Advertisment

Vastu Tips: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

ଘର ସଜ୍ଜେଇବା ଏକ ଭଲ ଗୁଣ। ଏହି ଘର ସଜ୍ଜା କିନ୍ତୁ ବାସ୍ତୁ ନିୟମ ଅନୁସାରେ ହେବା ଉଚିତ। ଆସନ୍ତୁ ଘର ସଜ୍ଜାର କେତେକ ବାସ୍ତୁ ଟିପ୍ସ ଜାଣିବା, ଯାହାକୁ ମାନିଲେ ବିପଦ ଆସି ନଥାଏ।

ଅଦ୍ୟତନ ହୋଇଛି
Vastu Tips For Home

Some important rules for getting good result at home

Advertisment

ଶାସ୍ତ୍ରରେ କୁହାଯାଇଛି “ପିଣ୍ଡ ବ୍ରହ୍ମାଣ୍ଡ ଏକମତ, ଜାଣନ୍ତି ସୁଜ୍ଞାନୀ ପଣ୍ଡିତ”। ଏହା କହିବାର ଅର୍ଥ ଯେମିତି ଆମ ଶରୀର ପଞ୍ଚମହାଭୂତରେ ଗଠିତ ସେମିତି ଏହି ବ୍ରହ୍ମାଣ୍ଡ ମଧ୍ୟ ପଞ୍ଚମହାଭୂତରେ ନିର୍ମିତ। ତେଣୁ ଗୃହ ନିର୍ମାଣରେ ଏହି ପଞ୍ଚମହାଭୂତ ଅର୍ଥାତ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶର ସୁପ୍ରଭାବ ରହିଲେ ଗୃହରେ ବସବାସ କରୁଥିବା ଲୋକମାନଙ୍କ ଉପରେ ସୁପ୍ରଭାବ ପଡ଼ିବ।

Advertisment

ଗୃହ ନିର୍ମାଣ ଠିକ ଭାବରେ ବା ବାସ୍ତୁ ମତରେ କରିବା ସହିତ ଏହାର ଆଭ୍ୟନ୍ତରୀଣ ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ନ ଦିଆଗଲେ ପଞ୍ଚଭୂତର ଅସନ୍ତୁଳନ ହୋଇ ଗୃହବାସୀଙ୍କ ଉପରେ କୁପ୍ରଭାବ ପଡ଼ିଥାଏ। ବାସ୍ତୁ ନିୟମରେ ନିର୍ମିତ ଘର ଗୃହବାସୀଙ୍କୁ ମାନସିକ ଓ ଶାରୀରିକ ସୁଖ ପ୍ରଦାନ କରିଥାଏ। ଏଣୁ ଆଭ୍ୟନ୍ତରୀଣ ସାଜସଜ୍ଜାର କେତେକ ବିଶେଷ ନିୟମ ନିମ୍ନରେ ଦିଆଗଲା, ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

  • ସମୟ ହେଉଛି ସବୁଠାରୁ ମୂଲ୍ୟବାନ। ଏଣୁ ସମୟ ଜାଣିବା ପାଇଁ ମଣିଷ ଆଗରୁ ବହୁତ ଉପାୟ ଆପଣଉଥିଲେ। ଯେମିତିକି ନିଜର ଛାଇ ଦେଖି ସମୟ ଜାଣୁଥିଲେ। ଆହୁରି ମଧ୍ୟ ଅନେକ ଉପାୟ ଥିଲା। ଏବେ ଆମେ ଘଣ୍ଟା ଦ୍ୱାରା ସହଜରେ ସମୟ ଜାଣିପାରୁଛେ କିନ୍ତୁ ଏହି ଘଣ୍ଟା ମଧ୍ୟ ଆମର ଭାଗ୍ୟ ଉପରେ ପ୍ରଭାବ ପକାଏ। ଏଣୁ ଏହି ଘଣ୍ଟା ଯେପରି ବନ୍ଦ ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବା ଜରୁରୀ। ଘଣ୍ଟା ଯଦି ବନ୍ଦ ହୋଇ ରହିଥାଏ ତେବେ ଗୃହବାସୀଙ୍କ ଉନ୍ନତିରେ ବାଧାପ୍ରାପ୍ତ ହୋଇଥାଏ।
  • ନିଜ ପୂର୍ବଜନମାନଙ୍କ ଫଟୋ କେବେହେଲେ ଦେବତାମାନଙ୍କ ପାଖରେ ରଖି ପୂଜା କରିବେ ନାହିଁ। ଏହାକୁ ଅଲଗା ଦକ୍ଷିଣ ପାଖ କାନ୍ଥରେ ରଖିବା ଉଚିତ।
  • ଔଷଧ ସର୍ବଦା ଘରର ଐଶାନ୍ୟ କୋଣରେ ରଖିଲେ ଔଷଧର କାର୍ଯ୍ୟ କ୍ଷମତା ବଢିଯାଏ।
  • ଘରେ କୌଣସି ଡବା ଖାଲି ରଖିବା ଉଚିତ ନୁହେଁ। ଏଣୁ ଡବାରେ କିଛି ନା କିଛି ଭରିକି ରଖିବେ।
  • ପଲଙ୍କକୁ କେବେହେଲେ କାନ୍ଥ ପାଖକୁ ଲଗାଇ ରଖିବେ ନାହିଁ ଏବଂ ପଲଙ୍କ ଓ କାନ୍ଥ ମଝିରେ ଅଳ୍ପ ବ୍ୟବଧାନ ରହିବା ଜରୁରୀ।
  • ଘରେ ଶୋଇଲାବେଳେ ଘରର ଦ୍ୱାର ଆଡ଼କୁ ଗୋଡ଼ କରିକି ଶୋଇବେ ନାହିଁ। ଏହିପରି ଶୋଇଲେ ନିଜର ଆର୍ଥିକ ଅଭିବୃଦ୍ଧିରେ କୁପ୍ରଭାବ ପଡିଥାଏ।
  • କୌଣସି ଦୁଃସାଧ୍ୟ ରୋଗରେ ପୀଡ଼ିତ ରୋଗୀକୁ ଘରର ନୈଋତ କୋଣରେ ରହିବାକୁ ଦେବେ।
  • ଗୃହରେ ଦର୍ପଣ ଉତ୍ତର କିମ୍ବା ପୂର୍ବ ପଟକୁ ମୁହଁ କରି ରଖିବେ ନାହିଁ ଏବଂ ବିଶେଷ କରି କୋଠରୀର ଅଗ୍ନିକୋଣରେ ମଧ୍ୟ ଦର୍ପଣ ରଖିବେ ନାହିଁ।
  • ପଲଙ୍କ ଏହିପରି ପକାଇବେ ଯେପରି ଶୋଇବା ସମୟରେ ଦକ୍ଷିଣ କିମ୍ବା ପୂର୍ବକୁ ମୁଣ୍ଡ ରହିବ।
  • ରୋଷେଇ କଲାବେଳେ ପୂର୍ବମୁହାଁ ହୋଇ ରୋଷେଇ କରିବା ଭଲ।
  • ଘରର ମୁଖ୍ୟଦ୍ୱାର ଘରର ଅନ୍ୟଦ୍ୱାର ଅପେକ୍ଷା ବଡ ହେବା ଶୁଭ।
  • ଘରର ଅଧିକ ଝରକା ଉତ୍ତର କିମ୍ବା ପୂର୍ବ ପଟରେ ହେବା ଭଲ।
  • ଐଶାନ୍ୟ କୋଣରେ କୌଣସି ଅଳିଆ ଆବର୍ଜନା କିମ୍ବା ଅଦରକାରୀ ବସ୍ତୁ ରଖିବେ ନାହିଁ କିମ୍ବା ଭାରି କଂକ୍ରିଟ୍‌ରେ କୌଣସି ନିର୍ମାଣ କାର୍ଯ୍ୟ କରିବେ ନାହିଁ। ଠାକୁରଙ୍କ ଆସ୍ଥାନ ମଧ୍ୟ କଂକ୍ରିଟ ନକରି କାଠରେ କରିବା ଭଲ।
  • ଘରର କବାଟ ଘଣ୍ଟା କଣ୍ଟା ଦିଗ ଅର୍ଥାତ୍ କ୍ଲକ୍ ୱାଇଜ୍ ଖୋଲିବା ଭଲ।
  • ଘରର ଶିଢ଼ି ଏହିପରି ହେବା ଦରକାର ଯେମିତି ଚଢ଼ିଲା ବେଳେ ଦକ୍ଷିଣାବର୍ତ୍ତ ଅର୍ଥାତ୍ ଘଣ୍ଟାକଣ୍ଟା ଦିଗରେ ଚଢ଼ିବା ହେଉଥିବ।
  • ଘରେ କୌଣସି ହିଂସ୍ର ଯନ୍ତୁଙ୍କର ଫଟୋ ରଖିବା ଭଲ ନୁହେଁ।
  • ଶୟନ କକ୍ଷରେ ଡ୍ରେସିଂ ଟେବୁଲ ଥିଲେ ଡ୍ରେସିଂ ଟେବୁଲର ଦର୍ପଣରେ ଶୟନ ସମୟରେ ପ୍ରତିବିମ୍ବ ଆସିବା ଭଲ ନୁହେଁ।
  • ଶୟନ କକ୍ଷରେ ସଂଲଗ୍ନ କରି ପାଇଖାନା କରନ୍ତୁ ନାହିଁ ଯଦି କରିଛନ୍ତି ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ତୁରନ୍ତ ପ୍ରତିକାର କରିବା କଥା। ବାସ୍ତୁବିତ୍‌ଙ୍କ ପରାମର୍ଶ ନିଜେ ମଧ୍ୟ ଦୋକାନରୁ କିଛି ବିନା ପ୍ରୋସେସ୍ ହୋଇଥିବା ଲୁଣଆଣି ଏକ କାଚପାତ୍ରରେ ରଖିବେ ଏବଂ ଶନିବାରକୁ ଶନିବାର ପରିବର୍ତ୍ତନ କରି ନୂଆ ରଖୁଥିବେ। ଏହାଦ୍ୱାରା ନେଗେଟିଭ୍ ଏନର୍ଜି କମିଯାଏ।
Advertisment

ଏସବୁ ଦିଗ ପ୍ରତି ଧ୍ୟାନ ଦିଆଗଲେ ନିଶ୍ଚୟ ଶୁଭ ଫଳ ମିଳିବ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips Vastu Vichar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ