Advertisment

ଶୀତଋତୁ ପାଇଁ ଉପକାରୀ ଫଳ ଏବଂ ପାନୀୟ ଦ୍ରବ୍ୟ

ଋତୁକାଳୀନ ଖାଦ୍ୟ ଦେହ ପାଇଁ ଅନେକ ଉପକାର ଆଣିଥାଏ। ବର୍ତ୍ତମାନ ଶୀତଦିନ ଚାଲିଥିବାରୁ ସେହି ଅନୁସାରେ ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି। ଆପଣ ଜାଣିଛନ୍ତି କି ଶୀତଋତୁରେ କ’ଣ ଖାଇବା ଜରୁରୀ? ନଜର ପକାନ୍ତୁ…

ଅଦ୍ୟତନ ହୋଇଛି
Food for Winter season

Food for Winter season

Advertisment

ଶୀତଋତୁ ଆସିଲା ମାନେ ଆମ ବଜାର-ହାଟ ବିଭିନ୍ନ ଫଳ ଏବଂ ପନିପରିବାରେ ଭାରି ଛନଛନିଆ ଦିଶେ। ସେଓ, କଦଳୀ, ଅମୃତଭଣ୍ଡା ଆମକୁ ବର୍ଷସାରା ମିଳୁଥିବା ବେଳେ ଆଉ କେତୋଟି ଫଳ କେବଳ ଋତୁ ଅନୁସାରେ ମିଳିଥାଏ। ଯଦିଓ ଏବେ ଆମେ ପ୍ରାୟତଃ ସବୁଫଳ ଏବଂ ପରିବା ବର୍ଷ ତମାମ ପାଇପାରୁଛେ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଋତୁ ଅନୁସାରେ ମିଳୁଥିବା ଫଳ ଏବଂ ପରିବା ଆମ ପାଇଁ ହିତକର। କାରଣ ଋତୁ ଅନୁସାରେ ଉତ୍ପାଦିତ ଫଳ ହିଁ ପ୍ରାକୃତିକ, ଅନ୍ୟ ସମୟରେ ଅପ୍ରାକୃତିକ ଏବଂ ଅଧିକ କେମିକାଲ୍ ଦେଇ ସେହି ଫଳକୁ ଉତ୍ପାଦିତ କରାଯାଏ।

Advertisment

ସେହିପରି ପ୍ରାକୃତିକ ଋତୁରେ ହିଁ ସେହି ଫଳର ଖାଦ୍ୟସାର ବା ନ୍ୟୁଟ୍ରିସନାଲ୍ ଭ୍ୟାଲ୍ୟୁର ଫାଇଦା ଆମ ଶରୀରକୁ ସର୍ବାଧିକ ମିଳିଥାଏ। ଋତୁ ଅନୁସାରେ ଏମାନେ ପ୍ରାକୃତିକ ଉପାୟରେ ଆମ ମେଟାବୋଲିଜିମ୍ ଏବଂ ହଜମକ୍ରିୟାରେ ସାହାଯ୍ୟ କରିବା ସହ, ସେହି ଋତୁରେ ଦେଖାଯାଉଥିବା ରୋଗରୁ ମଧ୍ୟ ରକ୍ଷା କରନ୍ତି। ସ୍ୱାସ୍ଥ୍ୟରକ୍ଷା ଛଡା ନିଜ ଋତୁ ଛଡା ବର୍ଷର ଅନ୍ୟ ସମୟରେ ଫଳଗୁଡିକ ଅପେକ୍ଷାକୃତ ଅଧିକ ଦାମର ମଧ୍ୟ ହୋଇଥାନ୍ତି। ଆମ ବଜାରରେ ବର୍ଷର ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ ହିଁ ଅଧିକ ଫଳ ମିଳିଥାଏ।

ଶୀତଋତୁର ଫଳ ଏବଂ ଉପକାର:

କମଳା:

ପ୍ରତି ୧୦୦ଗ୍ରାମ୍ କମଳା ରସରେ ୬୦ କି.କ୍ୟାଲ୍ ଶକ୍ତି, ୭୦ ମିଗ୍ରା ଭିଟାମିନ୍ ସି, ୧୪ ମାଇକ୍ରୋଗ୍ରାମ୍ ଭିଟାମିନ୍ ଏ, ୨୩୭ ମିଗ୍ରା ପୋଟାସିୟମ୍, ୩ ଗ୍ରାମ୍ ଫାଇବର୍, ୧୨ ଗ୍ରାମ୍ ସୁଗାର ଏବଂ ୧ ଗ୍ରାମ୍ ପ୍ରୋଟିନ ଥାଏ। ଏଥିରେ ଥିବା ଭିଟାମିନ୍ ସି ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ ନିଓକୋଲାଜିନେସନରେ ସାହାଯ୍ୟ କରି ଚର୍ମକୁ ମସୃଣ ଏବଂ ସୁସ୍ଥ ରଖେ। ସେମିତି ଶୀତଋତୁରେ ମିଳୁଥିବା ସୁଇଟ୍ ଲାଇମ୍ ଜୁସ୍ ମଧ୍ୟ ଅନ୍ୟ ସାଇଟ୍ରସ୍ ଫଳ ପରି ଆମକୁ ଶୀତଋତୁରେ ହେଉଥିବା ସର୍ଦ୍ଦି-ଛିଙ୍କରୁ ରକ୍ଷାକରେ।

Advertisment

ଡିମିରି:

ପ୍ରତି ୧୦୦ଗ୍ରାମ୍ ଡିମିରିରେ ୭୪ କି. କ୍ୟାଲୋରି ଶକ୍ତି, ୧୯.୧୮ ଗ୍ରାମ ଶ୍ୱେତସାର, ୨.୯ ଗ୍ରାମ୍ ଫାଇବର୍, ୬ ମାଇକ୍ରୋଗ୍ରାମ୍ ଫୋଲେଟ୍, ୦.୪୦୦ ମିଗ୍ରା ନିଆସିନ୍, ୦.୩୦୦ ମିଗ୍ରା ପ୍ୟାଣ୍ଟୋଥେନିକ୍ ଏସିଡ୍, ୦.୧୧୩ ମିଗ୍ରା ପାଇରିଡୋକ୍ସିନ୍, ୦.୦୫୦ ମିଗ୍ରା ରାଇବୋଫ୍ଲାଭିନ୍, ୦.୦୬୦ ମିଗ୍ରା ଥାୟାମିନ୍ ଥାଏ। ହାଲୁକା ମିଠାଳିଆ ସ୍ୱାଦଯୁକ୍ତ ଏହି ଫଳ ପାଚନରେ ସାହାଯ୍ୟ କରିବା ସହ ଏଥିରେ ଥିବା ଫାଇବର୍ କୋଷ୍ଟକାଠିନ୍ୟ ଦୂରକରେ। ଏଥିରେ ଥିବା ବିଭିନ୍ନ ପ୍ରକାର ଭିଟାମିନ୍ କେଶର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।

ସପୁରୀ:

ପ୍ରତି ୧୦୦ଗ୍ରାମ୍ ସପୁରୀରେ ୫୬.୬କି.କ୍ୟାଲୋରି ଶକ୍ତି, ୯.୪୨ ଗ୍ରାମ ଶ୍ୱେତସାର, ୦.୫୨ ଗ୍ରାମ ପ୍ରୋଟିନ, ୩.୪୬ ଗ୍ରାମ ଫାଇବର୍ ଥାଏ। ହଜମକ୍ରିୟାରେ ସାହାଯ୍ୟ କରେ, କୋଷ୍ଟକାଠିନ୍ୟ ଦୂର କରେ। ବ୍ୟାୟାମ ପରେ ଏହାର ରସ ବିଶେଷ ଉପକାରୀ।

Advertisment

ପିଜୁଳି:

ପ୍ରତି ୧୦୦ଗ୍ରାମ ପିଜୁଳିରେ ୬୮କି କ୍ୟାଲୋରି ଶକ୍ତି, ୫.୪ ଗ୍ରାମ ଫାଇବର୍, ୨.୫୫ ଗ୍ରାମ ପ୍ରୋଟିନ ଥାଏ। ଏହା ଡାଇବେଟିସ ଏବଂ ମେଦବହୁଳତା ଭୋଗୁଥିବା ରୋଗୀଙ୍କ ପାଇଁ ବିଶେଷ ଉପକାରୀ। କିଛି ବିଶେଷଜ୍ଞ ପିଜୁଳିକୁ ଆଣ୍ଟି-ଷ୍ଟ୍ରେସ୍ ଏଜେଣ୍ଟ ମଧ୍ୟ କୁହନ୍ତି।

ଅଙ୍ଗୁର: ଏଥିରେ ଅଧିକ ପରିମାଣର ଭିଟାମିନ୍ ସି ଏବଂ କେ ଥାଏ। ଅଙ୍ଗୁର ମଞ୍ଜିର ସେବନ ସନପ୍ରୋଟେକ୍ସନର କାମ କରେ। ଚର୍ମ ଓ କେଶ ପାଇଁ ଏହା ବିଶେଷ ଉପକାରୀ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟସ କ୍ୟାନସର ପ୍ରତିରୋଧ ତଥା ବିଭିନ୍ନ କ୍ରନିକରୋଗର ମୁକାବିଲାରେ ସାହାଯ୍ୟ କରେ।

ଷ୍ଟ୍ର-ବେରୀ:

ଶୀତଋତୁରେ ମିଳୁଥିବା ଷ୍ଟ୍ର-ବେରୀ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ।

ଆତ:

ଆତ ଚର୍କକୁ ସୁନ୍ଦର କରେ।

ଡ୍ରାଗନ୍ ଫ୍ରୁଟ:

ଏହା କମ୍ କ୍ୟାଲୋରି ଏବଂ ଉଚ୍ଚ ଫାଇବର୍ ଯୁକ୍ତ ହୋଇଥାଏ।

Winter Dietଶୀତଋତୁର ଖାଦ୍ୟ ଏବଂ ଉପକାର

ଶୀତଋତୁ ପାଇଁ ଉପକାରୀ ଗରମ ପାନୀୟ:

  • ଶୀତଋତୁରେ ଥଣ୍ଡାରୁ ବଞ୍ଚିବା ପାଇଁ ଆମେ ଅନେକ ସମୟରେ ଅଧିକ ଚା' ଏବଂ କଫି ପିଇଥାଉ। କିନ୍ତୁ ଶୀତଋତୁର ଅପେକ୍ଷାକୃତ ଶୁଷ୍କ ବାୟୁମଣ୍ଡଳ ଏବଂ ପବନ ସହ, ଚା' ଓ କଫି ପରି ପାନୀୟ କାରଣରୁ ହେଉଥିବା ଡିହାଇଡ୍ରେସନ ପାଇଁ ଓଠ ଏବଂ ଚର୍ମ ଅଧିକ ଶୁଖିଲା ଦେଖାଯାଇ ଫାଟିଯାଏ। ଏହି ପାନୀୟ ବଦଳରେ ଲବଙ୍ଗ, ଗୋଲମରିଚ, ଡାଲଚିନି, ସୁଣ୍ଠି, ଗୁଜରାତି, ଯାୟତ୍ରୀ, ପାନମଧୁରୀ, ତୁଳସୀ ମଞ୍ଜି ମିଶ୍ରଣକୁ ଗୁଣ୍ଡକରି, ପାଣିରେ ଫୁଟାଇ ଚା' ପରି ଗ୍ରହଣ କରିପାରିବେ।
  • ଅଦା, ତୁଳସୀପତ୍ରକୁ ପାଣିରେ ଫୁଟାଇ ମଧ୍ୟ ଚା' ପରି ପିଇ ପାରିବେ। ଚାହିଁଲେ ପିଇଲାବେଳେ ମହୁ ମଧ୍ୟ ମିଶାଇ ପାରନ୍ତି।
  • ଶୀତଋତୁରେ ମିଳୁଥିବା ତଟକା ବିନ୍ସ, ପତ୍ରକୋବି, ଗାଜର, ଅଦା, ଧନିଆପତ୍ର, ଟମାଟୋ, ମଟର ମିଶାଇ ଘରେ ସୁପ୍ କରି ପିଇବା ମଧ୍ୟ ଭଲ। କିଣା ସୁପ୍ ପରି ଏଥିରେ ପ୍ରିଜରଭେଟିଭ୍ କିମ୍ବା ଷ୍ଟାର୍ଚ ନଥାଏ।
  • ଆଲମଣ୍ଡ୍, ପିସ୍ତା, ଅଖ୍‌ରୋଟ୍, ଚିନାବାଦାମ, ପାନମଧୁରୀ, କଖାରୁ ଓ ସୂର୍ଯ୍ୟମୂଖୀ ଫୁଲର ମଞ୍ଜି, ରାମଦାନା ମିଶାଇ ଗୁଣ୍ଡକରି, ଏଥିରୁ ୨-୩ ଚାମଚ ଗୁଣ୍ଡ ଉଷୁମ କ୍ଷୀର ସହ ସେବନ କରିପାରିବେ।
  • ୧-୨ ଚାମଚ ଇସବଗୁଲ୍ ଭୁସିକୁ ୧ ଗ୍ଲାସ୍ ଗରମ ପାଣି କିମ୍ବା କ୍ଷୀରରେ ଗୋଳାଇ, ଅଧ ଘଣ୍ଟା ରଖି ସନ୍ଧ୍ୟା କିମ୍ବା ରାତିରେ ଶୋଇବା ଆଗରୁ ନିଅନ୍ତୁ, ଏଥିରେ ଥିବା ଫାଇବର୍ ଶୀତଋତୁରେ ଦେଖାଯାଉଥିବା କୋଷ୍ଟକାଠିନ୍ୟକୁ ଦୂର କରେ।
Healthy Diet Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ