Advertisment

କି ଯୁଗ ହେଲା.. ଜେସିବିରେ ପଙ୍କ ଖୋଳାହୋଇ ବୁହାହେଲା ବାଇକରେ..

ମିଛ ବିଲରେ ରାଜ୍ୟ ଅର୍ଥ କମିଶନ ଅନୁଦାନ ଚଳୁ। ବାଇକରେ ବୁହା ହେଲା ପୋଖରୀ ପଙ୍କ...

author-image
Prangyan Parimita
ଅଦ୍ୟତନ ହୋଇଛି
Yojana Ra Na Hariloot

Yojana Ra Na Hariloot

ପୋଖରୀ ପୁନରୁଦ୍ଧାର କାମରେ ଅର୍ଥ ତୋଷାରପାତ। ପୁନରୁଦ୍ଧାର ନାଁରେ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ଆତ୍ମସାତ୍। ସୁନ୍ଦରଗଡ଼ ଜିଲ୍ଲା ବରଙ୍ଗାକଛାର ପଞ୍ଚାୟତରେ ଥିବା ଅଢା ପୋଖରୀ କାମରେ ଆସିଛି ଆର୍ଥିକ ଅନିୟମିତତା ଅଭିଯୋଗ। ଜେସିବିରେ ମାଟି ଖୋଳାଯାଇଛି ଏବଂ ବାଇକରେ ମାଟି ବୁହାହୋଇଛି। ମିଛ ବିଲ୍ ପାଇଁ କେମିତି ଫନ୍ଦି ଫିକରି କରାଯାଇଛି ।

Advertisment

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ବରଙ୍ଗାକଚ୍ଛାର ପଞ୍ଚାୟତରେ ଥିବା ଅଢା ପୋଖରୀ। ଏହି ପୋଖରୀର ପୁନରୁଦ୍ଧାର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ ଆସିଥିଲା ୨ ଲକ୍ଷ ୧୧ ହଜାର ଟଙ୍କା। ପୋଖରୀରୁ ପଙ୍କ କଢାଯାଇ ଚାରି ତୁଠରେ ପାହାଚ ହେବା କଥା। ହେଲେ କେଉଁଠି ବି ପାହାଚ ହୋଇନି। କେବଳ ଜେସିବି ସାହାଯ୍ୟରେ ଆଠ-ଦଶ ଟ୍ରିପ୍ ମାଟି କଢାଯାଇ ଟ୍ରାକ୍ଟର ସାହାଯ୍ୟରେ ବୁହାହୋଇଛି।

ଆରଟିଆଇରୁ ତଥ୍ୟ ମାଗିବା ପରେ ଜଣାପଡିଛି, ଏହି ପୋଖରୀ ପୁନରୁଦ୍ଧାର କାମରେ କିପରି ହୋଇଛି ଘୋଟାଲା। ବୈକୁଣ୍ଠ ମହାକୁଳଙ୍କର ଜେସିବି ଯାହାର ନମ୍ବର OD 16 H-0846, ଏଥିରେ ମାଟି ଖୋଳାଯାଇଛି। ପୁଣି ସେହି ବୈକୁଣ୍ଠଙ୍କର ଟ୍ରାକ୍ଟର ଯାହାର ନମ୍ବର OD 16 H-0846, ଏଥିରେ ମାଟି ବୁହାହୋଇଛି। ଅର୍ଥାତ୍ ଜେସିବି ଓ ଟ୍ରାକ୍ଟର ଦୁଇଟିଯାକର ରେଜିଷ୍ଟ୍ରେସନ୍ ନମ୍ବର ସମାନ। ସେହିପରି ମାଟି ବୁହାରେ ବ୍ୟବହୃତ ଆଉ ଏକ ଟ୍ରାକ୍ଟର ନମ୍ବର ହେଉଛି OR-15 N-0158 । କିନ୍ତୁ ଆରଟିଓରେ ପଞ୍ଜୀକୃତ ଏହି ନମ୍ବରଟି ଏକ ବାଇକର ବୋଲି ଜଣାପଡିଛି। ଏଠି ପ୍ରଶ୍ନ ଉଠୁଛି, ବାଇକରେ କେମିତି ବୁହାହେଲା ପୋଖରୀ ପଙ୍କ ? ଜେସିବି ଓ ଟ୍ରାକ୍ଟର ଦୁଇଟି ଯାକର ନମ୍ବର ସମାନ କେମିତି ହେଲା ? ତେଣୁ ମିଛ ବିଲ୍ କରି ଟଙ୍କା ଚଳୁ ପାଇଁ ଏଭଳି ଫନ୍ଦି କରାଯାଇଥିବା ସ୍ପଷ୍ଟ ଜଣାପଡୁଛି।

Advertisment

ବରଙ୍ଗାକଛାର ଗାଁରେ ଥିବା ଏହି ପୋଖରୀରେ ପାହାଚ ହୋଇଥିଲେ ଲୋକେ ସୁବିଧାରେ ଗାଧୁଆପାଧୁଆ କରିପାରିଥାନ୍ତେ। କିନ୍ତୁ ପାହାଚ ହୋଇନଥିବାରୁ ଲୋକେ କାଠ ଗଣ୍ଡି ଉପରେ ବସି ଗାଧୋଉଛନ୍ତି। ପୋଖରୀ ଚାରିପଟେ ଅନାବନା ଗଛ ଉଠିଥିବାରୁ କେବଳ କିଛି ପଙ୍କ କଢାଯାଇଥିଲେ ବି ଅନ୍ୟ କାମ କିଛି ହୋଇନଥିବା ଜଣାପଡୁଛି। ଏନେଇ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି, ପୋଖରୀରେ ମାଟି ଖୋଳା ହେବାର ଥିଲା, ପାହାଚ ହେବା ପାଇଁ ଅନୁଦାନ ଆସିନଥିଲା। ଆଉ ଜେସିବି ଓ ଟ୍ରାକ୍ଟର ନମ୍ବର କେମିତି ସମାନ ହେଲା ପଚାରିବାରୁ ଭୁଲ୍ ବଶତଃ ପଡିଯାଇଥିବା କହିଛନ୍ତି।

କାମ ହୋଇନି, ହେଲେ ବିଲ୍ କେମିତି ହେଲା ? ଜେଇ କାମ ନଦେଖି କେମିତି ବିଲ୍ କଲେ ଆଉ ବିଡିଓ କେମିତି ମଞ୍ଜୁର କଲେ, ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ। ତେବେ ଏନେଇ ବର୍ତ୍ତମାନର ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ଫାଇଲ୍ ମଗାଇ ଜେଇଙ୍କଠାରୁ ବୁଝିବେ। ଆରଟିଆଇରୁ ମିଳିଥିବା ତଥ୍ୟ ଆଧାରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।

Restoration Works Yojana Ra Na Hariloot
Advertisment
Advertisment