Advertisment

Vastu Tips: ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର-ପୂର୍ବ କୋଣକୁ ଅଛି କି…ଜାଣନ୍ତୁ ବାସ୍ତୁଦୋଷ ଓ ପ୍ରତିକାର

ଯଦି ଆପଣଙ୍କର ଗୃହ କିମ୍ବା ଭୂମିର ମୁଖ୍ୟ ଦ୍ୱାର ଉତ୍ତର-ପୂର୍ବ କୋଣକୁ ଅଛି ତେବେ ଶୁଭଫଳ ପ୍ରାପ୍ତି ପାଇଁ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ ଏବଂ ଯଦି ଗୃହ ନିର୍ମାଣ ସରିଛି ତେବେ ବାସ୍ତୁଦୋଷ ଥିଲେ କ’ଣ ରହିଛି ପ୍ରତିକାର। ଆସନ୍ତୁ ସେ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Vastu Remedies For North East Corner

East-North House and Land Vastu Fault and Remedy

Advertisment

ବାସ୍ତୁଶାସ୍ତ୍ର ଆବିର୍ଭାବ ଆଜିକାଲିର ନୁହେଁ, ଏହା ବୈଦିକ କାଳରୁ ହୋଇଛି। ବୈଦିକ କାଳରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ବାସ୍ତୁକଳାର ପ୍ରଚାର ପ୍ରସାର ଓ ପ୍ରୟୋଗ କରାଯାଉଥିଲା। ମୋଗଲ ଓ ଇଂରେଜମାନଙ୍କ ଶାସନ କାଳରେ ଏହି ବାସ୍ତୁଶାସ୍ତ୍ରର ପ୍ରୟୋଗ କ୍ରମଶଃ ହ୍ରାସ ପାଇବାକୁ ଲାଗିଲା।

Advertisment

ଲୋକମାନେ ନିଜ ନିଜ ଢଙ୍ଗରେ ଶାସ୍ତ୍ରକୁ ଅନୁକରଣ ନକରି ଗୃହ ନିର୍ମାଣ କଲେ ଏବଂ ସ୍ୱେଚ୍ଛାଚାରୀ ହୋଇ ଜୀବନଯାପନ କଲେ। କିନ୍ତୁ ଦକ୍ଷିଣ ଭାରତରରେ ଏହି ବାସ୍ତୁଶାସ୍ତ୍ରର ପ୍ରଚଳନ ଆଜି ପର୍ଯ୍ୟନ୍ତ ହ୍ରାସ ପାଇନି ବରଂ ଏହାର ବ୍ୟବହାର ବଢିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ

Advertisment

ଏହାର ଶୁଭ ଫଳ ଆପଣମାନେ ସମସ୍ତେ ଜାଣୁଥିବେ ଯେ ଦକ୍ଷିଣ ଭାରତ ଅନ୍ୟସ୍ଥାନ ଅପେକ୍ଷା କେତେ ସମୃଦ୍ଧ। ଏବେ କିନ୍ତୁ ବାସ୍ତୁଶାସ୍ତ୍ରକୁ ଖାଲି ଭାରତର ଅନ୍ୟ ପ୍ରାପ୍ତ ନୁହେଁ ବରଂ ସମସ୍ତ ବିଶ୍ୱ ଏହାକୁ ବ୍ୟବହାର କରୁଛି। ଏହି ବାସ୍ତୁ ବିଷୟରେ ଆମେ ଜାଣିବା ଯେ ଯଦି ଆପଣଙ୍କର ଗୃହ କିମ୍ବା ଭୂମିର ମୁଖ୍ୟ ଦ୍ୱାର ଉତ୍ତର-ପୂର୍ବ କୋଣକୁ ଅଛି ତେବେ ଶୁଭଫଳ ପ୍ରାପ୍ତି ପାଇଁ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ ଏବଂ ଯଦି ଗୃହ ନିର୍ମାଣ ସରିଛି ତେବେ ବାସ୍ତୁଦୋଷ ଥିଲେ କ’ଣ ରହିଛି ପ୍ରତିକାର।

ଐଶାନ୍ୟମୁଖି ଭୂଖଣ୍ଡରେ, ଏହି ଦିଗର ଅଧିପତି ଗ୍ରହ ହେଉଛନ୍ତି ବୃହସ୍ପତି ଓ ଦେବତା ଇଶାନ ବା ଶିବ। ଏହି ଦିଗ ହେଉଛି ଜଳ ତତ୍ତ୍ୱ କାରକ ଏବଂ ପୃଥିବୀ ତତ୍ତ୍ୱର ମଧ୍ୟ ପ୍ରଭାବ ଏହି ଦିଗରେ ଅଛି। ଏଣୁ ଏହି ଦିଗରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ସିଧାସଳଖ ଗୃହସ୍ୱାମୀ ଓ ପୁତ୍ର ସନ୍ତାନମାନଙ୍କ ଉପରେ ପଡିଥାଏ। ଏହି ଦିଗରେ ଦୋଷ ତୃଟି ଥିଲେ ସ୍ୱାସ୍ଥ୍ୟହାନି କରାଇଥାଏ ଏବଂ ସନ୍ତାନମାନଙ୍କ ଆଜିବୀକା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ପଦ ପ୍ରତିଷ୍ଠା ପ୍ରାପ୍ତିରେ ବାଧା ଉପୁଜିଥାଏ।

Advertisment

ଶୁଭ ଫଳ ପାଇଁ ନିୟମ:

  • ପ୍ରଥମେ ଭୂମିକୁ ଶୁଦ୍ଧ କରି ଶୁଭ ମୁହୂର୍ତ୍ତରେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଭୂମି ପୂଜା କରାଇ ନିର୍ମାଣ କାର୍ଯ୍ୟ କରିବେ। ନିର୍ମାଣ କାର୍ଯ୍ୟ ପୂର୍ବରୁ ଗୃହର ନକ୍‌ସା ପ୍ରସ୍ତୁତ କରିଥିବା ଆବଶ୍ୟକ ଯାହା ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ କରିବା ଆବଶ୍ୟକ। ଏଥିରେ ମୁଖ୍ୟ ଦ୍ୱାର ଐଶାନ୍ୟ କୋଣର ପୂର୍ବକୁ କିମ୍ବା ଉତ୍ତର ଭାଗରେ ହେବା ଆବଶ୍ୟକ। ଠିକ୍‌ ଐଶାନ୍ୟରେ ଯଦି ମୁଖ୍ୟ ଦ୍ୱାର କରିବେ ଅନେକ ବିପତ୍ତି ଘରକୁ ଆସିପାରେ।
  • ଗୃହର ଚତୁଃର୍ପାଶ୍ୱରେ ପଶ୍ଚିମ ଓ ଦକ୍ଷିଣ ଅପେକ୍ଷା ପୂର୍ବ ଓ ଉତ୍ତର ଦିଗରେ ଅଧିକ ଖାଲି ସ୍ଥାନ ଛାଡିବେ।
  • ଉପର ମହଲା କଲାବେଳେ ପୂର୍ବ ଏବଂ ଉତ୍ତର ପଟରେ ବାଲକୋନି ରଖିବେ।
  • ଐଶାନ୍ୟ ମୁଖି ଭୂଖଣ୍ଡର ଢାଲୁ ପୂର୍ବ ଦିଗକୁ ଥିଲେ ଏବଂ ଉତ୍ତର ଦିଗକୁ ଥିଲେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ।
  • ଗୃହର ବ୍ୟବହୃତ ଜଳ ଐଶାନ୍ୟ କୋଣ ଦେଇ ବାହାରକୁ ଆସିଲେ ଐଶ୍ୱର୍ଯ୍ୟ ଲାଭ ହୋଇଥାଏ।

ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ ଦୋଷ ଥିଲେ ପ୍ରତିକାର:

ଯଦି ଏହି ଐଶାନ୍ୟ ମୁଖୀ ଭୂଖଣ୍ଡ ଗୃହରେ ଦୋଷତୃଟି ଥାଏ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନିହାତି ନେବା ଆବଶ୍ୟକ, କାରଣ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଦିଗ। ପ୍ରତିକାର ପାଇଁ ନିଜେ ମଧ୍ୟ ଏକ ଅଷ୍ଟଧାତୁ ନିର୍ମିତ ବୃହଷ୍ପତି ଯନ୍ତ୍ରଟିଏ ଆଣି ବିଦ୍ୱାନ ପଣ୍ଡିତଙ୍କ ପାଖରେ ଦେଇ ପ୍ରାଣ ପ୍ରତିଷ୍ଠା କରନ୍ତୁ ଏବଂ ଶୁକ୍ଲ ପକ୍ଷର ଗୁରୁବାର ଦିନ ଏହି ପ୍ରାଣ ପ୍ରତିଷ୍ଠିତ ଯନ୍ତ୍ରକୁ ସ୍ଥାପନ କରି ନିଜେ ହଳଦିଆ ବସ୍ତ୍ର ପରିଧାନ କରି ପୂର୍ବାଭିମୁଖୀହୋଇ “ ଓଁ କ୍ଲୀଂ ବୃହଷ୍ପତେୟ ନମଃ“ ମନ୍ତ୍ରକୁ ୧୯୦୦୦ ଥର ୨୧ ଦିନ କିମ୍ବା ୩୦ ଦିନ ଭିତରେ ଜପ କରିବେ ଏବଂ ପୁନଶ୍ଚରଣ ମଧ୍ୟ କରିବେ । ଏହାଦ୍ୱାରା ଆପଣଙ୍କ ଐଶାନ୍ୟ କୋଣର ବାସ୍ତୁଦୋଷର ନିବାରଣ ହେବ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

Vastu Tips For Home Vastu Bichar Vastu Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ