Advertisment

Vastu Tips: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଲୋକେ ଅନେକ ସମୟରେ ମାର୍କେଟ୍‌ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।

ଅଦ୍ୟତନ ହୋଇଛି
Where To Keep Dead Person Photos In House As Per Vastu

The dead people photos in house creat many problem

Advertisment

ବାସ୍ତବରେ ମନୁଷ୍ୟର ଉନ୍ନତି ପାଇଁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶକ୍ତିର ଆବଶ୍ୟକତା ରହିଛି। ଏସବୁ ମଧ୍ୟରୁ ଶାରୀରିକ ଶକ୍ତି ହେଉଛି ମୁଖ୍ୟ। ଶରୀର ନିର୍ଭର କରେ ବାସଗୃହ ଉପରେ। ଜଣେ ଗୃହସ୍ଥର ସମସ୍ତ କାର୍ଯ୍ୟ ଗୃହ ବିନା ସମ୍ଭବ ନୁହେଁ।

Advertisment

ଆମର ଶାରୀରିକ ଓ ମାନସିକ ସ୍ଥିତିର ବିକାଶ ପାଇଁ ସୂର୍ଯ୍ୟଙ୍କ ସ୍ଥିତି, ପୃଥିବୀର ମାଧ୍ୟାକର୍ଷଣ ଓ ଚୁମ୍ବକୀୟ ଶକ୍ତି ଉପରେ ନିର୍ଭର କରିଥାଏ। ଏହା ସହିତ ପଞ୍ଚତତ୍ତ୍ୱର ମଧ୍ୟ ବିଶେଷ ପ୍ରଭାବ ଆମ ଉପରେ ପଡ଼ିଥାଏ। ଏଣୁ ଗୃହରେ ପଞ୍ଚତତ୍ତ୍ୱ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶର ସନ୍ତୁଳନ ରହିବା ଦରକାର।

ଅଧିକ ପଢ଼ନ୍ତୁ: କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ

ଏଣୁ ବାସ୍ତୁଶାସ୍ତ୍ରରେ ଏହିସବୁ ଶକ୍ତିର ସହ ଉପଯୋଗ ହିଁ ବର୍ଣ୍ଣନା ହୋଇଛି। ଏହା ସହିତ ଆମ ଶରୀରର ଇନ୍ଦ୍ରୀୟମାନେ ମଧ୍ୟ ଆମ ଶରୀରର ପଞ୍ଚତତ୍ତ୍ୱ ଉପରେ ବିଶେଷ ପ୍ରଭାବ ପକାଇଥାନ୍ତି। ଏହି ଇନ୍ଦ୍ରୀୟମାନଙ୍କ ମଧ୍ୟରୁ ଆମ ଆଖି ଯାହା ଦେଖେ ତାହାର ପ୍ରଭାବ ଆମ ମନ ଉପରେ ପଡେ।

Advertisment

ଏହି ମନର ସ୍ଥିତି ଆମ ଶରୀରରେ ଥିବା ପଞ୍ଚତତ୍ତ୍ୱ ଉପରେ ମଧ୍ୟ ପଡ଼ିଥାଏ। ସେଥିପାଇଁ ବାସଗୃହ ନିର୍ମାଣ ସହିତ ଏହାର ଆଭ୍ୟନ୍ତରୀଣ ସାଜସଜା ମଧ୍ୟ ବାସ୍ତୁରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସାଜସଜା ମଧ୍ୟରୁ ଆଜି ଆମେ ଜାଣିବା ଧାର୍ମିକ ଚିତ୍ରର ଆମ ବାସ୍ତୁ ଉପରେ ପ୍ରଭାବ।

ସାଧାରଣତଃ ଆମ ବିଶ୍ୱରେ ଅନେକ ଧର୍ମର ଲୋକ ବସବାସ କରନ୍ତି। ବିଭିନ ଧର୍ମର ଲୋକେ ନିଜର ବିଶ୍ୱାସ ଓ ଧର୍ମକୁ ନେଇ ବିଭିନ୍ନ ଧାର୍ମିକ ଚିତ୍ରମାନ ଗୃହରେ ରଖିବାକୁ ପସନ୍ଦ କରିଥାନ୍ତି। ବାସ୍ତୁସିଦ୍ଧାନ୍ତ ଅନୁସାରେ ଏହି ଧାର୍ମିକ ଚିତ୍ରଗୁଡ଼ିକର ଉପକାରିତା ଓ ଅପକାରିତାର ପ୍ରଭାବ ରହିଛି।

Advertisment

ଏଣୁ ବାସ୍ତୁ ଅନୁସାରେ ଏହି ଧାର୍ମିକ ଚିତ୍ରଗୁଡିକୁ ସଜାଇବା ଦ୍ୱାରା ଆମକୁ ଶୁଭ ଫଳ ମିଳିଥାଏ। ଏଣୁ ଧାର୍ମିକ ଚିତ୍ର ସାଜସଜାକୁ ନେଇ କେତେକ ମୁଖ୍ୟ ନିୟମ ନିମ୍ନରେ ଦିଆଗଲା। ଏହାକୁ ମାନିଲେ ଶୁଭଫଳ ମିଳିବାର ସମ୍ଭାବନା ରହିଛି।

  • ଲୋକେ ଅନେକ ସମୟରେ ମାର୍କେଟ୍‌ରେ ବିକ୍ରି ହେଉଥିବା ରାମାୟଣ ଓ ମହାଭାରତର ଯୁଦ୍ଧର ଚିତ୍ର ଆଣି ଘରେ ଲଗାଇଥାନ୍ତି। କିନ୍ତୁ ବାସ୍ତୁ ସିଦ୍ଧାନ୍ତରେ ଏହିପରି ଯୁଦ୍ଧ ଚିତ୍ରମାନ ଘରେ ଲଗାଇଲେ ଆମ ଅଜାଣତରେ ଆମ ଅବଚେତନ ମନରେ ନକାରାତ୍ମକ ପ୍ରଭାବ ପଡିଥାଏ।
  • ଆମ ଅବଚେତନ ମନରେ ଥିବା ପ୍ରଭାବ ଆମ ଉପରେ ତା’ର ପ୍ରତିଫଳନ ହୋଇଥାଏ। ଏଣୁ ଏହି ଛବିମାନ ଥିବା ଘରେ ଅନେକ ସମୟରେ କଳି ଝଗଡ଼ା ସବୁ ବେଶି ଦେଖାଯାଏ। ଏଣୁ ଏହି ଛବି ଯଦି ଥାଏ ଏବଂ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥାଏ ତେବେ ଏହାକୁ ତୁରନ୍ତ କାଢି ଦିଅନ୍ତୁ।
  • ପଥର, କାଠ କିମ୍ବା ଧାତୁ ନିର୍ମିତ ବଡ ମୂର୍ତ୍ତିମାନ ଘରେ ରଖନ୍ତୁ ନାହିଁ। କାରଣ ଏହିସବୁ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନା କରି ବିଶେଷ ନିୟମରେ ପୂଜା ଅର୍ଚ୍ଚନା କରାଯାଇଥାଏ, ଯାହା ଗୃହସ୍ଥମାନେ ଘରେ ଏହିସବୁ ନିୟମରେ ପୂଜା କରିପାରିବା ସମ୍ଭବ ହୁଏ ନାହିଁ। ଏହିସବୁ ବଡ ମୂର୍ତ୍ତିମାନ ଘରେ ଥିଲେ ଏହାଦ୍ୱାରା ଅନେକ ଅଶୁଭ ଫଳ ଗୃହବାସୀଙ୍କ ଉପରେ ପଡ଼ିଥାଏ। ଏଣୁ ଏହିସବୁ ମୂର୍ତ୍ତି ଯଦି ଘରେ ଥାଏ ତେବେ ଏହାକୁ ଦେବାଳୟରେ ଦେଇ ଦିଅନ୍ତୁ।
  • ନିଜର ସ୍ୱର୍ଗବାସୀ ପୂର୍ବଜଙ୍କର ଚିତ୍ର ଘରେ ରଖିବା ଶୁଭ ନୁହେଁ। କିନ୍ତୁ ଭଲପାଇବା ଦୃଷ୍ଟିରୁ ପ୍ରାୟ ଲୋକ ସେମାନଙ୍କ ଫଟୋଚିତ୍ର ଘରେ ରଖିଥାନ୍ତି। ଏହା ନକାରାତ୍ମକ ପ୍ରଭାବ ପକାଏ। ଯଦି ଘରେ ଏହିସବୁ ଫଟୋଚିତ୍ର ରଖୁଛନ୍ତି ତେବେ ଘରର ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରଖିହେବ।
  • ଘରେ ଜୀବନ୍ତ ଲୋକମାନଙ୍କର ଫଟୋ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ। ଅନେକ ସ୍ୱାମୀ ଓ ସ୍ତ୍ରୀଙ୍କ ବିବାହର ଫଟୋ, ପିଲାମାନଙ୍କର ଜନ୍ମଦିନ କିମ୍ବା କିଛି ଉତ୍ସବର ଫଟୋମାନ ସବୁ ରଖାଯାଇଥାଏ। ଯଦି ଏହିସବୁ ଫଟୋ ରଖିଛନ୍ତି ତେବେ ବାସ୍ତୁର ଏହି ସିଦ୍ଧାନ୍ତକୁ ନିଶ୍ଚୟ ମାନନ୍ତୁ, ଅନ୍ୟଥା ଏହି ଫଟୋଗୁଡିକର ସ୍ଥିତି ଯଦି ଭୁଲଥାଏ ତେବେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ଏବଂ ସ୍ୱାସ୍ଥ୍ୟହାନୀ ମଧ୍ୟ ଘଟିଥାଏ। ଏଣୁ ଜୀବିତ ଲୋକମାନଙ୍କର ଫଟୋ ସବୁବେଳେ ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ରଖିଲେ ଭଲ। କିନ୍ତୁ ଭୁଲ୍‌ରେ ବି ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବେ ନାହିଁ।
  • ଯଦି ରଖିଛନ୍ତି ତେବେ ଏହି ଫଟୋ ଗୁଡିକୁ ଉତ୍ତର, ପୂର୍ବ ଓ ଉତ୍ତର-ପୂର୍ବ ଦିଗକୁ ସ୍ଥାନାନ୍ତର କରି ନିଅନ୍ତୁ। କିଛି ବିଶେଷ ଉପାୟ ପାଇଁ ଜୀବିତ ଲୋକଙ୍କ ଫଟୋକୁ ଦକ୍ଷିଣ-ପୂର୍ବ କୋଣରେ ରଖାଯାଇପାରେ କିନ୍ତୁ ଏହା ବାସ୍ତୁବିତଙ୍କ ପରାମର୍ଶରେ ରଖାଯାଏ। ଏହି ଜାଗାରେ ଫଟୋ ରଖିବା ଦ୍ୱାରା ଧନଧାନ୍ୟରେ ବୃଦ୍ଧି ହୋଇଥାଏ ଏବଂ ବିଶେଷ ଇଚ୍ଛାପୂର୍ତ୍ତି ପାଇଁ ଏହି ପ୍ରୟୋଗ କରାଯାଇଥାଏ।
  • ବିନା ବାସ୍ତୁବିତ୍‌ଙ୍କ୍ ପରାମର୍ଶରେ ବହୁତ ଲୋକ ବହିରୁ କିମ୍ବା ଇଣ୍ଟରନେଟ୍‌ରୁ ପଢ଼ି ଫଟୋ ରଖି ଅନେକ ବିପତ୍ତିର ସମ୍ମୁଖୀନ ହେବାର ମଧ୍ୟ ଦେଖାଯାଇଛି।
  • ଏନେଇ ଆପଣମାନେ ଯଦି ଭୁଲ ଜାଗାରେ ଫଟୋ ରଖିଛନ୍ତି ଏବଂ ଶୁଭ ସ୍ଥାନକୁ ନେଇ ପାରୁନାହାନ୍ତି ତେବେ ଫଟୋ ଚିତ୍ର ସବୁ ହଳଦିଆ କପଡ଼ାରେ ଗୁଡ଼ାଇ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ (ଐଶାନ୍ୟ) ଦିଗରେ ଥିବା ଆଲମାରି ଭିତରେ ରଖି ଦିଅନ୍ତୁ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ