Advertisment

ଆସ...ଟିକିଏ ହସିଦେବା, ଅନ୍ୟ ମୁହଁରେ ହସ ଦେଖିବା...ଦୁଃଖ ଦରଦକୁ ଦୂରେଇ ଦେବା

ଆଜି ବିଶ୍ୱ ହସ ଦିବସ। ଚାଲନ୍ତୁ ଏଇ ହସର ଉପାଦେୟତା ବିଷୟରେ କିଛି ଜାଣିବା। ସତ କହିବାକୁ ଗଲେ, ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍‌କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ । ମନଖୋଲା ହସ ସଜାଡି ଦିଏ ଉଜୁଡି ଯାଉଥିବା ସ୍ୱାସ୍ଥ୍ୟକୁ।

ଅଦ୍ୟତନ ହୋଇଛି
World Smile Day 2022

world smile day 2022

Advertisment

ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍‌କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ । ମନଖୋଲା ହସ ସଜାଡି ଦିଏ ଉଜୁଡି ଯାଉଥିବା ସ୍ୱାସ୍ଥ୍ୟକୁ। ତେବେ ହସିବା ପାଇଁ ଏତେ କୁଣ୍ଠା କାହଁକି ? ଜୀବନ ଖୁବ୍‌ ଛୋଟ। ତେଣୁ ଆସ ହସିବା..ହସ ବାଣ୍ଟିବା..ସମ୍ପର୍କ ଯୋଡ଼ିବା.. ସ୍ୱାସ୍ଥ୍ୟ ଗଢିବା । ଆଜି ଅକ୍ଟୋବର ମାସର ପ୍ରଥମ ଶୁକ୍ରବାର। ଆଜି ବିଶ୍ୱ ହସ ଦିବସ। ପ୍ରତିବର୍ଷ ଏହି ଦିନକୁ ହସ ଦିବସ ବା World Smile Day ଭାବେ ପାଳନ କରାଯାଇଥାଏ। ଏବର୍ଷ ଅକ୍ଟୋବର ୭ ତାରିଖରେ ପଡିଛି ଏହି ଦିବସ। ଏବର୍ଷ ହସ ଦିବସର ଥିମ ରହିଛି ‘ଦୟାଶୀଳ ହୁଅ, ଅନ୍ୟକୁ ହସିବାରେ ସାହାଯ୍ୟ କର।’

Advertisment

ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସୁଥିବ ଆମେ ହସିବୁ କାହଁକି ? ହସିଲେ କ‘ଣ ଲାଭ ମିଳେ ସେ ବିଷୟରେ ଆଜି ବିଶ୍ୱ ହସ ଦିବସରେ ଆମେ ଆପଣଙ୍କୁ କହିବୁ।

ହସ ଦୂରେଇ ଦିଏ ଚାପ:

ପ୍ରଥମ କଥା ହେଲା, ହସିଲେ ଆପଣଙ୍କର ମନର ଚାପ ଦୂରେଇ ଯିବ। ବିଭିନ୍ନ ପ୍ରକାର ଚାପରେ ଆପଣ ଭାରାକ୍ରାନ୍ତ ହୋଇ ପଡିଛନ୍ତି। ମୁହଁ ଥମ୍‌ ଥମ୍‌ ହୋଇ ଯାଉଛି। ବୋଝ ପରି ଲାଗୁଛି ଜୀବନ। ଏମିତ ଷ୍ଟ୍ରେଶ ଭିତରେ ଥରେ ପୁରଣା ସ୍ମୃତିକୁ ମନେ ପକାଇ ହେଉ ବା ମଜାଦାର ସିରିଏଲ ଦେଖି ହେଉ, ଟିକିଏ ହସି ଦିଅନ୍ତୁ ତ ! ଦେଖିବେ କେତେ ହାଲ୍‌କା ଲାଗିବ। ଏପରି କହିବା ପଛରେ ବୈଜ୍ଞାନିକ କାରଣ ବି ରହିଛି। ଚାପ ସହ ଲଢିବା ପାଇଁ ହସ ମନକୁ ଶକ୍ତି  ଦେଇଥାଏ। ହସିବା ଦ୍ୱାରା ଶରୀରରେ ନ୍ୟୁରୋପେପ୍ଟାଇଡ୍‌ସ ନାମକ ଏକ କ୍ଷୁଦ୍ର ଅଣୁ ସୃଷ୍ଟି ହୋଇଥାଏ ଯାହା ଚାପ ବା ଚିନ୍ତା ସହ ଲଢିବାକୁ ଶକ୍ତି ଯୋଗାଇଥାଏ।

Advertisment

ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ହସ ଦୀର୍ଘ ଜୀବନ ଦିଏ: 

ହସିବା ଯୋଗୁ ଆମର ଆୟୂଷ ବୃଦ୍ଧି ହୋଇଥାଏ। ଏକାଧିକ ସର୍ଭେରୁ ଜଣାଯାଇଛି, ସକାରାତ୍ମକ ଚିନ୍ତାଧାରା ଥିବା ମଣିଷ ଦୀର୍ଘ ଜୀବନ ବଞ୍ଚିଥାନ୍ତି।

Advertisment

ରକ୍ତଚାପ ନିୟନ୍ତ୍ରଣ ହୁଏ:

 ବିଶ୍ୱର ସବୁଠାରୁ ଅଧିକ ବ୍ୟକ୍ତି ବୋଧହୁଏ ହାଇ ବ୍ଲଡ ପ୍ରେସର ବା ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ। ବ୍ଲଡ ପ୍ରେସର ବଢିଲେ ହାର୍ଟ ଆଟାକ ପରି ଅନେକ ମାରାତ୍ମକ ରୋଗର ଆଶଙ୍କା ବଢିଯାଏ। ଯଦି ଆପଣ ପ୍ରତିଦିନ ହସନ୍ତି, ତେବେ ଆପଣଙ୍କ ବ୍ଲଡ ପ୍ରେସର କମିବା ସହ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ କମିଯିବ। ଏକଥା ଆମେ କହୁନୁ, ଏକାଧିକ ଅଧ୍ୟୟନର ଫଳାଫଳ ମଧ୍ୟ ଏକଥା କହିଛି।

ବଢାଏ ପ୍ରତିରୋଧକ ଶକ୍ତି:

ଯାହାର ପ୍ରତିରୋଧକ ଶକ୍ତି ଯେତେ କମ୍‌ ତାକୁ ସେତେ ଅଧିକ ରୋଗ ମାଡି ବସିବ। ଇମ୍ୟୁନିଟି ବଢାଇବା ପାଇଁ ଲୋକ ଅନେକ ଔଷଧ ନିଅନ୍ତି। ହେଲେ ଟିକିଏ ହସିବାକୁ ଭୁଲି ଯାଆନ୍ତି। ହେଲେ ଜାଣି ରଖନ୍ତୁ, ପ୍ରତିଦିନ ହସିଲେ ପ୍ରାକୃତିକ ଉପାୟରେ ତୁମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଫଳରେ ସିଜିନାଲ ଫ୍ଲ୍ୟୁ,ଥଣ୍ଡା ଜର ପରି ରୋଗ ଦୂରେଇ ଯିବ। 

ତେଣୁ ଆସନ୍ତୁ, ଟିକିଏ ହସିଦେବା..ମିଠାମିଠା ହସ ବାଣ୍ଟିଦେବା।  ଚାପରୁ ମୁକ୍ତ ହେବା, ମନକୁ ହାଲ୍‌କା କରିବା ଆଉ ସୁସ୍ଥ ଜୀବନ ଜିଇଁବା।

World Smile Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ