Advertisment

Vastu Tips: ଗୃହର ଏହି ଦିଗରେ ନୀଳ ରଙ୍ଗ ଥିଲେ ମାନ-ସମ୍ମାନହାନୀ ହୁଏ, ଆସେ କୋର୍ଟ-କଚେରୀ ସମସ୍ୟା

ବହୁ ସମୟରେ ଗୃହ ନିର୍ମାଣ ଠିକ୍ ଥିବ କିନ୍ତୁ ରଙ୍ଗ ଦେଲା ବେଳେ କେଉଁ ଦିଗରେ କେଉଁ ରଙ୍ଗ ଦିଆଯିବ ଏବଂ ଏହାର ଗୃହକର୍ତ୍ତାଙ୍କ ରାଶି ସହିତ କେତେ ଶୁଭ ତାହାର ବିଚାର ନ କରି ରଙ୍ଗ କରିଥିଲେ କେବଳ ଏହି ରଙ୍ଗ କାରଣରୁ ଅନେକ ବାସ୍ତୁ ସମସ୍ୟା ଆସିଥାଏ।

ଅଦ୍ୟତନ ହୋଇଛି
Guide To Vastu Colours for Home in odia

If there is blue color in this side of the house honor will be lost

Advertisment

ଗୃହ ନିର୍ମାଣ ପୂର୍ବରୁ ସତର୍କ ରହି ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଯେତେ ବାସ୍ତୁଦୋଷକୁ କମ୍ କରିହେବ ସେଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ତେଣୁ ପ୍ରଥମେ ଗୃହର କେଉଁ ଭାଗରେ କ’ଣ ନିର୍ମାଣ କରିବା ଦରକାର ତା’ର ଏକ ଯୋଜନା କରିନେବା ଦରକାର। କାରଣ ଘର ଥରେ ନିର୍ମାଣ କରିସାରିଲେ ତାକୁ ଭାଙ୍ଗି ପୁନର୍ବାର କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ।

Advertisment

କାରଣ ଏହା ଅତ୍ୟଧିକ ବ୍ୟୟ ସାପେକ୍ଷ, ସମୟ ସାପେକ୍ଷ ହେବା ସହିତ ଗୃହଟିକୁ ଭଙ୍ଗାରୁଜା କରିବା ଦ୍ୱାରା ମୂଳଦୁଆ ଦୁର୍ବଳ ହୋଇଯାଏ। ଏଣୁ ଯଦି ଅଜାଣତରେ ବାସ୍ତୁତୃଟି ହୋଇଯାଇଥାଏ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ବାସ୍ତୁତୃଟି ଥିବା କ୍ଷେତ୍ରକୁ ପ୍ରତିକାର କରିନେବା ଦରକାର।

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

Advertisment

ପ୍ରତିକାର ଦ୍ୱାରା ଅନେକ ବାସ୍ତୁତୃଟିର ଅଶୁଭତ୍ୱକୁ ହ୍ରାସ କରାଯାଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାସ୍ତୁତୃଟିକୁ ଠିକ୍ ଭାବରେ ଚିହ୍ନିବା ଏବଂ ଅଶୁଭ ପ୍ରଭାବକୁ କମ୍ କରିବା। ଏହା କେବଳ ଜଣେ ଅଭିଜ୍ଞ ବାସ୍ତୁବିତ୍‌ଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ।

ବହୁବାର ଦେଖାଯାଇଛି ଏବଂ ମୋର ନିଜର ଅନୁଭୂତି ଯେ ବର୍ତ୍ତମାନର ଏହି ଇଣ୍ଟରନେଟ୍ ଯୁଗରେ ସମସ୍ତେ ଗୁଗୁଲ୍ ସର୍ଚ୍ଚ କରି ବାସ୍ତୁ ଉପରେ ଅଳ୍ପ କିଛି ନିଜେ ନିଜେ ଦୋକାନରୁ ବାସ୍ତୁ ପ୍ରତିକାର ଜିନିଷ ଆଣି ଗୃହ ମଧ୍ୟରେ ସ୍ଥାପନ କରିଦେଉଛନ୍ତି। ପରେ ଏହାର ଖରାପ ପ୍ରଭାବ ମଧ୍ୟ ଭୋଗୁଛନ୍ତି। କାରଣ କୌଣସି ବି ସମସ୍ୟାର ଗୋଟେ କାରଣ ହୋଇ ନ ଥାଏ। ଏଥିପାଇଁ ବାସ୍ତୁବିତ୍ ତା’ର ସମ୍ପୂର୍ଣ୍ଣ ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ୟାର କାରଣକୁ ଜାଣି ପ୍ରତିକାର କରିଥାଏ।

Advertisment

ଏହିପରି ଏକ ସମସ୍ୟା ବିଷୟରେ ଜାଣିବା ତାହା ହେଉଛି ରଙ୍ଗ। ଭୂମି କ୍ରୟ ଠାରୁ ଗୃହ ନିର୍ମାଣ ସରିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ସମୟରେ ବାସ୍ତୁବିଦ୍ୟାର ପ୍ରୟୋଗ ରହିଛି। ବହୁ ସମୟରେ ଗୃହ ନିର୍ମାଣ ଠିକ ଥିବ କିନ୍ତୁ ରଙ୍ଗ ଦେଲା ବେଳେ କେଉଁ ଦିଗରେ କେଉଁ ରଙ୍ଗ ଦିଆଯିବ ଏବଂ ଏହାର ଗୃହକର୍ତ୍ତାଙ୍କ ରାଶି ସହିତ କେତେ ଶୁଭ ତାହାର ବିଚାର ନ କରି ରଙ୍ଗ କରିଥିଲେ କେବଳ ଏହି ରଙ୍ଗ କାରଣରୁ ଅନେକ ବାସ୍ତୁ ସମସ୍ୟା ଆସିଥାଏ।

କେବଳ ରଙ୍ଗକୁ ଠିକ୍ କରିଦେଲେ ସମସ୍ୟାର ସମାଧାନ ହୋଇଯାଇଥାଏ କିନ୍ତୁ ଏହି ରଙ୍ଗ ପ୍ରତି ଧ୍ୟାନ ନ ଦେଇ ବିଭିନ୍ନ ପ୍ରକାର ବାସ୍ତୁ ଉପକରଣମାନ ସ୍ଥାପନା ନିଜେ ନିଜେ କରିଥାନ୍ତି। ଫଳରେ ଶୁଭଫଳ ପରିବର୍ତ୍ତେ ଅଶୁଭଫଳ ମିଳିଥାଏ।

ବାସ୍ତୁରେ ରଙ୍ଗର ଏକ ମୁଖ୍ୟ ଭୂମିକା ରହିଛି କେତେକ ଦିଗରେ ଗୋଟେ ଗୋଟେ ରଙ୍ଗ ଅତ୍ୟଧିକ କ୍ଷତି କରିଥାଏ। ସେ ଭିତରୁ ଗୋଟେ ହେଉଛି ନୀଳ ରଙ୍ଗ। ଏହା ରାହୁ ଗ୍ରହକୁ ପ୍ରତିନିଧିତ୍ୱ କରିଥାଏ ଏବଂ ପଞ୍ଚତତ୍ତ୍ୱର ଜଳତ୍ତ୍ୱକୁ ପ୍ରତିନିଧିତ୍ୱ କରିଥାଏ। ଏଣୁ ଏହି ରଙ୍ଗ ଅଗ୍ନିସ୍ଥାନ ଏବଂ ମଙ୍ଗଳ ଗ୍ରହ ସହିତ ଯୋଡିହେଲେ ଗୃହରେ ଅଚାନକ ଭାବରେ ଅତି ଅଶୁଭ ପ୍ରଭାବ ପକାଇଥାଏ।

ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଏଣୁ ଦକ୍ଷିଣ ପଟରେ କିମ୍ବା ଦକ୍ଷିଣ ପୂର୍ବ କୋଣରେ ନୀଳ ରଙ୍ଗ ଦେଲେ ଅଗ୍ନିତତ୍ତ୍ୱ ଏବଂ ମଙ୍ଗଳ ଗ୍ରହ ଅସନ୍ତୁଳିତ ହୋଇଯାଏ। ଫଳରେ ଗୃହକର୍ତ୍ତା ଏବଂ ଗୃହବାସୀ ମାନ-ସମ୍ମାନ ହାନୀ, କୋର୍ଟ କଚେରୀ ପରି ନାନା ପ୍ରକାରର ଅସୁବିଧା ସମ୍ମୁଖୀନ ହୋଇଥାନ୍ତି।

ଏଣୁ ଏଠାରେ ମନେ ରଖିବା ଉଚିତ ଯେ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ କୋଣ ଭାଗରେ କେବେବି ନୀଳ ରଙ୍ଗ କରନ୍ତୁ ନାହିଁ। ଯଦି କରି ଦେଇଛନ୍ତି ତେବେ ଏହି ରଙ୍ଗକୁ ପରିବର୍ତ୍ତନ କରି ନାଲି କିମ୍ବା ନାଲି ଭଳି ଥିବା ନାରଙ୍ଗୀ, ପିଙ୍କ୍‌ ଆଦି ରଙ୍ଗ କରି ଶୁଭ ଫଳ ପାଇପାରିବେ। ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଗୃହର ରଙ୍ଗ ଚୟନ କଲେ ଶୁଭ ଫଳ ମିଳେ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ