Advertisment

Vastu: ଆପଣ ଘର ତିଆରି ପାଇଁ ଢାଲୁ ଜମି କିଣିଛନ୍ତି କି; ଏହା ଶୁଭ ନା ଅଶୁଭ ଜାଣନ୍ତୁ

ନୂଆ ଘରଟିଏ ପାଇଁ ନୂଆ ଜାଗାଟିର ବାସ୍ତୁ ସ୍ଥିତିକୁ ପ୍ରଥମେ ଦେଖାଯାଏ। ଏହା ଭିତରେ ଭୂମିର ଉଚ୍ଚା-ନିଚ୍ଚାକୁ ମଧ୍ୟ ଦେଖାଯାଏ। ଢାଲୁ ଜାଗା ଦିଗ ଅନୁସାରେ ଶୁଭ ଓ ଅଶୁଭ ଫଳ ଦେଇଥାଏ। ଜାଗା କେଉଁ ଦିଗକୁ ଢାଲୁ ହେଲେ କେଉଁ ଫଳ ଦିଏ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Rules of selection of land in Vastu

Rules of selection of land in Vastu

Advertisment

ଘରଟିଏ ତିଆରି କରିବାକୁ ହେଲେ ପ୍ରଥମେ ଉପଯୁକ୍ତ ଭୂମିଟିଏ ବାଛିବାକୁ ହୋଇଥାଏ। ଏହି ଭୂମି ଚୟନ ବେଳେ ଜାଗାର କେଉଁ ଦିଗରେ କ’ଣ ସବୁ ଅଛି ତାହା ଆମ ପାଇଁ କେତେ ଶୁଭ ଆଉ ଅଶୁଭ ତା’ର ବିଚାର କରି ଜାଗା କିଣାଯାଏ।

Advertisment

ଏହି ଭୂମି ଚୟନ ବେଳେ ବିଭିନ୍ନ ଦିଗ ଭିତରୁ ଏବେ ଆମେ ଜାଣିବା ଭୂମିର ଢାଲୁ ଅର୍ଥାତ୍ ଭୂମିର କେଉଁ ଦିଗ ଉଚ୍ଚା ଏବଂ କେଉଁ ଦିଗ ନୀଚ୍ଚା ଅଛି ତାହା ପରୀକ୍ଷା କରି ଜାଗା କିଣିବା ବିଷୟରେ। ଜାଗା ଢାଲୁର ପ୍ରଭାବ ବାସ୍ତୁ ଉପରେ ପଡିଥାଏ। ଢାଲୁ ବା ନିଚ୍ଚା ପାର୍ଶ୍ୱ ଯଦି ଶୁଭ ଦିଗକୁ ଥିବ ତେବେ ସେହି ଭୂମି ସକରାତ୍ମକ ଶକ୍ତି ବା ପଜିଟିଭ୍ ଏନର୍ଜିରେ ଭରପୁର ଥିବ ଏବଂ ଯଦି ଅଶୁଭ ଦିଗ ଆଡକୁ ଥାଏ ତେବେ ଉକ୍ତ ଜାଗାରେ ନକରାତ୍ମକ ବା ନେଗେଟିଭ୍ ଏନର୍ଜି ରହିଥାଏ।

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ବାସ୍ତୁ ସିଦ୍ଧାନ୍ତ ନ ମାନିଲେ ଆସେ ଅନେକ ବିପଦ

ଘରକରି ଏହି କ୍ଷେତ୍ରରେ ବସବାସ କଲେ ନାନା ପ୍ରକାର ଅସୁବିଧା ଭୋଗ କରିବାକୁ ପଡ଼ିଥାଏ। ଏଣୁ ଠିକ୍ ଭାବରେ ଭୂମିର ପରୀକ୍ଷା ନ କରି ସେଠାରେ ଘର ତିଆରି କରିବାକୁ ବାସ୍ତୁ ସ୍ୱୀକାର କରେ ନାହିଁ। ଅନେକ ବାସ୍ତୁ ନିୟମ ମାନି ଘର ତିଆରି କରିଥାନ୍ତି ଯେପରିକି ଆଗ୍ନେୟ କୋଣରେ ରୋଷେଇ ଘର, ଐଶାନ୍ୟରେ ଠାକୁର ଘର ଇତ୍ୟାଦି। ଏହି ନିୟମ ସହିତ ପ୍ରାୟ ସମସ୍ତେ ପରିଚିତ। ବର୍ତ୍ତମାନ ଆର୍‌କିଟେକ୍ଟ ଏହି ନିୟମରେ ଘରର ପ୍ଲାନ୍‌ ମଧ୍ୟ ଦେଉଛନ୍ତି।

Advertisment

ଏହା କିନ୍ତୁ ବାସ୍ତୁର ଶୁଭ ଫଳ ଦେଇ ନଥାଏ, କାରଣ ଘର ଯେଉଁ ଜାଗା ଉପରେ ତିଆରି କରାଯାଇଛି ସେଠାରେ ନେଗେଟିଭ୍ ଏନର୍ଜି ଅଛି କି ନାହିଁ ତାହା ପ୍ରଥମେ ଦେଖିବାକୁ ହୋଇଥାଏ। ଜାଗାରେ ନେଗେଟିଭ୍ ଏନର୍ଜି ବିଭିନ୍ନ କାରଣରୁ ହୋଇଥାଏ। ଆଜି ଆମେ ଜାଗାର ଢାଲୁ ବିଷୟରେ ଜାଣିବା।

ପୂର୍ବ ଦିଗରେ ଢାଲୁ:

ପୂର୍ବ ଦିଗରୁ ପଜିଟିଭ୍ ଏନର୍ଜି ଜାଗା ଆଡକୁ ଆସିଥାଏ। ଏଣୁ ଜାଗା କିଣିବାବେଳେ ଯଦି ଏହି ଦିଗ ନିଚ୍ଚା ହୋଇଥାଏ ତେବେ ଏଠାରେ ଘର କଲେ ଗୃହକର୍ତ୍ତା ଶ୍ରୀସମ୍ପର୍ଣ୍ଣ ହୋଇଥାନ୍ତି, ଅର୍ଥାତ୍ ସୁଖ ସମୃଦ୍ଧି ପ୍ରାପ୍ତ କରି ଖୁସିରେ ବସବାସ କରନ୍ତି।

Advertisment

ପଶ୍ଚିମ ଦିଗରେ ଢାଲୁ:

ଜାଗା ପଶ୍ଚିମ ଦିଗକୁ ଢାଲୁ ଥିଲେ, ସେଠାରେ ଘର ତିଆରି କଲେ ଗୃହକର୍ତ୍ତାଙ୍କର ଅନେକ କ୍ଷତି ହୋଇଥାଏ। ଆର୍ଥିକ ସଙ୍କଟ ଲାଗି ରହେ, ପରିବାରରେ କଳହ ସୃଷ୍ଟି ହୁଏ।

ଉତ୍ତର ଦିଗରେ ଢାଲୁ:

ଏହି ଦିଗକୁ ଢାଲୁ ଥାଇ ଯଦି ଜାଗା କିଣି ଘର ତିଆରି କରାଯାଏ ତେବେ ଗୃହକର୍ତ୍ତାଙ୍କ ଧନର ଅଭାବ ରହେ ନାହିଁ।

ଦକ୍ଷିଣ ଦିଗକୁ ଢାଲୁ:

ଏହି ଦିଗକୁର ଢାଲୁ ଥାଇ ଜାଗାରେ ଘର ତିଆରି କଲେ ଗୃହବାସୀମାନେ ବିଭିନ୍ନ ଅସାଧ୍ୟ ରୋଗରେ ପୀଡ଼ିତ ହୋଇଥାନ୍ତି।

ଉତ୍ତର-ପୂର୍ବ ଦିଗକୁ ଢାଲୁ:

ଏହି ଦିଗକୁ ଐଶାନ୍ୟ କୋଣ କହନ୍ତି। ଏହି କୋଣକୁ ଢାଲୁ ଥାଇ ଜାଗା ଉପରେ ଘର କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ।

ଉତ୍ତର- ପଶ୍ଚିମ ଦିଗକୁ ଢାଲୁ:

ଏହି ଦିଗକୁ ବାୟବ୍ୟ କୋଣ କୁହାଯାଏ। ଏହି କୋଣ ଢାଲୁ ଥିଲେ ଏବଂ ଏହି ଜାଗା କିଣି ଘର କଲେ ଗୃହକର୍ତ୍ତାଙ୍କୁ ନାନା ଅସୁବିଧା ଭୋଗ କରିବାକୁ ପଡିଥାଏ। ଶତ୍ରୁମାନଙ୍କ ଦ୍ୱାରା ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

ଦକ୍ଷିଣ-ପୂର୍ବକୁ ଢାଲୁ:

ଏହି ଦିଗକୁ ଆଗ୍ନେୟ କୋଣ କୁହାଯାଏ। ଏହି କୋଣକୁ ଢାଲୁ ଥାଇ ଜାଗା ଉପରେ ଘର ତିଆରି ଦ୍ୱାରା ଗୃହକର୍ତ୍ତାଙ୍କ ସ୍ତ୍ରୀ ଏବଂ ସନ୍ତାନ ପକ୍ଷକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।

ଦକ୍ଷିଣ-ପଶ୍ଚିମକୁ ଢାଲୁ:

ଏହି ଦିଗକୁ ନୈଋତ କୋଣ କୁହାଯାଏ। ଏହିପରି ଜାଗା କିଣି ଘର ତିଆରି କଲେ ଗୃହକର୍ତ୍ତା ଏବଂ ଗୃହବାସୀମାନେ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥାନ୍ତି ଏବଂ ନାନା ପ୍ରକାର ଅଶୁଭ ଫଳ ପାଇଥାନ୍ତି।

ପ୍ରତିକାର:

ଭୂମି ଚୟନ ସମୟରେ ଏହି ଦିଗ ଅର୍ଥାତ ଭୂମିର ଢାଲୁ ଅର୍ଥାତ୍ ଉଚ୍ଚା-ନିଚ୍ଚା ପ୍ରତି ବିଶେଷ ଧ୍ୟାନ ଦେଇ ଭୂମି କ୍ରୟ ଏବଂ ଗୃହ ନିର୍ମାଣ କରିବା ଜରୁରୀ। ଯଦି ଏହିପରି ଅଶୁଭ ଦିଗକୁ ଢାଲୁ ଥାଇ ଜାଗା କିଣି ସାରିଛନ୍ତି ତେବେ ଚିନ୍ତା ନକରି ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଭୂମିକୁ ସଂଶୋଧନ କରି ଗୃହ ନିର୍ମାଣ କଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips Vastu Vichara Vastu Tips For Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ