Advertisment

Diwali Celebration: ଦୀପାବଳି ସମୟରେ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ

ଦୀପାବଳି ହସ ଖୁସିର ପର୍ବ ହୋଇଥିଲେ ବି କେତେକଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇଯାଏ। ବିଭିନ୍ନ ପ୍ରକାର ବାଣ ଫୁଟା ଯୋଗୁଁ ଅନେକଙ୍କ ଫୁସ୍‌ଫୁସ୍‌ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଏହିସବୁ ସମସ୍ୟାକୁ ଏଡେଇବା ପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିନେବା।

ଅଦ୍ୟତନ ହୋଇଛି
How to take care o health during Diwali

How to take care o health during Diwali

Advertisment

ଦୀପାବଳି କହିଲା ମାନେ ଦୀପ ଜଳା, ଲିଚୁ ଲାଇଟ୍‌ରେ ବାଲକୋନୀ ସଜା, ବାଣ ଫୁଟା, ବିଭିନ୍ନ ମିଠା, ପିଠା ଆଉ କ୍ଷୀରିର ଚିତ୍ର ଆଖି ଆଗରେ ଝଲସି ଉଠେ। ହେଲେ ଅନେକଙ୍କ ପାଇଁ ଦୀପାବଳି ରାତି ଏବଂ ତା'ପରର କିଛି ଦିନ ନାନା ସ୍ୱାସ୍ଥ୍ୟ ସମସ୍ୟା, ସାଧାରଣତଃ ଶ୍ୱାସରୋଗ ବଢିଯିବା ପରି ପରିସ୍ଥିତି ସୃଷ୍ଟିକରେ। ନିମିଷକ ଭିତରେ ସବୁ ମଉଜ-ମଜଲିସ୍ ଆଉ ଆନନ୍ଦ କଷ୍ଟ ଆଉ ଯନ୍ତ୍ରଣାରେ ପରିଣତ ହୋଇଯାଏ।

Advertisment

ବିଶେଷଜ୍ଞଙ୍କ ମତରେ ପ୍ରତି ବର୍ଷ ପ୍ରାୟ ୨୬% ସୁସ୍ଥ ମଣିଷ ଦୀପାବଳି ପରେ ବିଭିନ୍ନ ପ୍ରକାର ଫୁସ୍‌ଫୁସ୍‌ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯେମିତିକି କାଶ, କଫ, ଅଣନିଶ୍ୱାସୀ ଲାଗିବା ଆଦି ଭୋଗିଥାନ୍ତି। ପୁନେସ୍ଥିତ Chest Research Foundation ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ଦୀପାବଳିରେ ଜଳା ଯାଉଥିବା ବାଣ ଦ୍ୱାରା ବାୟୁମଣ୍ଡଳରେ ବିଷାକ୍ତ ସଲ୍‌ଫର୍ ଡାଇଅକ୍ସାଇଡର ମାତ୍ରା WHO ନିର୍ଦ୍ଧାରିତ ମାତ୍ରା ଅପେକ୍ଷା ପାଖାପାଖି ୨୦୦ ଗୁଣ ବଢିଯାଏ। ଆଉ ଏହା ହେଉଛି ବାଣ ଫୁଟେଇବା ଦ୍ୱାରା ହେଉଥିବା ସମସ୍ତ ପ୍ରଦୂଷଣର ମାତ୍ର ୧୦%।

ସଲ୍‌ଫର୍ ଡାଇଅକ୍ସାଇଡ୍ ଛଡା ବାଣଫୁଟାଇବା ଦ୍ୱାରା ଅନ୍ୟ ଅନେକ ବିଷାକ୍ତ ଗ୍ୟାସ୍‌ ଯେମିତିକି କାର୍ବନ ଡାଇଅକ୍ସାଡ୍, କାର୍ବନ ମନୋକ୍ସାଇଡ୍, ମାଙ୍ଗାନିଜ୍ ଏବଂ କାଡ୍‌ମିୟମ୍ ମଧ୍ୟ ନିର୍ଗତ ହୋଇଥାଏ। ଏଥି ମଧ୍ୟରୁ ସର୍ବାଧିକ କାଡ୍‌ମିୟମ୍ ହିଁ ଆସ୍ଥମା, ବ୍ରୋଙ୍କାଇଟିସ୍, କ୍ରନିକ୍ ଅବଷ୍ଟ୍ରେକ୍ଟିଭ୍ ପଲମୋନାରୀ ଡିଜିଜ୍ ପରି ଫୁସ୍‌ଫୁସ୍‌ର ବିଭିନ୍ନ ସମସ୍ୟାକୁ ଆହୁରି ତୀବ୍ର କରିଦିଏ।

Advertisment

ବାଣଫୁଟେଇବା ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ୍‌ଗୁଡିକୁ ବାୟୁମଣ୍ଡଳରୁ ସମ୍ପୂର୍ଣ୍ଣ ରୂପେ ଅପସରିତ ହେବାକୁ ପାଖାପାଖି ୪ ମାସ ସମୟ ଲାଗିଯାଏ। ଏହି ୪ ମାସ ମଧ୍ୟରେ ଏହା ଅନେକ ସୁସ୍ଥ ମଣିଷଙ୍କ ଫୁସ୍‌ଫୁସ୍‌ରେ ପ୍ରବେଶ କରି ନୂଆ ଶ୍ୱାସଜନିତ ରୋଗ ସୃଷ୍ଟି କରିଥାଏ। ଆକଳନ ଅନୁସାରେ ଆସ୍ଥମା ବା ଶ୍ୱାସ ରୋଗୀଙ୍କ ସ°ଖ୍ୟାରେ ପ୍ରତିବର୍ଷ ପ୍ରାୟ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ଦେଖାଯାଉଛି।

ଦୀପାବଳି ରାତି ଏବଂ ତା' ପରେ ପରେ ଦେଖାଯାଉଥିବା କିଛି ସାଧାରଣ ଆଲର୍ଜି ବା ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣଗୁଡିକ ହେଲା: ଆଖି ଓ ନାକ କୁଣ୍ଡାଇ ହେବା, ଛିଙ୍କ ହେବା, ନାକ ରୁନ୍ଧିହେବା, ନାକରୁ ପାଣି ଗଡିବା, ତଣ୍ଟି ଗତଗତ ବା କୁଣ୍ଡାଇ ଲାଗିବା, କାଶ ହେବା, ଅଣନିଶ୍ୱାସୀ ବା ଧଇଁସଇଁ ଲାଗିବା, ଛାତି ରୁନ୍ଧିହେବା ପରି ଲାଗିବା ଛଡା ମୁଣ୍ଡ ବୁଲାଇବା, ଅଇ ଉଠେଇବା, ବାନ୍ତି ହେବା, କ୍ଲାନ୍ତ ଓ ଥକ୍କାପଣ ଅନୁଭୁତ ହେବା।

Advertisment

ଦୀପାବଳି ସମୟରେ, ଶ୍ୱାସଜନିତ ଆଲର୍ଜିରୁ ବଞ୍ଚିବାର ଉପାୟ:

ଘରେ ଶ୍ୱାସ କିମ୍ବା ବ୍ରୋଙ୍କାଇଟିସ୍ ରୋଗୀ କିମ୍ବା ଛୋଟ ଛୁଆ ଥିଲେ ଧୂଳି ଝଡା, ଘର ସଫା ଏବଂ ପେଣ୍ଟ କରିବା ଆଦିରୁ ଦୂରେଇ ରୁହନ୍ତୁ। ଅଳନ୍ଧୁ ଏବଂ ଜମା ହୋଇଥିବା ଧୂଳିରେ ଥିବା ବ୍ୟାକ୍ଟେରିଆଲ୍ ଓ ଫଙ୍ଗାଲ୍ ସ୍ପୋର୍ସ ତଥା ରଙ୍ଗରେ ଥିବା କେମିକାଲ୍ସଗୁଡିକ ରେସ୍ପିରେଟୋରୀ ଆଲର୍ଜିକୁ ଆହୁରି ତୀବ୍ର କରେ।

ଦୀପାବଳିର ସପ୍ତାହେ ପୂର୍ବରୁ ହିଁ ଆଣ୍ଟିପଲ୍ୟୁସନ୍ ବା N95 ମାସ୍କ ଲଗାଇବା ଅଭ୍ୟାସ କରନ୍ତୁ, ମାସ୍କ ନଥିବା ଅବସ୍ଥାରେ ଆପଣ ରୁମାଲ୍ କିମ୍ବା ସଫା କପଡା ମଧ୍ୟ ବ୍ୟବହାର କରିପାରନ୍ତି। ମାସ୍କ ଆପଣଙ୍କୁ ଅନ୍ୟ ସମୟରେ ମଧ୍ୟ ଶ୍ୱାସଜନିତ ଆଲର୍ଜିରୁ ରକ୍ଷା କରେ।

ଅଧିକ ସମୟ ଘରେ ରୁହନ୍ତୁ। ଦୀପାବଳି ପରେ ପରେ କିଛି ଦିନ ମର୍ଣ୍ଣି ଏବଂ ଇଭନି° ୱାକ୍ ନ କରି ଘରେ ଜଗି° ଏବଂ ସାମାନ୍ୟ ବ୍ୟାୟାମ କରନ୍ତୁ। ବାହାର ଦୂଷିତ ବାୟୁକୁ ଘର ଭିତରକୁ ପଶିବାରୁ କମ୍ କରିବା ପାଇଁ ଝରକା ଏବଂ କବାଟ ଅଧିକ ସମୟ ବନ୍ଦ ରଖନ୍ତୁ। ଘରେ ଏୟାର ପ୍ୟୁରିଫାୟର ଏବଂ ଇଣ୍ଡୋର ପ୍ଲାଣ୍ଟସ୍ ମଧ୍ୟ ରଖି ପାରନ୍ତି।

ସାଧାରଣ ସାଲାଇନ୍ ନାଜାଲ୍ ସ୍ପ୍ରେ, ଗରମ ବାମ୍ଫ ନାଶ ଆଦି ବାରମ୍ବାର କରନ୍ତୁ; ଏହା ଆପଣଙ୍କ ଶ୍ୱାସନଳୀର ଉପର ଭାଗକୁ ସଫା ରଖେ ଓ ଇନ୍‌ଫେକସ୍‌କୁ ତଳଭାଗକୁ ଯିବାରୁ ରୋକେ, ଆଲର୍ଜେନ୍ ସଫା କରିବାରେ ମଧ୍ୟ ସାହାଯ୍ୟ କରେ।

ଅଧିକରୁ ଅଧିକ ପାଣି, ତୋରାଣି, ଘୋଳ ଦହି, ପଇଡ ପାଣି, ଜୁସ୍, ସୁପ୍ ପିଅନ୍ତୁ। ଏହା କେବଳ ଆପଣଙ୍କୁ ହାଇଡ୍ରେଟେଡ୍ ରଖିବ ତା ନୁହେଁ, ବର° ଦୀପାବଳି ସମୟରେ ହେଉଥିବା ଅଧିକ କାମ ସମୟର ଥକ୍କାପଣ ଦୂର କରିବା ସହ ଶ୍ୱାସନଳୀର ଉପର ଅ°ଶରେ ଥିବା ଇନ୍‌ଫେକସନ୍ ଓ ଆଲର୍ଜିକୁ ମଧ୍ୟ ଶରୀରରୁ ନିଷ୍କାସିତ କରିବ।

ଯଦି ଘରେ କେହି ଶ୍ୱାସ, ବ୍ରୋଙ୍କାଇଟିସ୍ କିମ୍ବା ସିଓପିଡି ରୋଗୀ ଥାନ୍ତି ତେବେ ଆଣ୍ଟିଆଲର୍ଜିକ୍ ମେଡିସିନ୍, ଇନ୍‌ହଲର୍, ନେବୁଲାଇଜର୍ ଏସବୁ ପାଖରେ ମହଜୁଦ ରଖନ୍ତୁ।

ଯଦି ଆପଣ ଉପର ବର୍ଣ୍ଣିତ କୌଣସି ଆଲର୍ଜି କିମ୍ବା ଶ୍ୱାସ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ତୁରନ୍ତ ନିକଟସ୍ଥ କିମ୍ବା ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନିଶ୍ୱାସ ପ୍ରଶ୍ୱାସରେ ଅଧିକ କଷ୍ଟ ଅନୁଭବ ହେଲେ ନିକଟସ୍ଥ ହସ୍ପିଟାଲକୁ ଶୀଘ୍ର ଯାଆନ୍ତୁ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ