ସାଧାରଣତଃ ଅନେକ ଲୋକ ୧୧:୧୧ କୁ ଶୁଭ ବୋଲି ମାନି ଥାଆନ୍ତି । ଘଣ୍ଟାରେ ଏହି ସମୟ ଦେଖି ମନ ଭିତରେ କିଛି ମାଗିଲେ ତାହା ପୂର୍ଣ୍ଣ ହୁଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି । ବହୁ ଲୋକ ଏହି ନମ୍ବର ପ୍ରତି ଆକୃଷ୍ଟ ହୋଇଥାଆନ୍ତି । ସ୍ରଷ୍ଟାଙ୍କର ଏହି ସୃଷ୍ଟିରେ ମାନବକୃତ କେତେକ ପଦାର୍ଥକୁ ଶୁଭ ଓ ଅଶୁଭ କୁହାଯାଇଥାଏ । କେତେ ୧୧:୧୧ କୁ ଶୁଭ ପ୍ରାୟ ସମସ୍ତେ ମାନିଥାଆନ୍ତି । ତେବେ ଏହା ପଛର କାରଣ କ’ଣ? ୧୧:୧୧ ପଛରେ କ’ଣ ରହିଛି ମହତ୍ତ୍ୱ? କାହିଁକି ଏତେ ସଂଖ୍ୟକ ଲୋକ ଏହା ପ୍ରତି ଆକୃଷ୍ଟ ହୁଅନ୍ତି? ଜାଣନ୍ତି କି ...
ତେବେ ସଂଖ୍ୟା ବିଜ୍ଞାନରେ ୧୧ କୁ ଏକ “ମାଷ୍ଟର ନମ୍ବର”କୁହାଯାଏ । ଏହା ଅନ୍ତଃକରଣ, ଆଧ୍ୟାତ୍ମିକ ଭାବେ ଏହାକୁ ଶୁଭ କୁହାଯାଏ । ଯେତେବେଳେ ଏହା ୧୧:୧୧ ଭାବରେ ଦେଖାଯାଏ, ସେତେବେଳେ ଏହାର ଶକ୍ତି ବଢ଼େ ବୋଲି ବିଶ୍ୱାସ କରାଯାଏ । ଅନେକ ତ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ, ଏହି ସଂଖ୍ୟାକୁ ବାରମ୍ବାର ଦେଖିବା ବ୍ରହ୍ମାଣ୍ଡର ଏକ ସଙ୍କେତ ! ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହି ସଂଖ୍ୟା ଚିନ୍ତାଧାରା ଏବଂ ପରିବେଶ ପ୍ରତି ଧ୍ୟାନ ଦେବାକୁ କୁହେ । ଅନ୍ୟ ଏକ ଲୋକପ୍ରିୟ ବିଶ୍ୱାସ ହେଉଛି ୧୧:୧୧ manifestationର ଏକ “ପୋର୍ଟାଲ୍”ପରି କାର୍ଯ୍ୟ କରେ।
Also Read
ଅଧିକ ପଢ଼ନ୍ତୁ: ବିଚିତ୍ର ଗାଁ; ଏଠି ଜୋତା-ଚପଲ ପିନ୍ଧିବା ମନା, ଖାଲି ପାଦରେ ଚାଲନ୍ତି ଲୋକ
ଏହି ସଂଖ୍ୟାକୁ ବାରମ୍ବାର ଦେଖୁଥିବା ଲୋକେ ସକରାତ୍ମକ ରୁହନ୍ତି । କାମ କରିବାରେ ଉତ୍ସାହ ଆସେ । ତେବେ ଏହି ସଂଖ୍ୟାକୁ ସାଧାରଣତଃ ଏକ ମୁହୂର୍ତ୍ତ ବୋଲି ବିଶ୍ୱାସ କରାଯାଏ, ଯେତେବେଳେ ବ୍ରହ୍ମାଣ୍ଡ ମଣିଷର ଇଚ୍ଛାକୁ ବିଶେଷ ଭାବରେ ପ୍ରାଧାନ୍ୟ ଦେଇ ଗ୍ରହଣ କରେ । ଏହି କାରଣରୁ ଅନେକ ଲୋକ କିଛି ପାଇବା ଆଶାରେ ଘଣ୍ଟାରେ ୧୧:୧୧ ବାଜି ଥିବା ବେଳେ ମନୋସ୍କାମନା ମାଗିଥାଆନ୍ତି ।
ତେବେ କିଛି ହେତୁବାଦୀଙ୍କ ମତରେ ଏହା ଏକ ଅନ୍ଧବିଶ୍ୱାସ । ସେପରି କୌଣସି କାରଣ ନାହିଁ ଯଦ୍ୱାରା ଏକ ସଂଖ୍ୟାକୁ ଶୁଭ କୁହାଯିବ ବୋଲି ସେମାନେ ମତ ପ୍ରକାଶ କରନ୍ତି । ତେବେ ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ୧୧:୧୧ ର ଲୋକପ୍ରିୟତା ନିଆଁ ପରି ବ୍ୟାପିବାରେ ଲାଗିଛି । ଅନେକେ ୧୧:୧୧ ପ୍ରତିଫଳନ ଏବଂ କୃତଜ୍ଞତାର ସଂଖ୍ୟା ଭାବରେ ମାନନ୍ତି । ଏଣୁ ବିଶେଷଜ୍ଞମାନେ କୁହନ୍ତି ଯେ,୧୧:୧୧ ଦେଖିଲେ, କିଛି ସମୟ ନେଇ ଏକ ସକରାତ୍ମକ ଉଦ୍ଦେଶ୍ୟ ସ୍ଥିର କରିବାକୁ । ପରେ ସେହି ଉଦ୍ଦେଶ୍ୟକୁ ଏହି ମୁହୂର୍ତ୍ତ ସହ ସଂଯୋଗ କରିବାକୁ କୁହନ୍ତି ।
ତେବେ ଏହା ଏକ ଆଧ୍ୟାତ୍ମିକ ସଙ୍କେତ ହେଉ କିମ୍ବା ଯାହା ମଧ୍ୟ, ମନେ ରଖିବାକୁ ହେବ ଏହା କେବଳ ଏକ ସ୍ମାରକ । ଏହା ଆପଣଙ୍କ ଚିନ୍ତାଧାରାକୁ ଏକ ସକରାତ୍ମକ ଦୃଷ୍ଟିକୋଣ ସହିତ ସମାନ କରିବାର ସୁଯୋଗ ପ୍ରଦାନ କରେ ।