୟ ଶ୍ରୀଲଙ୍କା ଚୀନ୍‌କୁ ଦେଇଥିବା କୁହାଯାଉଛି। ଏଠାରୁ ଚିନ୍‌ ଭାରତ ବିରୋଧୀ କର୍ଯ୍ୟକଳାପ ମଧ୍ୟ କରିପାରେ। ବର୍ତ୍ତମାନ ଶ୍ରୀଲଙ୍କା ଏତେ ଋଣ ଭାରରେ ବୁଡିଯାଇଛି ଯେ ସେଠାରେ ହାହାକାର ପରିସ୍ଥିତି, ଲୋକଙ୍କୁ ଖାଇବାକୁ ମିଳୁନି।

ପାକିସ୍ତାନ

ଶ୍ରୀଲଙ୍କା ପରି ପାକିସ୍ତାନ ଉପରେ ମଧ୍ୟ ଚିନ୍‌ର ଆଖି। ଚୀନ୍ କରୁଛି ପାକିସ୍ତାନ ଚାଇନା ଇକୋନୋମିକ୍ କରିଡରରେ ଏହି କରିଡରରେ ଚୀନ୍ ୮୦ ପ୍ରତିଶତ ପୁଞ୍ଜି ନିବେଶ କରିଛି। ଏହାଛଡା ନିଜସ୍ୱ ଠିକାସଂସ୍ଥା ଦ୍ୱାର ଏହି ପ୍ରକଳ୍ପ କାମ କରାଉଛି। କୁହାଯାଉଛି ସର୍ତ୍ତ ଅନୁଯାୟୀ ପାକିସ୍ତାନକୁ ୨୦୨୨ ସୁଦ୍ଧା ଚୀନ୍‌କୁ ୬.୭ ବିଲିୟନ ଡଲାର ଦେବାକୁ ପଡିବ। ଯାହିକି ପାକିସ୍ତାନ ପକ୍ଷେ ସମ୍ଭବ ନୁହେଁ ଏହି କରିଡର ବଳରେ ଚୀନ୍ ପାକିସ୍ତାନର ବନ୍ଦର ବ୍ୟବହାର କରି କାରବର ବୃଦ୍ଧି କରିବାକୁ ଯୋଜନା ରଖିଛି

Advertisment

ମାଲଦ୍ୱୀପ

ମାଲଦୀପକୁ ମଧ୍ୟ ଚୀନ୍‌ ୩.୧ ବିଲିୟନ ଡଲାର ଋଣ ନେଇଛି ମାନେ ଭାରତୀୟ ମୁଦ୍ରାରେ ୨୨୮୨ କୋଟି ଟଙ୍କା କେବଳ ୫ ଲକ୍ଷ ୪୧ ହଜାର ଜନସଂଖ୍ୟା ବିଶିଷ୍ଟ ମାଳଦ୍ୱୀପରେ। ଏବେ ପ୍ରତି ବ୍ୟକ୍ତିଙ୍କ ଚୀନ୍‌ର ମୁଣ୍ଡପିଛା ଋଣ ରହିଛି ୪.୪୨ ଲକ୍ଷ। ଭାରତର ଅତି ଘନିଷ୍ଟ ଥିବା ଏହି ରାଷ୍ଟ୍ରରେ ଏବେ ଚୀନ୍ ପରୋକ୍ଷରେ ଆରମ୍ଭ କରିଛି ହେଟ୍ ଇଣ୍ଡିଆ ଅଭିଯାନ।

ନେପାଳ

ଭାରତର ଘନିଷ୍ଟ ସହଯୋଗୀ ନେପାଳ ଉପରେ ଏବେ ଚୀନ୍‌ର ଆଖି। ଏକ ରିପୋର୍ଟ ଅନୁଯାୟୀ ନେପାଳରେ ଏବେ ୯୦ ପ୍ରତିଶତ ଏଫ୍‌ଡିଆଇ କେବଳ ଚୀନ୍‌ର। ଚୀନ୍ ଏଠାରେ ସଡକ, ରେଳ ପଥ, ସ୍କୁଲ୍‌ ଆଦିରେ ପୁଞ୍ଜିନିବେଶ କରୁଛି। ଏପରିକି ଚୀନ୍ ଶିକ୍ଷକ ପଠାଇ ଏଠାରେ ପିଲାଙ୍କୁ ମାଣ୍ଡାରିନ୍ ପଢାଉଛି। ଏହିପରି ଏସିଆ ମହାଦେଶର ଅନେକ ରାଷ୍ଟ୍ରରେ ମିଲିୟନ ମିଲିୟନ ଡଲାର ପୁଞ୍ଜି ନିବେଶ କରିଛି ଚୀନ୍।

ଆଫ୍ରିକୀୟ ରାଷ୍ଟ୍ର

ଖୁବ ଶୀଘ୍ର ଆଫ୍ରିକୀୟ ରାଷ୍ଟ୍ର ଜିବୁତିର ଅବସ୍ଥା ଶ୍ରୀଲଙ୍କା ଭଳି ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ ଏହି ଦେଶର ସମଗ୍ର ଜିଡିପିର ୭୭ ପ୍ରତିଶତ ଋଣ କେବଳ ଚୀନ୍‌ର। ସେହିପରି ଜାମ୍ବିଆର ୧୪.୭ ବିଲିୟନ ଡଲାର ଋଣ ମଧ୍ୟରୁ କେବଳ ୪୪ ପ୍ରତିଶତ ଚୀନ୍ ଦେଇଛି। କଙ୍ଗୋ, ଟଗୋ, ଭଳି ରାଷ୍ଟ୍ରକୁ ମଧ୍ୟ ଚୀନ୍ ଦେଇଛି ଲକ୍ଷ ଲକ୍ଷ ଡଲାର ଋଣ।

କେମିତି ଋଣ ଦିଏ ଚୀନ୍

ଚୀନ୍‌ର ଟାର୍ଗେଟ୍‌ରେ ଥାଆନ୍ତି ଗରିବ ରାଷ୍ଟ୍ର। ଯେଉଁମାନେ ଚୀନ୍‌ର ଋଣ ସୁଝିବାରେ ସକ୍ଷମ ନଥାନ୍ତି। ଚୀନ୍ କେଉଁ ରାଷ୍ଟ୍ରକୁ କେତେ ଟଙ୍କା ଦେଲା ତାହା ସର୍ବସାଧାରଣରେ ପ୍ରକାଶ କରେନି। ଋଣ ନେଉଥିବା ରାଷ୍ଟ୍ରଗୁଡିକ ଚୀନ୍ ସହ ଗୁପ୍ତ ଏଗ୍ରିମେଣ୍ଟ୍‌ କରିବାକୁ ବାଧ୍ୟ ହୁଅନ୍ତି। ଚୀନ୍‌ ସରକାରୀ ସଂସ୍ଥାଗୁଡିକ ମାଧ୍ୟମରେ ବିଭିନ୍ନ ଦେଶକୁ ଋଣ ଦେଇଥାଏ। ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଋଣ ଦେଉଥିବା ପ୍ୟାରିସ୍ କ୍ଲବ୍‌ ଗୋଷ୍ଠୀ ରାଷ୍ଟ୍ରରେ ଚୀନ୍ ସଦସ୍ୟ ନାହି।

ଏହି କ୍ଲବ୍‌ରେ ମେମ୍ବର୍‌ ହେବାକୁ ହେଲେ ସେହି ରାଷ୍ଟ୍ରକୁ ସର୍ବସାଧାରଣରେ ଋଣର ଚୁକ୍ତି ସମ୍ପର୍କରେ ସବୁକିଛି ତଥ୍ୟ ସର୍ବସମ୍ମୁଖରେ ରଖିବାକୁ ପଡିଥାଏ। ଏଥିପାଇଁ ଏହି କ୍ଲବ୍‌ର ମେମ୍ବର ହେବାକୁ ଚାହାଁନି ଚୀନ୍। ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଋଣ ସୁଧହାର ଅପେକ୍ଷା ଚୀନ୍‌ର ସୁଧ ହାର ଅଧିକ ଥାଏ। ଚୀନ୍ ୧୦ ବର୍ଷ ମଧ୍ୟରେ ଋଣ ସୁଝିବାକୁ ବାଧ୍ୟ କରେ।

ଋଣ ପରିଶୋଧ କରୁ ନଥିବା ରାଷ୍ଟ୍ରଗୁଡିକୁ ଆଇନ ଜାଲରେ ଫଶାଇ ଦିଏ। ଋଣ ସୁଝିପାରୁ ନଥିବା ରାଷ୍ଟ୍ରଗୁଡିକ ବାଧ୍ୟ ହୁଅନ୍ତି ଚୀନ୍ ପୁଂଜି ନିବେଶ କରିଥିବା ପ୍ରକଳ୍ପକୁ ଦୀର୍ଘ ମିଆଦି ସୂତ୍ରରେ ଲିଜ୍ ଦେବାକୁ। 

ଏହି ଷ୍ଟୋରୀକୁ ଲେଖିଛନ୍ତି Swadheen Kumar Raut

ଏହାସହ ପଢ଼ନ୍ତୁ ଓଡ଼ିଶା ରାଜନୀତିର ବିଶ୍ଲେଷଣ.. ଓଡ଼ିଶା ରାଜନୀତିରେ ‘ଯିଏ ଜିତିବ ସିଏ ଆମର’ ଫର୍ମୁଲା

China Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ