Mosquito
ବିଦେଶୀ ଖାଇବେ ଦେଶୀ ମଶାଙ୍କ ଚୋଟ । ଭୁବନେଶ୍ୱରରୁ ନେବେ ମଶା କାମୁଡା ଅନୁଭୂତି । ହକି ମହାକୁମ୍ଭକୁ ଆଉ ଦିନକେଇଟା ବାକିଥିଲା ବେଳେ ବିଦେଶରୁ ରାଜଧାନୀ ଭୁବନେଶ୍ୱର ଆସୁଛନ୍ତି ବହୁ ପର୍ଯ୍ୟଟକ ତଥା ହକି ପ୍ରେମୀ । ହେଲେ ଆମ ରାଜଧାନୀରେ ଏବେ ମଶାଙ୍କ ପ୍ରାଦୃଭାବ ଯେମିତିି ବଢ଼ିଛି ତାକୁ ନିୟନ୍ତ୍ରଣ କରିବାରେ ଆଣ୍ଠେଇ ପଡ଼ିଲାଣି ବିଏମସି । ବାହାରୁ ସିନା ଖାଲି କାନ୍ଥ ବାଡ଼ରେ ରଙ୍ଗବୋଳି ସୌନ୍ଦର୍ଯ୍ୟ କରୁଛି ବୋଲି ଢୋଲ ପିଟୁଛି ବିଏମ୍ସି ହେଲେ ସେପଟେ ଲୋକଙ୍କୁ ମଶା କାମୁଡି ଦେହମୁଣ୍ଡ ଫଳେଇ ସାରିଲେଣି ।
ଏଣେ ମଶା ନିୟନ୍ତ୍ରଣ କରିବାକୁ ବିଏମସି ଯେ ବିଫଳ ହୋଇଛି ଏକଥା କାହାକୁ ଅଛପା ନାହିଁ । ମଶାମରା ଅଭିଯାନରେ ବିଫଳ କଥାକୁ ନିଜେ ସ୍ୱୀକାର କରିଛନ୍ତି ମେୟର ଏବଂ ସିଟି ହେଲ୍ଥ ଅଫିସର । ଖାଲି ସେତିକି ନୁହେଁ, ମଶା ମାରିବା ପାଇଁ ବ୍ୟବହୃତ ତେଲ ମଧ୍ୟ ନକଲି ବୋଲି ମାନିଛନ୍ତି ମେୟର ।
ବିଏମସିର ୧୪ ନମ୍ବର ୱାର୍ଡ ଅଧିନରେ ଥିବା ନିଳାଦ୍ରୀବିହାର ଅଞ୍ଚଳରେ ନାଳ ନର୍ଦ୍ଦମା ଅବସ୍ଥା ଏମିତି ହୋଇଛି ଯେ, ସତେ କି ଏଇଠି ମଶା ମାଛି ହକି ଖେଳୁଛନ୍ତି । ଗତ ୧୮ ତାରିଖରେ ପ୍ରଥମେ ରାଜଧାନୀରେ ସେଠାରେ ହିଁ ଉଦଘାଟନ ହୋଇଥିଲା ଡ୍ରୋନ୍ ଯୋଗେ ମଶାମରା ଅଭିଯାନ । ଖୋଦ୍ ବିଏମସି କମିଶମନର ଉଡେଇଥିଲେ ଡ୍ରୋନ୍ । ଡ୍ରୋନ୍ କୁଆଡ଼େ ଗଲା ତାହା ତ ଜଣା ନାହିଁ, ମଶା ମାଛି କିନ୍ତୁ ବେଶ୍ ଭଲରେ ଆଡ୍ଡା ଜମାଇଛନ୍ତି । ଲୋକଙ୍କୁ ମଶା କାମୁଡୁଛନ୍ତି । ମଶାରି ନ ଟାଙ୍ଗିଲେ ଶୋଇବା ଅସମ୍ଭବ ହୋଇପଡ଼ୁଛି । ହେଲେ ଆମ ବିଏମସିକୁ ମଶା ଦିଶୁନି କି ଡ୍ରୋନ୍ ଖୋଜି ଖୋଜି ପାଉନି । ମଶା ଧୂଆଁ ଏଠି ଧୂଆଁବାଣ, ଡ୍ରୋନ୍ ସତେ କି ଦିନରେ ଲଣ୍ଠନ ।
ଯେଉଁ ସରକାର ଲୋକଙ୍କୁ ମଶା ଦାଉରୁ ରକ୍ଷା କରିବାରେ ବିଫଳ, ସେ ସରକାର ଠାରୁ ଜନସାଧାରଣ ଆଉ ଅଧିକ କଣ ଆଶା କରିବେ । ତେବେ ଖାଲି ଦେଖିବାକୁ ବାକି ରହିଲା, ହକିକୁ ଆଖି ଆଗରେ ରଖି ତରବରିଆ କାମଚଲାଇଥିବା ବିଏମସି ନେଇ ଆଣି ଥୋଇଜାଣିବା ବେପାରରେ କେତେ ଆଗକୁ ବଢ଼ୁଛି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mosquito_1672466302.jpg)