Tiger - Lion
ବାଘ ଏବଂ ସିଂହ ଉଭୟ ଖୁବ୍ ହିଂସ୍ର । ସେମାନଙ୍କୁ ହିଂସ୍ର ପ୍ରଜାତିର ପଶୁ ବୋଲି କୁହାଯାଏ । ଉଭୟ ମାସାଂସି ପ୍ରାଣୀ । ତେବେ ବାଘ-ସିଂହ ମଧ୍ୟରେ କ’ଣ ଫରକ ଆପଣ ଜାଣନ୍ତି କି । ତେବେ ଆସନ୍ତୁ ଜାଣିବ ବାଘ ଏବଂ ସିଂହଙ୍କ ମଧ୍ୟରେ କ’ଣ ରହିଛି ତଫାତ୍ ।
(Lion)ସିଂହ:
ସିଂହକୁ ଜଙ୍ଗଲର ରାଜା କୁହାଯାଏ । ଆଉ ସିଂହକୁ ସହଜରେ ଚିହ୍ନି ହୋଇପାରେ । ସିଂହର ଗର୍ଜନ ଭାରି ଭୟଙ୍କର । ତାର ବେକରେ ଓ ମୁହଁରେ ପ୍ରଚୁର ରୁମ ଥାଏ । ସେମାନେ ଅସଲି କିସମର ହୋଇଥାନ୍ତି । ଏହାର ଲମ୍ବା ପ୍ରାୟ ୭ ଫୁଟ୍ ରହିଥାଏ । ସିଂହ ଏଭଳି ଜନ୍ତୁ ଯିଏ କି ମିଳିମିଶି ଆକ୍ରମଣ କରିବାକୁ ଭଲ ପାଆନ୍ତି । ଆଉ ଅଧିକାଂଶ ସମୟରେ ସିଂହ ମିଳିମିଶି ଆକ୍ରମଣ କରିଥାନ୍ତି ।
(Tiger)ବାଘ:
କ୍ୟାଟ୍ ଫ୍ୟାମିଲିରେ ବାଘର ଶରୀର ସବୁଠାରୁ ବଡ଼ ହୋଇଥାଏ । ବାଘ ଶରୀରରେ ଥିବା କଳା ଦାଗ ଯୋଗୁଁ ତାକୁ ସହଜରେ ଚିହ୍ନି ହୋଇପାରେ । ସିଂହ ତୁଳନାରେ ବାଘ ଅଧିକ ଲମ୍ବା ଏବଂ ଅଧିକ ମୋଟା ବା ସୁସ୍ଥ ଦେଖାଯାଆନ୍ତି । ସିଂହ ଅପେକ୍ଷା ବାଘର ଓଜନ ମଧ୍ୟ ଖୁବ୍ ଅଧିକ ଥାଏ । ବାଘର ଗୋଡ଼ ମଜଭୁତ ହୋଇଥାଏ । ଖାଲି ସେତିକି ନୁହେଁ ସିଂହ ତୁଳନାରେ ବାଘର ଗୋଡ଼ ଖୁବ୍ ଆକ୍ଟିଭ୍ ଓ ଫୁର୍ତ୍ତି ରହିଥାଏ । ବାଘ ସବୁବେଳେ ଏକାକି ଶିକାର କରିବାକୁ ପସନ୍ଦ କରିଥାଏ ଏବଂ ସେ ପାଣିରେ ବି ପହଁରି ପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679549353.jpg)