Advertisment

Vastu Tips: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

ନିଜ ଗୃହର ବାହାରେ ଜଳର ସ୍ଥିତି, ବିଭିନ୍ନ ନିର୍ମାଣାଧିନ ଗୃହର ସ୍ଥିତି, ଗୃହ ବାହାରେ ମନ୍ଦିର, ଗିର୍‌ଜା, ସସ୍‌ଜିଦ୍‌, ମଶାଣି ଆଦିର ସ୍ମୃତିକୁ ମଧ୍ୟ ବିଚାର କରାଯାଇଥାଏ। ଯଦି ପାରିପାର୍ଶ୍ୱିକ ସ୍ଥିତିକୁ ବିଚାର ନ କରି ଗୃହ ନିର୍ମାଣ କରାଯାଏ ତେବେ ଏହାର ଖରାପ ପ୍ରଭାବ ଗୃହବାସୀଙ୍କୁ ଭୋଗିବାକୁ ପଡ଼ିଥାଏ।

ଅଦ୍ୟତନ ହୋଇଛି
Vastu Tips to Buy a Home Near Temple

If there is a temple in front of the house, the residents of the house are suffering from many probl

Advertisment

ବାସ୍ତୁବିଦ୍ୟା ଏକ ପ୍ରାଚୀନ ବିଦ୍ୟା। ବହୁତ ଧନଶାଳୀ ଏବଂ ପ୍ରଗତିଶୀଳ ରାଷ୍ଟ୍ରମାନେ ଭାରତର ବାସ୍ତୁବିଦ୍ୟାକୁ ନିଜ ଭାଷାରେ ଅନୁବାଦ କରି ନିଜ ରାଷ୍ଟ୍ରର ପ୍ରତ୍ୟେକ ଗୃହ ନିର୍ମାଣରେ ପ୍ରୟୋଗ କରୁଛନ୍ତି। ଗୃହର ପ୍ରବେଶ ଦ୍ୱାର, ଜଳଉତ୍ସ, ଜଳ ଭଣ୍ଡାର, ଶୋଇବା ଗୃହ, ରୋଷେର ଗୃହ, ସତିଗୃହ ଇତ୍ୟାଦି ଭାରତୀୟ ବାସ୍ତୁଶାସ୍ତ୍ରର ନିତିନିୟମ ଅନୁଯାୟୀ ସ୍ଥିର କରୁଛନ୍ତି।

Advertisment

ଭାରତୀୟ ପ୍ରାଚୀନ ମୁନିଋଷିମାନଙ୍କର ଜ୍ଞାନଦ୍ୱାରା ଆଗରୁ ରାଜାମହାରାଜାମାନେ ଏହାକୁ ବ୍ୟବହାର କରୁଥିଲେ। ପରବର୍ତ୍ତୀ ସମୟରେ ମୋଗଲ ଓ ଇଂରେଜ ଶାସନ କାଳରେ ଏହି ବିଦ୍ୟା ବାହାର ରାଷ୍ଟ୍ରକୁ ଚାଲିଗଲା ଏବଂ ସେଠାରେ ଏହାର ବ୍ୟହହାର କରାଗଲା। ଏବେ କିନ୍ତୁ ଭାରତରେ ଏହାର ବ୍ୟବହାର ବଢିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ତଥାପି ଦୁଃଖର କଥା ଆମେ ବାସ୍ତୁବିଦ୍ୟାରେ ପୁସ୍ତକ ପଢ଼ି ଏହା ବିଷୟରେ ଅବଗତ ହେଉଛୁ କିନ୍ତୁ ସଠିକ୍ ଭାବରେ ଏହାର ପ୍ରୟୋଗ କରିପାରୁ ନାହିଁ କାରଣ ଏହାର ପ୍ରୟୋଗ କେବଳ ଗୃହ ନିର୍ମାଣ କ୍ଷେତ୍ର ଭିତରେ ସିମିତ ନୁହେଁ ବାସ୍ତୁର ପ୍ରଭାବ ଏହାର ପାରିପାର୍ଶ୍ୱିକ ସ୍ଥିତି ଏବଂ ଅବସ୍ଥିତି ଉପରେ ବି ନିର୍ଭର କରିଥାଏ।

Advertisment

ଯେମିତି ନିଜ ଗୃହର ବାହାରେ ଜଳର ସ୍ଥିତି, ବିଭିନ୍ନ ନିର୍ମାଣାଧିନ ଗୃହର ସ୍ଥିତି, ଗୃହ ବାହାରେ ମନ୍ଦିର, ଗିର୍‌ଜା, ସସ୍‌ଜିଦ୍‌, ମଶାଣି ଆଦିର ସ୍ମୃତିକୁ ମଧ୍ୟ ବିଚାର କରାଯାଇଥାଏ। ଯଦି ପାରିପାର୍ଶ୍ୱିକ ସ୍ଥିତିକୁ ବିଚାର ନ କରି ଗୃହ ନିର୍ମାଣ କରାଯାଏ ତେବେ ଏହାର  ଖରାପ ପ୍ରଭାବ ଗୃହବାସୀଙ୍କୁ ଭୋଗିବାକୁ ପଡ଼ିଥାଏ।

ସେତେବେଳେ ଭାବିଥାଉ ଆମର ରୋଷେଇ ଘର, ପାଇଖାନା ଘର, ଶୋଇବା ଘର, ପୂଜାଘର ଇତ୍ୟାଦି ଯଥାସ୍ଥାନରେ ବାସ୍ତୁର ନିୟମରେ ଅଛି, କିନ୍ତୁ ବାସ୍ତୁଦୋଷ ଯୋଗୁଁ ଅଶୁଭ ଫଳ କାହିଁକି ମିଳୁଛି।

Advertisment

ଦୃଶ୍ୟ ଓ ଅଦୃଶ୍ୟ, ସଜୀବ ଓ ନିର୍ଜୀବ, ଚଳନ୍ତି ଓ ସ୍ଥିର ବ୍ରହ୍ମାଣ୍ଡ ଇତ୍ୟାଦି ପରମାତ୍ମାଙ୍କର ଅଂଶ ବଶେଷ। ତେଣୁ ଗୃହ ନିର୍ମାଣ କେବଳ ସ୍ଥାପତ୍ୟ ଦୃଷ୍ଟିକୋଣରୁ ବିଚାର କରିବା ଯଥେଷ୍ଟ ନୁହେଁ। ଏଣୁ ଗୃହର ପାରିପାର୍ଶ୍ୱିକ ସ୍ଥିତି ଓ ଅବସ୍ଥିତିକୁ ବିଚାରକୁ ନେବା କଥା। ବର୍ତ୍ତମାନ ଚାରିଆଡେ ମନ୍ଦିର ନିର୍ମାଣ କରାଯାଉଛି। ପ୍ରତ୍ୟେକ ଛୋଟ ଛୋଟ କଲୋନି ମଧ୍ୟରେ ମଧ୍ୟ ମନ୍ଦିର କରାଯାଉଛି।

ତେଣୁ ଏହି ମନ୍ଦିର ବା ଧାର୍ମିକ ଅନୁଷ୍ଠାନର ଏକ ସ୍ୱତନ୍ତ୍ର ବାସ୍ତୁନିୟମ ମଧ୍ୟ ରହିଛି ଏବଂ ଏହାର ଏକ ଅଦୃଶ୍ୟ ଶକ୍ତିର ପ୍ରଭାବ ମଧ୍ୟ ରହିଛି। ଗୃହର ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ଧାର୍ମିକ ଅନୁଷ୍ଠାନର ମୁଖ୍ୟ ଦ୍ୱାର ସାମ୍ନାସାମ୍ନୀ ରହିବା ଉଚିତ୍ ନୁହେଁ। ମନ୍ଦିରର ପାଚେରୀ ଓ ଗୃହର ପାଚେରୀ ଗୋଟେ ହେବା ମଧ୍ୟ ଭଲ ନୁହେଁ।

ଅଧିକ ପଢ଼ନ୍ତୁ: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା

ଅନେକ ଲୋକ ଭାବନ୍ତି ମନ୍ଦିର ପାଖରେ ଥିବା ଗୃହ ଶୁଭ କିନ୍ତୁ ବାସ୍ତୁମତରେ ଏହା କ୍ଷତିକାରକ। ଏଣୁ ଯଦି ଏହିପରି ଥାଏ ତେବେ ପ୍ରତିକାର ପାଇଁ ଗୃହର ପାଚେରୀକୁ ମନ୍ଦିରର ପାଚେରୀ ଠାରୁ ବହୁତ ବଡ଼ କରିଦେବେ ଏବଂ ଗୃହର ମୁଖ୍ୟଦ୍ୱାରରେ ଏକ ପାକୁଆ ଦର୍ପଣ ଲଗେଇ ଦେବେ ଏବଂ ଗୃହର ମୁଖ୍ୟଦ୍ୱାରରେ ଶ୍ୱସ୍ତିକ ଚିହ୍ନ ଲଗେଇ ଦେବେ। ଏହି ପ୍ରତିକାର କରିଦେଲେ ପ୍ରାୟ ୩ ମାସ ଭିତରେ ଗୃହରେ ବହୁତ ଅଶୁଭ ଲକ୍ଷଣ ମାନ ନଷ୍ଟ ହୋଇ ଶୁଭଫଳ ମିଳିପାରେ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Shastra Vastu Bichar Vastu Tips Vastu Tips For Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ