• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

ବାସ୍ତୁଶାସ୍ତ୍ରର ପ୍ରଚଳନ ବୈଦିକ କାଳରୁ ହୋଇଥିଲା। ବୈଦିକ କାଳରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ବାସ୍ତୁକଳାର ପ୍ରଚାର ପ୍ରସାର ଓ ପ୍ରୟୋଗ ସମାଜରେ ମୁଖ୍ୟସ୍ଥାନ ଗ୍ରହଣ କରିଥିଲା। ମୋଗଲ ଶାସନ କାଳରେ ଏହି କଳାର ପ୍ରଚଳନ ହ୍ରାସ ପାଇବାକୁ ଲାଗିଲା ଏବଂ ଇଂରେଜ ଶାସନ କାଳରେ ଏହା ପ୍ରାୟ ଲୋପ୍ ପାଇଥିଲା।

ଲୋକମାନେ ନିଜ ଢଙ୍ଗରେ ଜୀବନ ଅତିବାହିତ କରିବାକୁ ଲାଗିଲେ ଏବଂ ଶାସ୍ତ୍ରକୁ ଅନୁକରଣ କଲେ ନାହିଁ। ଫଳରେ ଅନେକ ଦୁଃଖ କଷ୍ଟ ଭୋଗିଲେ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଆବଶ୍ୟକତା ବୁଝିବାକୁ ଲାଗିଲେ। ଏହି ବାସ୍ତୁଶାସ୍ତ୍ରର ବ୍ୟବହାର ପୁଣି ଆରମ୍ଭ କଲେ ଏବଂ ଧିରେ ଧିରେ ସମାଜରେ ସୁଖ ସମୃଦ୍ଧି ପାଇବାକୁ ସକ୍ଷମ ହେଲେ।

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଆମେ ବାସ୍ତୁଶାସ୍ତ୍ରର ଅନେକ ନିୟମମାନ ଜାଣିଲେଣି। ଆଜି ଆସନ୍ତୁ ଆମେ ଜାଣିବା ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବାକୁ ହୁଏ।

ଭୋଜନ କକ୍ଷ ଗୃହର ପଶ୍ଚିମ ଦିଗରେ ନିର୍ମାଣ କରିବା ସବୁଠାରୁ ଉତ୍ତମ ହୋଇଥାଏ। ଯଦି ପଶ୍ଚିମରେ ଅସୁବିଧା ହେଉଥାଏ ତେବେ ଉତ୍ତର ଦିଗରେ ମଧ୍ୟ କରାଯାଇପାରିବ। ଖାଦ୍ୟ ଗ୍ରହଣ ସମୟରେ ଗୃହସ୍ୱାମୀଙ୍କ ମୁଖ ପୂର୍ବ ଦିଗକୁ ହେବା ଭଲ। ପରିବାରର ଅନ୍ୟ ସଦସ୍ୟଙ୍କର ମୁଖ ଉତ୍ତର ଓ ପଶ୍ଚିମକୁ ହେବା ଆବଶ୍ୟକ।

ପୂର୍ବ ଦିଗକୁ ମୁଖ କରି ଭୋଜନ କଲେ ବ୍ୟକ୍ତିର ପ୍ରାଣ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି। ଉତ୍ତର ଦିଗକୁ ମୁଖ କରି ଭୋଜନ କଲେ ସୁଖ ପ୍ରାପ୍ତି ହୋଇଥାଏ। ପଶ୍ଚିମ ଦିଗକୁ ମୁଖ କରି ଭୋଜନ କଲେ ଧନ ରୋଜଗାର ଶକ୍ତି ବୃଦ୍ଧି ହୋଇଥାଏ।

ଦକ୍ଷିଣ ଦିଗକୁ ମୁଖକରି ଭୋଜନ କରିବା ଦ୍ୱାରା ପରିବାରରେ ଏକତା ନଷ୍ଟ ହୋଇଥାଏ। ପରିବାରର ସଦସ୍ୟଙ୍କ ଭିତରେ କଳହ ସୃଷ୍ଟି ହୋଇଥାଏ। ଏହା ସହିତ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହୋଇଥାଏ।

ଡାଇନିଙ୍ଗ୍ ଟେବୁଲ୍ ଗୋଲାକାର, ଅଣ୍ଡାକାର, ଅଷ୍ଟଭୂଜାକାର, ବର୍ଗାକାର ଓ ଆୟତାକାର ହେବା ଆବଶ୍ୟକ। ଏହି ଟେବୁଲ୍‌ର ଆକାର ସହିତ ମାପର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଡାଇନିଙ୍ଗ୍ ଟେବୁଲ୍‌ର ଲମ୍ବ ଯଦି ୮ ଫୁଟ୍ ହୁଏ, ତେବେ ଚଉଡ଼ା ୪ ଫୁଟ୍ ହେବା ଆବଶ୍ୟକ। ଏହାର ମାପ ବିଷମ ମାପ ହେବା କଥା ନୁହେଁ, ଯେମିତି ଲମ୍ବ ୭ ଫୁଟ ଚଉଡ଼ା ୩ ଫୁଟ୍ ଏହିପରି ମାପର ହେଲେ ପରସ୍ପର ମଧ୍ୟରେ ବିଷମତା ଦେଖାଦିଏ।

ଭୋଜନ କକ୍ଷ ସହିତ ଶୌଚାଳୟ ଲାଗିକରି ହେବା ଉଚିତ ନୁହେଁ। ଭୋଜନ କକ୍ଷରେ ଫ୍ରିଜ୍ ଅଗ୍ନି କୋଣରେ ରଖିବା ଆବଶ୍ୟକ। ଭୋଜନ କକ୍ଷର ଦ୍ୱାର ଗୃହର ମୁଖ୍ୟଦ୍ୱାର ସମ୍ମୁଖରେ ରହିବା ଅନୁଚିତ। ଭୋଜନ କକ୍ଷର ରଙ୍ଗ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି କକ୍ଷର କାନ୍ଥ ହଳଦିଆ, ନାରଙ୍ଗି ଓ କ୍ରିମ୍‌ ରଙ୍ଗ କରିବା ଶୁଭ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)