Advertisment

ଶୀତଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ; ଜାଣନ୍ତୁ ଟିପ୍ସ

ଶୀତଋତୁରେ ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଦେଖାଯାଏ। ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
In winter skin and hair care

In winter skin and hair care

Advertisment

ଋତୁ ପରିବର୍ତ୍ତନରେ ଯେ କେବଳ ପାଗ ବଦଳେ ତା' ନୁହେଁ। ପାଗ ସହ ଆମ ତ୍ୱଚା ଏବଂ କେଶର ସ୍ୱାସ୍ଥ୍ୟ ତଥା ଆପିଅରାନ୍ସରେ ମଧ୍ୟ ପରବର୍ତ୍ତନ ଆସେ। ଚର୍ମ ଏବଂ କେଶ ଶୁଷ୍କ ଓ ରୁକ୍ଷ ହୋଇ କୁଣ୍ଡାଇ ହେବା, ଫାଟିବା, କେଶ ଝଡିବା ଓ ରୁପିହେବା ଆଦି ସମସ୍ୟା ଶୀତଋତୁରେ ପ୍ରାୟ ସମସ୍ତେ ଦେଖନ୍ତି। କିନ୍ତୁ ଆମର ଦୈନନ୍ଦିନ ଜୀବନଶୈଳୀରେ କେତୋଟି ଅତି ସାଧାରଣ ପରିବର୍ତ୍ତନ ଆମକୁ ଏସବୁ ସମସ୍ୟାରୁ ରକ୍ଷା କରିପାରିବ।

Advertisment

ତ୍ୱଚାର ଯତ୍ନ:

  • ଶୀତରେ ଯଦିଓ ଗରମ ପାଣିରେ ଗାଧୋଇବାକୁ ଭଲ ଲାଗେ କିନ୍ତୁ ଏହା ଦ୍ୱାରା ତ୍ୱଚାର ତୈଳୀୟ ଅ°ଶ ଧୋଇହୋଇ ନଷ୍ଟ ହୋଇଯାଏ। ତେଣୁ ହାଲୁକା ଉଷୁମ ବା ନଖଉଷୁମ ପାଣିରେ ଗାଧୋଇବା ଭଲ, ଖାସକରି ମୁହଁ ଧୋଇବା ସମୟରେ। ଏହାଦ୍ୱାରା ତ୍ୱଚାର ତୈଳୀୟ ଏବଂ ତ୍ୱଚାର ଜଳୀୟ ଅ°ଶ ନଷ୍ଟ ହୁଏ ନାହିଁ।
  • ଗାଧେଇବା ପରେ ତ୍ୱଚା ହାଲୁକା ଓଦା ଥିବା ସମୟରେ ହିଁ ମଏଶ୍ଚରାଇଜର୍ ଲଗାଇବା ଉଚିତ। ଏହାଦ୍ୱାରା ତ୍ୱଚାର ଜଳୀୟ ଅ°ଶ ନଷ୍ଟହୁଏ ନାହିଁ ଏବଂ ତ୍ୱଚା ମୁଲାୟମ ତଥା ଉଜ୍ଜ୍ୱଳ ରୁହେ। ରାତିରେ ଶୋଇବା ଆଗରୁ ମୁହଁକୁ ଭଲଭାବରେ ଧୋଇ, ଅଏଲ୍ ଫ୍ରି ମଏଶ୍ଚରାଇଜର ନିଶ୍ଚୟ ଲଗାନ୍ତୁ।
  • ଅନେକ ଭାବନ୍ତି ଶୀତଋତୁରେ ଏକ୍ସଫୋଲିଏସନ୍ କରିବା ଦ୍ୱାରା ତ୍ୱାଚା ରୁକ୍ଷ ହୋଇଯାଏ। କିନ୍ତୁ ଡେଡ୍ ଟିସ୍ୟୁକୁ ଚର୍ମର ଉପରି ଭାଗରୁ ସଫାକରିବା ପାଇଁ ସପ୍ତାହରେ ଥରେ ଏକ୍ସଫୋଲିଏସନ୍ କରିବା ଭଲ। ଏହା ଦ୍ୱାରା ତ୍ୱଚା ମଏଶ୍ଚରାଇଜରରୁ ସହଜରେ ଆଦ୍ରତା ଗ୍ରହଣ କରିପାରେ, ଅବଶୋଷଣ କରିପାରେ ଏବଂ ମଏଶ୍ଚରାଇଜର୍ ମଧ୍ୟ ଠିକ୍ ଭାବରେ କାମ କରିପାରେ।
  • ଶୀତଋତୁରେ କମ୍ ଝାଳ ହେଉଥିବା ତଥା ଥଣ୍ଡା ଲାଗୁଥିବାରୁ ଅନେକ କମ ପାଣି ପିଅନ୍ତି। କିନ୍ତୁ ଏହା ଦ୍ୱାରା ତ୍ୱଚା ଶୁଷ୍କହୋଇ ଇଲାଷ୍ଟିସିଟି ହରାଇଥାଏ, ଓଠ ଏବଂ ହାତପାଦର ଚମଡା ଫାଟିବା ସମସ୍ୟା ଦେଖାଯାଏ। ଏହି କାରଣରୁ ଅନେକଙ୍କର କୋଷ୍ଟକାଠିନ୍ୟ ମଧ୍ୟ ଦେଖାଯାଏ। ଏସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦିନକୁ ୨ -୨.୫ ଲିଟର ପାଣି ପିଅନ୍ତୁ।

କେଶର ଯତ୍ନ:

  • ଯଦିଓ ଖପୁରୀର ଚମଡା ସଫା ରଖିବା ପାଇଁ ସ୍ୟାମ୍ପୁ କରିବା ଜରୁରୀ କିନ୍ତୁ ସ୍ୟାମ୍ପୁର ଅତ୍ୟଧିକ ବ୍ୟବହାର କେବଳ ଖପୁରୀ ଚମଡା ନୁହେଁ ବର° କେଶକୁ ମଧ୍ୟ ଶୁଷ୍କ, ରୁକ୍ଷ, ଅଡ଼ୁଆ ଏବଂ ଭଙ୍ଗୁର କରିଦିଏ। ସପ୍ତାହରେ ଦୁଇଥର ସ୍ୟାମ୍ପୁ କରନ୍ତୁ। ରୂପି ହେଉଥିଲେ, ସପ୍ତାହରେ ଥରେ ଆଣ୍ଟି-ଡ୍ୟାଣ୍ଡରଫ୍ ଏବଂ ଅନ୍ୟଥର ସାଧାରଣ ସ୍ୟାମ୍ପୁ ବ୍ୟବହାର କରନ୍ତୁ।
  • ଶୁଷ୍କ ବାୟୁମଣ୍ଡଳ ଏବଂ ପବନ କାରଣରୁ ଶୀତଋତୁରେ କେଶ ମଧ୍ୟ ଶୁଷ୍କ ଏବଂ ନିସ୍ତେଜ ଦେଖାଯାଏ, ଏଥିରୁ ବଞ୍ଚିବା ପାଇଁ ନଡିଆ, ଆଲ୍‌ମଣ୍ଡ, ଅଲିଭ୍ ତେଲକୁ ସାଧାରଣ ରୁମ୍ ଟେମ୍ପରେଚର୍ କିମ୍ବା ନଖ ଉଷୁମ କରି ମାଲିସ୍ କରିବା ଦ୍ୱାରା କେଶ ମସୃଣ, ନରମ ରହିବା ସହ ଡ୍ୟାଣ୍ଡରଫ୍ ସମସ୍ୟା ମଧ୍ୟ କମିଥାଏ। ସପ୍ତାହରେ ଅତିକମରେ ଦୁଇ-ତିନିଥର କେଶରେ ତେଲ ମାଲିସ୍ କରନ୍ତୁ।
  • କେଶକୁ ସୁନ୍ଦର ଏବଂ ମୁଲାୟମ ରଖିବା ପାଇଁ ସପ୍ତାହରେ ଥରେ -ଦୁଇଥର କଣ୍ଡିସନର୍ ମଧ୍ୟ ଲଗାନ୍ତୁ। ଅନେକଙ୍କର ବଜାରରେ ଉପଲବ୍ଧ କଣ୍ଡିସନର୍ ଲଗାଇବା ଦ୍ୱାରା କେଶ ଅଧିକ ଉପୁଡିଥାଏ, ସେମାନେ ଘରେ ହେୟାର ମାସ୍କ ବନାଇ ଲଗାଇ ପାରିବେ।
Advertisment

ଅର୍ଗାନିକ୍ ହୋମମେଡ୍ ପ୍ରଡକ୍ଟସ:

  • ମସୁର ଡାଲି ଗୁଣ୍ଡ, ଓଟ୍ସ ଗୁଣ୍ଡ, ମୁଲତାନୀ ମାଟି, ଦହି ମିଶାଇ ଘରେ ବନାଯାଇଥିବା ମିଶ୍ରଣ ଏକ୍ସଫୋଲିଏସନ୍ ପାଇଁ ସବୁଠାରୁ ଭଲ।
  • ୨ ଚାମଚ ରାଇସ୍‌ବ୍ରାନ୍ ତେଲ, ୨ ଚାମଚ ନଡିଆ ତେଲ, ୧ ଚାମଚ ଜୋଜୋବା ତେଲ, ୧ ଚାମଚ ରାଶି ତେଲ, ୧ ଚାମଚ ଜଡା ତେଲ, ୧ ଚାମଚ ଘିକୁଆଁରୀ ବା ଆଲୋଭେରା ଜେଲ୍ ବା ରସ ଓ ୨ଟି Vit E କ୍ୟାପ୍‌ସୁଲ୍‌ର ଗୋଟିଏ ମିଶ୍ରଣ ବନେଇ, ସପ୍ତାହରେ ଥରେ ଏଇ ମିଶ୍ରଣକୁ ଖପୁରି ତ୍ୱଚା ଓ କେଶର ସମ୍ପୂର୍ଣ୍ଣ ଦୈର୍ଘ୍ୟ ଉପରେ ଲଗାଇ ୩୦ମିନିଟ୍ ରଖିବା ପରେ ସାମ୍ପୁ କରିନିଅନ୍ତୁ। ଏହି ତେଲର ମିଶ୍ରଣ ମଧ୍ୟ କେଶ ଉପରେ ସନ୍‌ପ୍ରୋଟେକ୍ସନର ଗୋଟିଏ ଆବରଣ ବନାଇବାରେ ସାହାଯ୍ୟ କରେ।
  • ବସାଦହି, ନଡ଼ିଆ ତେଲ, ଆଲୋଭେରା ମିଶାଇ, ଖପୁରି ତ୍ୱଚା ଓ କେଶର ସମ୍ପୂର୍ଣ୍ଣ ଦୈର୍ଘ୍ୟ ଉପରେ ଏହି ମିଶ୍ରଣକୁ ଲଗାଇ, ୩୦ ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଅଣ୍ଡାର ଧଳା ଅ°ଶ ମଧ୍ୟ ଭଲ କଣ୍ଡିସନରର କାମ କରିଥାଏ।
  • ଖପୁରୀ ଅଧିକ ଶୁଷ୍କ ଏବଂ କୁଣ୍ଡାଇ ହେଉଥିଲେ ଅଁଳା, ରିଠା, ସିକାକାଇ ସମାନ ପରିମାଣର ନେଇ, ପାଣିରେ ଫୁଟାଇ, ଛାଣି, ସେହି ପାଣିକୁ ଖପୁରୀରେ ମାଲିସ୍ କରି କିଛି ସମୟ ରଖି, ପାଣିରେ ଧୋଇ ନିଅନ୍ତୁ। ଏହା ସ୍ୟାମ୍ପୁ ପରି କେଶ ସଫା ରଖିବାରେ କାମଦିଏ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Hair Care Skin Care Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ