Advertisment

ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ : ଦେଶବିଦେଶରେ ବଢ଼ୁଛି ଚାହିଦା

ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା

ଅଦ୍ୟତନ ହୋଇଛି
Craftworks Prepared From Grass

special story

Advertisment

ସାଧାରଣତଃ ବିଲ ବାଡିରେ ଘାସ ହେଲେ ଚାଷୀ ଠାରୁ ଆରମ୍ଭ କରି ଜମି ମାଲିକ ବ୍ୟସ୍ତବିବ୍ରତ ହୋଇପଡନ୍ତି । ଲୋକ ଲଗେଇ ଘାସକୁ ସଫା କରାଇବାକୁ ପଡ଼େ । ଏପରିକି ବେଳେ ବେଳେ ଘାସ ଥିବା ସ୍ଥାନରେ ନିଆଁ ବି ଲଗାଇ ଦିଅନ୍ତି । ହେଲେ ଘାସକୁ ନେଇ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ଦେଖାଇଛନ୍ତି ମୟୁରଭଞ୍ଜ ବଡଖୋଜ ଗାଁ ଓ କେନ୍ଦ୍ରାପଡ଼ା କପାଳେଶ୍ଵର ଗାଁର ମହିଳାମାନେ । ଏବେ ଘାସରୁ ତିଆରି ଘର କରଣା ସାମଗ୍ରୀ ବିକି ବେଶ୍‌ ଦୁଇ ପଇସା ରୋଜଗାର କରିବା ସହ ପରିବାର ଚଳାଇବାରେ ସ୍ୱାମୀଙ୍କୁ ସାହାଯ୍ୟ କରୁଛନ୍ତି ମହିଳା ।

Advertisment

ମୟୁରଭଞ୍ଜ ଓ କେନ୍ଦ୍ରାପଡ଼ା ର କିଛି ମହିଳା ଏକ ଏସସଜି ଗ୍ରୁପ୍‌ ତିଆରି କରି ସବାଇ ଘାସରେ ଭଳି କି ଭଳି ଘରକରଣା ସାମଗ୍ରୀ ତିଆରି କରୁଛନ୍ତି । କେବଳ ରାଜ୍ୟ କିମ୍ବା ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଏହି ସାମଗ୍ରୀର ଚାହିଦା ରହିଛି । ଏସଏସଜି ଗ୍ରୁଫ ଗଠନ କରି ଘାସକୁ ଏକାଠି କରି ତିଆରି କରୁଛନ୍ତି ବହୁ ପ୍ରକାରର ଘର କରଣା ସାମଗ୍ରୀ । ଯାହା ରାଜ୍ୟ ବାହାରେ ତଥା ବିଦେଶ ରେ ଗ୍ରହଣୀୟ ହୋଇପାରିଛି ।

ଅଧିକ ପଢ଼ନ୍ତୁ: ସ୍ୱାବଲମ୍ବୀ ହେଲେ ମହିଳା: ପ୍ରାକୃତିକ ରଙ୍ଗ ଦେଇ ତିଆରି କରୁଛନ୍ତି ଭଳିକି ଭଳି ଶାଢ଼ୀ

Advertisment

କାଚ, ପ୍ଲାଷ୍ଟିକ ଓ କାଠ ତିଆରି ସାମଗ୍ରୀ ଘରେ ରଖିଲେ, ସେସବୁ ଭାଙ୍ଗିଯିବାର ଭୟ ଥାଏ । ହେଲେ ଘାସରେ ତିଆରି ସବୁ ଜିନିଷ ତଳେ ପଡିଲେ ଭାଙ୍ଗିବ ନାହିଁ । ବରଂ ଅଧିକ ସମୟ ଧରି ସାମଗ୍ରୀ ରହିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଦେଖିବାକୁ ଯେତେ ଆକର୍ଷଣୀୟ ଧରିବାକୁ ସେତେ ହାଲୁକା ମଧ୍ୟ । ଫଳରେ ନେବା ଆଣିବା ସମୟରେ ମଧ୍ୟ କୌଣସି ଅସୁବିଧା ହେଉଛନ୍ତି । ଏହାସହ ଏହି ସବୁ ସାମଗ୍ରୀକୁ ଗ୍ରାହକ ମଧ୍ୟ ବେଶ ପସନ୍ଦ କରୁଛନ୍ତି... ।

ସରକାର ମଧ୍ୟ ଏଥିପାଇଁ ପ୍ରୋତ୍ସାହନ ଯୋଗାଇ ଦେଇ ବିଭିନ୍ନ ମେଳାରେ ଏହାର ବଜାର ବ୍ୟବସ୍ଥା କରିଛନ୍ତି । ନିକଟରେ କେନ୍ଦୁଝରରେ ଏପରି ଏକ ମେଳା ପଡ଼ିଥିଲା । ଏବେ ଘାସ ତିଆରି ସାମଗ୍ରୀ କେବଳ ରାଜ୍ୟ ନୁହେଁ ବରଂ ସାରା ଦେଶରେ ବେଶ୍‌ ଆକର୍ଷଣୀୟ ସାମଗ୍ରୀ ଭାବରେ ନାଁ କମେଇ ପାରିଛି । ସେପଟେ ପଞ୍ଚାୟତିରାଜ ପ୍ରିନ୍ସିପାଲ ସେକ୍ରେଟେରୀ କହିଛନ୍ତି ,ଆଗାମୀ ଦିନରେ ଘାସ ତିଆରି ସାମଗ୍ରୀ ଲୋକଙ୍କୁ ଅଧିକ ପସନ୍ଦ ଆସିବ । ଫଳରେ କାରିଗରମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ ।

Advertisment

( ରିପୋର୍ଟ - ପ୍ରଣୟ ପାଣି, କେନ୍ଦୁଝର )

Special Story Women Empowerment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ