Astrospeak
  • Live TV
  • Read In English

ଶରୀର ପାଇଁ କେତେ ଜରୁରୀ ଉପବାସ

ଉପବାସ ପରମ୍ପରା ଆମ ସମାଜରେ ବହୁକାଳରୁ ରହିଆସିଛି। ଖାଲି ଆମ ସମାଜ କାହିଁକି ପ୍ରାୟ ସବୁ ସମାଜରେ ରହିଛି। ଉପବାସର କ’ଣ ଆମ ଶରୀର ଉପରେ ସତରେ କିଛି ପ୍ରଭାବ ରହିଛି? ଯଦି ରହିଛି ତେବେ ଭଲ ନା ଖରାପ? ଆସନ୍ତୁ ଜାଣିବା…

How important fasting is to the body
ଶରୀର ପାଇଁ କେତେ ଜରୁରୀ ଉପବାସ

ଆମ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଲେ ହେଁ ଏଠାରେ ହିନ୍ଦୁଧର୍ମର ଲୋକମାନଙ୍କର ବହୁଳତା ଦେଖିବାକୁ ମିଳେ। ଅନ୍ୟସବୁ ପ୍ରକାର ଧର୍ମ ମଧ୍ୟ ଏଠାରେ ରହିଛି। ତେବେ ସବୁ ଧର୍ମର ଖାଦ୍ୟପେୟ, ଚଳଣି, ‌ଈଶ୍ୱର ଉପାସନାର ମାର୍ଗ ଅଲଗା ହେଲେ ମଧ୍ୟ ଯେଉଁଟି ସମାନ ତାହା ହେଲା ଉପାସନା। ପ୍ରାୟ ସମସ୍ତ ଧର୍ମରେ ଉପାସନା କରି ଈଶ୍ୱର ପ୍ରାପ୍ତି ବିଷୟରେ ଉଣା ଅଧିକେ ରହିଛି। ସେ ହିନ୍ଦୁମାନଙ୍କର ଷୋଳ ସୋମବାର ହେଉ କି ମୁସଲିମମାନଙ୍କର ରୋଜା କି ବୌଦ୍ଧମାନଙ୍କର ଏକ ଆହାର ବ୍ରତ କି ଜୈନମାନଙ୍କର ରାତ୍ରିଭୋଜନ ତ୍ୟାଗ ଓ ଶୁଦ୍ଧିକରଣ ସପ୍ତାହ ହେଉ, ଉପବାସର ପରମ୍ପରା ଆମ ସମାଜରେ ବହୁକାଳରୁ ରହିଆସିଛି।

ଅଧିକ ପଢ଼ନ୍ତୁ: ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ହାର୍ଟ୍

ତେବେ ଆପଣମାନଙ୍କ ଭିତରୁ କେତେଜଣ ଆଜିକାଲି ଆମ ଶାସ୍ତ୍ର ଅନୁସାରେ ନିୟମ ନେଇ ସବୁ ପୂଜା କରିବାକୁ ବାହାରୁଛନ୍ତି ତାହା ଆପଣ ଭଲରେ ଜାଣନ୍ତି। ତାହା ତ ବିଶ୍ୱାସର କଥା। ହେଲେ ଆଜି ଆମେ ଦେଖିବା ଏହିସବୁ ପ୍ରକାର ଉପବାସର କ’ଣ ଆମ ଶରୀର ଉପରେ ସତରେ କିଛି ପ୍ରଭାବ ରହିଛି, ଯଦି ରହିଛି ତେବେ ଭଲ ନା ଖରାପ। ତେବେ ପ୍ରଥମେ କହିରଖେ ଉପବାସ କହିଲେ ଆମେ କଠିନ ଖାଦ୍ୟ ଖାଇବା ବନ୍ଦ କରିବାକୁ ବୁଝିବା। ବିଜ୍ଞାନ ଅନୁସାରେ ଏହି ସମୟରେ ଯେକୌଣସି ହାଲୁକା ପାନୀୟ ନିଆଯାଇପାରିବ।

ଖାଦ୍ୟ ବିଜ୍ଞାନ କହୁଛି ଯେ ଉପବାସ ଦେହ ପାଇଁ ଜରୁରୀ। ଏହା ଆମ ଶରୀରର ଓଜନ ଠିକ ରହିବା ସହ ମସ୍ତିଷ୍କ ସୁପରିଚାଳନାରେ ସାହାଯ୍ୟ କରିଥାଏ। ଏଣୁ ଆମେ ଉଚିତ ଉପାୟରେ ଦରକରୀ ବ୍ୟବଧାନରେ ଉପବାସ ବା ଫାଷ୍ଟିଂ କରିବା ଜରୁରୀ। ତେବେ ଉପବାସ ସାଧାରଣତଃ ୨୪-୭୨ ଘଣ୍ଟାର ବ୍ୟବଧାନରେ କରାଯାଇଥାଏ।

ଆମ ଧାର୍ମିକ ପରମ୍ପରାରେ ମଧ୍ୟ ଆମେ ଏପରି ନିୟମ ପାଇବା ଯେପରି ଅନେକ ଶୁଭଦିନ, ବ୍ରତ ଆଦିରେ ଆମେ ୨୪ ଘଣ୍ଟା ଉପବାସରେ ଥାଉ। ବେଳେବେଳେ ବିଧି ଅନୁଯାୟୀ ସପ୍ତାହରେ ଗୋଟିଏ ଦିନ ଉପବାସ କରୁ। ଯେପରି କେହି ସୋମବାର, ଶନିବାର ଆଦି ପାଳନ୍ତି । ଆଉ ଏକ ପ୍ରକାର ଉପବାସ ବୌଦ୍ଧଧର୍ମ ଓ ଜୈନଧର୍ମରେ ପାଇବା। ସେମାନେ ରାତିରେ ଖାଆନ୍ତି ନାହିଁ। ବୌଦ୍ଧ ସନ୍ନ୍ୟାସିମାନଙ୍କର ମଧ୍ୟାହ୍ନଭୋଜନ ପରେ ପୁଣି ପର ଦିନର ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ କିଛି ଖାଇବା ମନା।

ଜୈନମାନେ ସୂର୍ଯ୍ୟ ଅସ୍ତ ପରେ ଖାଆନ୍ତି ନାହିଁ। ଏହି ପ୍ରକାର ଦୈନିକ ଗୋଟିଏ ଥର କରୁଥିବା ଭୋଜନଜନିତ ଉପବାସକୁ ଆଜିକାଲି ଭାଷାରେ ଇଣ୍ଟର୍‌ମିଟେଣ୍ଟ ଫାଷ୍ଟିଂ କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଏହିସବୁ ପ୍ରକାର ଉପବାସରେ ଆମ ଶରୀର ଉପରେ କଣ ଉପକାରିତା ରହିଛି।

ତେବେ ଏତେ ସବୁ ଉପକାରିତା ଦେଖି ଆପଣ ସାଙ୍ଗେ ସାଙ୍ଗେ ଫାଷ୍ଟିଂ କରିବା ପାଇଁ ମନସ୍ଥ କରନ୍ତୁନି। ଏହା ପାଇଁ କେତେକ ନିୟମ ମନେ ରଖନ୍ତୁ।

ଉପବାସ ସମସ୍ତଙ୍କ ପାଇଁ ଅନୁକୂଳ ହୋଇ ନଥାଏ। ତେଣୁ ନିଜ ନିଜର ଶାରୀରିକ ସ୍ଥିତି ପ୍ରତି ସଚେତନ ହୋଇ ଉପବାସକୁ ଆପଣାଇବା ଉଚିତ। ବୃଦ୍ଧ, କ୍ରୋନିକ୍ ରୋଗୀ, ଛୋଟ ଶିଶୁମାନଙ୍କୁ ଉପବାସ କରିବାରୁ ବାରଣ ରହିବା ଉଚିତ। ନଚେତ ସେମାନଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ଏପରିକି ଡାଇବେଟିସ୍ ଗୋଗୀ ମଧ୍ୟ ଇଣ୍ଟର୍‌ମିଟେଣ୍ଟ ଫାଷ୍ଟିଂ କଲେ ସେମାନଙ୍କ ଶର୍କରା ସ୍ତରରେ ଅତ୍ୟଧିକ ହ୍ରାସ ଦେଖିବାକୁ ମିଳିପାରେ।

ସମସ୍ତ ପ୍ରକାର ଖାଦ୍ୟାଭ୍ୟାସ ପରି ଉପବାସ କରିବାର ମଧ୍ୟ ଉପକାରିତା ସହ ଅପକାରିତା ବା ଅନ୍ୟ ପକ୍ଷ ରହିଛି। ଏଣୁ ଆମେ ଆମ ଶରୀରର ସ୍ଥିତିକୁ ନଜର ରଖି କୌଣସି ପ୍ରକାର ନୂଆ ଖାଦ୍ୟାଭ୍ୟାସ ଆରମ୍ଭ କରିବା ପୂର୍ବରୁ ଡାଏଟିସିଆନ୍‌ଙ୍କ ପରାମର୍ଶ ନେବା ନିହାତି ଜରୁରୀ।