/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704274745.jpg)
Garbage Problem
ଏଣିକି ରାସ୍ତାରେ ଅଳିଆ ପକାଇଲେ ଗଣିବେ ଫାଇନ୍ । ଖୋଲାରେ ଅଳିଆ ପକାଇଲେ ଫାଇନ କାଟିବ BMC । ଏ ନେଇ ବିଭିନ୍ନ ସଙ୍ଘ ସହ ବୈଠକ କରିଛି BMC । ଅଳିଆ ସଂଗ୍ରହ ପାଇଁ BMC ଗାଡି ଘରକୁ ଘର ଯିବ । କିନ୍ତୁ ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।
Advertisment
ଯେଉଁ ଦୋକାନୀ ଏହାର ଖିଲାପ କରିବେ ସେମାନଙ୍କ ଉପରେ ଫାଇନ କଟାଯିବ ବୋଲି BMC କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ନିକଟରେ ପୃଥକ ପୃଥକ ଅଳିଆ ଦିଅନ୍ତୁ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗୋ । ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁନଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛି । ଲୋକେ ଅଲଗା କରି ଅଳିଆ ଦିଅନ୍ତୁ । ଯେଉଁମାନେ ନିୟମ ପାଳନ କରିବେନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)