Advertisment

ଛେନା ପାଣିର ଏହି ପୋଷକ ଗୁଣଗୁଡ଼ିକ ଜାଣନ୍ତୁ

ଛେନା ପାଣିକୁ ବିଭିନ୍ନ ପ୍ରକ୍ରିୟାକରଣ କରି ଏହାର ଜଳୀୟ ଅଂଶ ନିର୍ଗତ କଲା ପରେ ଏହାକୁ ହ୍ୱେ ପ୍ରୋଟିନ୍ ପାଉଡର୍ ଭାବେ ବ୍ୟବହାର କରାଯାଏ। ବଜାରରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ଦ୍ୱାରା ଏହି ପ୍ରୋଟିନ୍ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ତେବେ ଆମେ ଆଜି ଜାଣିବା ଏହି ପ୍ରୋଟିନ୍‌କୁ ଆମେ ଘରେ କିପରି ବ୍ୟବହାର କରିପାରିବା।

ଅଦ୍ୟତନ ହୋଇଛି
How to prepare whey protein in home

How to prepare whey protein in home

Advertisment

ଆପଣ ନିଜକୁ ଫିଟ୍ ଓ ଫାଇନ୍ ରଖିବାକୁ କ’ଣ କରନ୍ତି । ଜିମ୍ ଯାଆନ୍ତି ନା ଘରେ ବ୍ୟାୟାମ କରନ୍ତି ? ଯଦି ଆପଣ ଜିମ୍ ଯାଉଥିବେ ତେବେ ହ୍ୱେ ପ୍ରୋଟିନ୍ ନାମକ ଏକ ଖାଦ୍ୟ ବିଷୟରେ ନିହାତି ଜାଣିଥିବେ, ବରଂ ଏହା ଆପଣଙ୍କର ଏକ ନିୟମିତ ପୋଷଣରେ ଗଣାହେଉଥିବ। ତେବେ ଏହି ହ୍ୱେ ପ୍ରୋଟିନ୍ କ’ଣ ଏବଂ ଏହାକୁ ବିଶେଷ ଭାବରେ ଜିମ୍‌ଗୁଡିକରେ କାହିଁକି ଖାଇବାକୁ ଦିଆଯାଏ ଆପଣମାନେ ଜାଣନ୍ତି କି? ଆଜି ଆମେ ସେହି ବିଷୟରେ ଜାଣିବା। ଏହା କେଉଁଥିରୁ ପ୍ରସ୍ତୁତ ହୁଏ ଓ ଏହାର କୌଣସି ସାଇଡ୍ ଇଫେକ୍ଟ ଅଛି କି ନାହିଁ ଆଲୋଚନା କରିବା।

Advertisment

ହ୍ୱେ ପ୍ରୋଟିନ୍ କ’ଣ:

ଆପଣମାନେ ଘରେ ଛେନା ବନେଇଥିବେ ନିଶ୍ଚୟ। ଯଦି ଘରେ ବନେଇ ନାହାନ୍ତି ତେବେ ଛେନା ତିଆରି ହେବା ପ୍ରକ୍ରିୟା ବିଷୟରେ ଅବଗତ ଥିବେ ନିଶ୍ଚୟ। କ୍ଷୀରରୁ ଛେନା ବାହାରିବା ପରେ ଯେଉଁ ତରଳ ରହିଯାଏ, ତାହାକୁ ସାଧାରଣତଃ ଆମେ ଫୋପାଡ଼ି ଦେଇଥାଉ କିମ୍ୱା ଦ୍ୱିତୀୟ ଥର ଛେନା ପ୍ରସ୍ତୁତ କରିବାକୁ ରଖିଥାଉ। ଏହା ବ୍ୟତୀରେକ ସାଧାରଣତଃ ଅନ୍ୟ କୌଣସି କାମରେ ଆମେ ବ୍ୟବହାର କରି ନଥାଉ। ହେଲେ କ୍ଷୀରରେ ଥିବା ବିଭିନ୍ନ ପ୍ରକାର ପ୍ରୋଟିନ୍‌ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହ୍ୱେ ପ୍ରୋଟିନ୍ ଏହି ପାଣିରେ ହିଁ ଥାଏ।

ଏହି ପାଣିକୁ ବିଭିନ୍ନ ପ୍ରକ୍ରିୟାକରଣ କରି ଏହାର ଜଳୀୟ ଅଂଶ ନିର୍ଗତ କଲା ପରେ ଏହାକୁ ହ୍ୱେ ପ୍ରୋଟିନ୍ ପାଉଡର୍ ଭାବେ ବ୍ୟବହାର କରାଯାଏ। ବଜାରରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ଦ୍ୱାରା ଏହି ପ୍ରୋଟିନ୍ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ତେବେ ଆମେ ଆଜି ଜାଣିବା ଏହି ପ୍ରୋଟିନ୍‌କୁ ଆମେ ଘରେ କିପରି ବ୍ୟବହାର କରିପାରିବା।

Advertisment

କିପରି ହ୍ୱେ ପ୍ରୋଟିନ୍‌କୁ ଘରେ ତିଆରି କରିବା:

ଆମେ ଯେବେ ବି କ୍ଷୀରରୁ ଛେନା ତିଆରି କରୁ, ସେହି ଛେନା ପାଣିକୁ ନ ଫୋପାଡ଼ି ଆମେ ତରକାରିରେ ବ୍ୟବହାର କରିପାରିବା । ଘରେ ହ୍ୱେ ପ୍ରୋଟିନ୍ ପ୍ରସ୍ତୁତ କରିବା ପାଇଁ ଏହି ପାଣିକୁ କିଛି ସମୟ ଫ୍ରିଜ୍‌ରେ ରଖିବା । ତା’ପରେ ଭଲ ଭାବରେ ଫୁଟିବାକୁ ଛାଡ଼ିଦେବା। ପାଣି ପୂରା ଶୁଖିବା ପର୍ଯ୍ୟନ୍ତ ଏହାକୁ ଫୁଟାଇବା ପରେ ଏବେ ଯେଉଁ କଠିନ ଅଂଶ ପାଇବା ତାହାକୁ ମିକ୍ସିରେ ପାଉଡର କରି ରଖିବା।

ବାସ୍, ଘରେ ତିଆରି ହ୍ୱେ ପ୍ରୋଟିନ୍ ପ୍ରସ୍ତୁତ। ଏହାକୁ କୌଣସି ବି ମିଲ୍କ ସେକ୍, ଫଳରସ ଆଦିରେ ମିଶାଇ ଖାଇହେବ। ବଜାରରେ ମିଳୁଥିବା ବ୍ୟବସାୟିକ ପାଉଡର୍‌ରେ ଆହୁରି ଅନେକ ପ୍ରକାର ଜିନିଷ ମିଶେ ଯାହା ସାଧାରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

Advertisment

୧୦୦ ଗ୍ରାମ୍ ହ୍ୱେ ପ୍ରୋଟିନରେ ମାତ୍ର ୨୭ ଗ୍ରାମ୍ କ୍ୟାଲୋରୀ ଥାଏ ଓ ସ୍ନେହସାର ବା ଫ୍ୟାଟ୍ ଖୁବ୍ କମ୍(୦.୪ଗ୍ରା) ରହିଥାଏ। ତେଣୁ ଏହା ଆମ ଓଜନ ଓ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣରେ ଅତ୍ୟନ୍ତ ଉପକାରୀ।

ହ୍ୱେ ପ୍ରୋଟିନ୍‌ର ଉପକାରୀ ଗୁଣ:

ଅଧ୍ୟୟନରୁ ଜଣା ପଡ଼ିଛି ଯେ ଏହାର କ୍ୟାନସର୍‌ ବିରୋଧି ଗୁଣଗୁଡ଼ିକ ରହିଛି। ଆଜ୍‌ମା, ବ୍ଲଡ୍ ପ୍ରେସର୍‌, ହୃଦ୍‌ରୋଗ ଆଦି ଜଟିଳ ସମସ୍ୟାରେ ମଧ୍ୟ ଏହା ଲାଭଦାୟକ ବୋଲି ଜଣାପଡ଼ିଛି। ଏହା ଆମର ଭୋକ ହେବା ପ୍ରକିୟାକୁ ଧୀର କରିଦେଇଥାଏ ଯାହାଦ୍ୱାରା କି ଖାଇବାର ପରିମାମ କମିଥାଏ। କଠିନ ବ୍ୟାୟାମ ଦ୍ୱାରା ହୋଇଥିବା ବିଭିନ୍ନ ମାଂସପେଶୀୟ କ୍ଷତକୁ ଭଲ କରିବାରେ ଏହା ସହାୟକ ହୋଇଥାଏ।

ଅପକାରୀ ଗୁଣ:

ଏହାର ଏତେ ସବୁ ଉପକାରିତା ଭିତରେ ଅନେକ ଅପକାରିତା ମଧ୍ୟ ରହିଛି। ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା କେତେକ ପ୍ରକାରର ନୂଆ ଶାରୀରିକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଆବଶ୍ୟକ ପରିମାଣରୁ ଅଧିକ ପରିମାଣରେ ଏହାକୁ ଖାଇଲେ ଏହା ହୃଦ୍‌ଘାତର କାରଣ ହୋଇପାରେ।

ହ୍ୱେ ପ୍ରୋଟିନ୍‌ର ଅଧିକ ମାତ୍ରା ନେବା ଦ୍ୱାରା ଶରୀରରେ ଖଣିଜ ଲବଣର ଅସନ୍ତୁଳନ ଦେଖାଦିଏ ଯାହାକି ଆମର ହାଡ଼ ଉପରେ ପ୍ରଭାବ ପକାଏ। କ୍ରମେ ଅଷ୍ଟିଓପୋରୋସିସ୍ ପରି ରୋଗ ଦେଖାଦିଏ। ପ୍ରୋଟିନ୍ ଗ୍ରହଣ ଆମର ରକ୍ତରେ ପିଏଚ୍ ସ୍ତର ବୃଦ୍ଧି କରିଥାଏ, ଯାହାକି ଆମର କିଡ୍‌ନୀର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଏ। ଏହା ସହିତ ପେଟ ଯନ୍ତ୍ରଣା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ମଧ୍ୟ କେତେକ କ୍ଷେତ୍ରରେ ଦେଖିବାକୁ ମିଳିଥାଏ।

ଏଣୁ ସାଧାରଣ ଭାବେ ଏହି ଛେନା ପାଣି ବା ହ୍ୱେ କୁ ଆମେ ଫିଙ୍ଗି ନ ଦେଇ ଏହିପରି ପାଉଡର୍‌ ପ୍ରସ୍ତୁତ କରି ରଖି ଖାଇପାରିବା ଓ ବିଭିନ୍ନ ପ୍ରକାର ତରକାରି କଲାବେଳେ ମଧ୍ୟ ବ୍ୟବହାର କରିପାରିବା। କିନ୍ତୁ ମନେ ରଖିବେ ଯେ ସବୁବେଳେ ଏପରି ସପ୍ଲିମେଣ୍ଟ୍‌ଗୁଡ଼ିକ ଖାଇବା ପୂର୍ବରୁ କୌଣସି ଡାଏଟିସିଆନ୍ ବା ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ ନେବାକୁ ଭୁଲିବେନି। ନଚେତ ଏହାଦ୍ୱାରା ହେଉଥିବା ଅପକାରିତାର ଶିକାର ହେବାର ସମ୍ଭାବନା ରହିଛି।

Whey Protein
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ