ବାପ୍‌ରେ ବାପ୍‌ ! ଏତେ ଟଙ୍କା ଥାଇ ବି ମହିଳା ଏମିତି କଞ୍ଜୁସ୍‌, ଜାଣନ୍ତୁ ପୁରା କାହାଣୀ...

ଟଙ୍କାକୁ ଲୁଚାଇ ସାରିବା ପରେ ମହିଳା ଜଣକ ପୁଣି ଥରେ ସାଧାରଣ ଜୀବନ ଯାପନ ଆରମ୍ଭ କରିଦେଲେ ।

Lottery

ଦୁନିଆରେ ଏକରୁ ଆରେକ କଞ୍ଜୁସ ଲୋକ ଅଛନ୍ତି । କଞ୍ଜୁସ ହେବା କିଛି ଖରାପ କଥା ନୁହେଁ । କିନ୍ତୁ, ଆଜିର କାହାଣୀ ଟିକିଏ ଅଲଗା । ଏହି କାହାଣୀରେ ଜଣେ ମହିଳାଙ୍କ ଉପରେ ଭଗବାନ ରାତାରାତି କୃପା ବର୍ଷା କରିଛନ୍ତି । ଗୋଟିଏ ଝଟ୍‌କାରେ ମହିଳା ଜଣକ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କଠାରୁ ବି ତିନି ଗୁଣ ଅଧିକ ଧନୀ ହୋଇଯାଇଛନ୍ତି । କଥାରେ ଅଛି ନା, ଉପରବାଲା ଜବ୍‌ ଭି ଦେତା ହେ ଛପର ଫାଡ଼କେ ଦେତା ହେ ।

ତେବେ ବଡ଼ କଥା ହେଲା, ମହିଳାଙ୍କ କ୍ଷେତ୍ରରେ ଧନ ବର୍ଷା ସତ୍ତ୍ୱେ ସେ ଟିକେ ବି ଆଶ୍ଚର୍ଯ୍ୟ ଚକିତ ହେଲେ ନାହିଁ । କିମ୍ବା ତାଙ୍କ ମୁହଁରେ କୌଣସି ପ୍ରକାର ଭାବ ଦେଖାଗଲା ନାହିଁ । ଧନ ପ୍ରାପ୍ତି ପରେ ମହିଳା ଜଣକ ଲମ୍ବା ନିଃଶ୍ୱାସ ନେଲେ ଆଉ ଥଣ୍ଡା ମୁଣ୍ଡରେ ଚିନ୍ତା କରିବାକୁ ଲାଗିଲେ, ଆଗକୁ କ’ଣ କରିବେ । ଖାଲି ସେତିକି ନୁହେଁ ଏତେ ବଡ଼ ଖୁସି ଖବର ସେ କାହାକୁ କିଛି କହିବାକୁ ମଧ୍ୟ କୁଣ୍ଠାବୋଧ କଲେ । ଏମିତିକି ପରିବାର ଲୋକଙ୍କୁ ବି ସେ କିଛି ଜଣାଇଲେ ନାହିଁ । ଏହି ଟଙ୍କାକୁ ଲୁଚାଇ ସାରିବା ପରେ ମହିଳ ଜଣକ ପୁଣି ଥରେ ସାଧାରଣ ଜୀବନ ଯାପନ ଆରମ୍ଭ କରିଦେଲେ । କିଛି ଦିନ ପରେ ସେ ନିଜ ସଉକ୍ ପାଇଁ ସେକେଣ୍ଡହାଣ୍ଡ କାର କିଣିଲେ । ରିପୋର୍ଟ ଅନୁଯାୟୀ, ୨୦୨୩ରେ ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୧୫ କୋଟି ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ: କଞ୍ଜୁସ୍ କୋଟିପତି, ଅର୍ଥ ସଞ୍ଚୟ କରିବାକୁ ଖାଉଛନ୍ତି ବିଲେଇ ଖାଦ୍ୟ...

ତେବେ ଇଏ ଏପରି ଜଣେ ମହିଳା, ଯାହାର ଚର୍ଚ୍ଚା ଏବେ ସାରା ବିଶ୍ୱରେ ହେଉଛି । ଏହି ମହିଳା ଜଣକ ଗୋଟିଏ ଝଟ୍‌କାରେ ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଲଟେରୀ ଜିତିଛନ୍ତି । ଏତେ ପରିମାଣର ଟଙ୍କା ଜିତିବା ପରେ ମଧ୍ୟ ମହିଳାଙ୍କ ମୁହଁରେ କୌଣସି ଭାବନା ନଥିଲା ।

ଏକ ବ୍ରିଟିଶ ଖବରକାଗଜର ରିପୋର୍ଟ ଅନୁଯାୟୀ, ଏଲି ବେଲ ନାମକ ଏହି ମହିଳା ୭୦୦ କୋଟି ଟଙ୍କାର ଲଟେରୀ ଜିତିଛନ୍ତି । ସେ କହିଛନ୍ତି, ଏତେ ପରିମାଣରେ ଟଙ୍କା ଜିତିବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ ନିଜ ଘରେ ଚୁପ୍ ଚାପ ରହିଥିଲେ । ରାତାରାତି ଧନୀ ହେବା ବିଷୟରେ ସେ କାହାକୁ କିଛି ବି କହିନଥିଲେ । ଏମିତିକି ତାଙ୍କ ପରିବାର ଲୋକଙ୍କୁ ବି ନୁହେଁ । ଧନୀ ହେବାର କିଛି ମାସ ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୁରା ଘଟଣା ବିଷୟରେ କହିଛନ୍ତି ।

ଭଡା ଘରେ ରହୁଛନ୍ତି ଏଲି ବେଲ୍‌

ଏଲି ବେଲ୍‌ ଏତେ ଟଙ୍କା ରଖି ମଧ୍ୟ ଏବେ ବି ଏକ ଭଡା ଘରେ ରହୁଛନ୍ତି । ମାସେ ପର୍ଯ୍ୟନ୍ତ ଚୁପ୍‌ ଚାପ୍‌ ରହିବା ପରେ ସେ ନିଷ୍ପତ୍ତି ନେଇଛନ୍ତି ଯେ, ସେହି ଟଙ୍କାରେ ନିଜ ପାଇଁ ଏକ ଘର କିଣିବେ । ରାତାରାତି ଧନୀ ହେବାର ଖବରକୁ ଲୁଚାଇବା ପାଇଁ ସେ ଲଟେରୀ କମ୍ପାନୀକୁ ତାଙ୍କ ସାଧାରଣ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ନକରିବା ପାଇଁ କହିଥିଲେ ।

ଲଟେରୀ ଜିତିବା ପରେ ମହିଳା ଜଣକ ଭାବିଥିଲେ ଯେ, ପରିବାର ଲୋକଙ୍କ ସହ ଏକାଠି ଡିନର କରିବା ବେଳେ ଏହି ଲଟେରୀ କଥା କହିବେ । କିନ୍ତୁ ପର ମୁହୁର୍ତ୍ତରେ ସେ ଏହି ନିଷ୍ପତ୍ତି ବଦଳାଇଦେଇଥିଲେ । ମାସେ ପର୍ଯ୍ୟନ୍ତ ସେ ଏ ବିଷୟରେ କାହାକୁ କିଛି କହି ନଥିଲେ। ଏଲିଙ୍କ କହିବାନୁଯାୟୀ, କୋଟିପତି ହେବା ପରେ ବି କିଛି ବଦଳିବ ନାହିଁ । ଆପଣଙ୍କୁ ନିଜ ଉପରେ ସଂଜମତା ରଖିବା ଉଚିତ୍ । ସେ ଏବେ ବି ଭଡ଼ା ଘର ଖୋଜୁଥିବା କଥା ବି କହିଛନ୍ତି । ପରେ ସେ ନିଜ ପାଇଁ ଘର କିଣିବେ ।

ଏଲି ଚାହାନ୍ତି ଯେ, ଏହି ଲଟେରୀରେ ଟଙ୍କାରେ ତାଙ୍କର ଆଗାମୀ କିଛି ପିଢ଼ି ଧନୀ ହୋଇ ରୁହନ୍ତୁ । ତେଣୁ ସେ ଏହି ଟଙ୍କାକୁ ଭାବି ଚିନ୍ତି ଖର୍ଚ୍ଚ କରିବେ । ଏଥିପାଇଁ ଏଲି ନୂଆ ବଦଳରେ ଏକ ପୁରୁଣା ଅଡି କ୍ୟୁ ସେଭେନ୍‌ କିଣିଛନ୍ତି । ନୂଆ ଗାଡ଼ି କିଣି ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ତାଙ୍କର ଇଚ୍ଛା ନାହିଁ ।