ଆସୁଥିଲା ମୃତ୍ୟୁ କିନ୍ତୁ ହାତରେ ଥିଲା ଆପଲ୍, ବଞ୍ଚିଗଲେ ମହିଳା ! ଦେଖନ୍ତୁ ଦୃଶ୍ୟ

ଆପଣ କେବେ ଭାବିଛନ୍ତି, ରାସ୍ତାରେ ଚାଲୁ ଚାଲୁ ଯଦି ଆପଣଙ୍କ ଉପରେ ପାଣି ଟାଙ୍କି ପଡ଼ିଯାଏ, ତେବେ କ’ଣ ହେବ । ନିଶ୍ଚିତ ମୃତ୍ୟୁ ବୋଧେ ।

Viral Video

ଆପଣ କେବେ ଭାବିଛନ୍ତି, ରାସ୍ତାରେ ଚାଲୁ ଚାଲୁ ଯଦି ଆପଣଙ୍କ ଉପରେ ପାଣି ଟାଙ୍କି ପଡ଼ିଯାଏ, ତେବେ କଣ ହେବ । ନିଶ୍ଚିତ ମୃତ୍ୟୁ ବୋଧେ । ଏପରି ଏକ ଘଟଣା ଜଣେ ମହିଳାଙ୍କ ସହ ଘଟିଯାଇଛି । ଅଳ୍ପକେ ସେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି ।

ଘର ସାମ୍ନାରେ ଆପଲ୍ ଖାଉଥିବା ବେଳେ ଅଚାନକ ଗୋଟେ ପାଣିଟାଙ୍କି ତାଙ୍କ ମୁଣ୍ତ ଉପରେ ପଡ଼ିଥିଲା । ରଖେ ହରି ମାରେ କିଏ ନ୍ୟାୟରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ତେବେ ଏହାକୁ ନେଇ ଇଂରାଜୀର ଢ଼ଗ ଭାଇରାଲ ହେଉଛି – ଆନ୍ ଆପଲ୍ କିପ୍ସ୍ ଡକ୍ଟର ଆୱେ ଅର୍ଥାତ୍ ପ୍ରତିଦିନ ଗୋଟାଏ ସେଓ ଖାଇବା ଦ୍ୱାରା ଡାକ୍ତରର ପାଖ ମାଡ଼ିବାକୁ ପଡ଼େ ନାହିଁ ।

ଏହି ଉକ୍ତିଟି ବର୍ତ୍ତମାନ ମହିଳାଙ୍କ ପାଖେ ସତ ସାବ୍ୟସ୍ତ ହୋଇଛି । ମହିଳା ଜଣକ ଆପଲ ଖାଉଥିବା ସମୟରେ ହିଁ ତାଙ୍କ ଉପରେ ପାଣି ଟାଙ୍କିଟି ପଡ଼ିଥିଲା । ତେବେ ସୌଭାଗ୍ୟବଶତଃ ତାଙ୍କର କିଛି ହୋଇନଥିବା ଫୁଟେଜ୍‌ରେ ଦେଖିବାକୁ ମିଳୁଛି । ପାଣି ଟାଙ୍କିର ଖୋଲା ଛାତରୁ ସେ ନିଜ ମୁଣ୍ତ ବାହାର କରିଥିଲେ । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ।

ସୂଚନା ଅନୁସାରେ, ଘଟଣାଟି ଗୁଜୁରାଟ ସୁରଟର ବୋଲି ଜଣାପଡ଼ିଛି । ସୋସିଆଲ ମିଡ଼ିଆ X ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ବର୍ତ୍ତମାନ ପର୍ଯ୍ୟନ୍ତ ୧.୫ ମିଲିୟନ୍ ରୁ ଅଧିକ ଭ୍ୟୁ ହୋଇସାରିଲାଣି । ଜଣେ X ବ୍ୟବହାରକାରୀ ଲେଖିଛନ୍ତି, “ଏହା ନିହାତି ଭାବେ ମଜାଳିଆ ନୁହେଁ କିନ୍ତୁ ତଥାପି ହସୁଛି ।“ ଅନ୍ୟ ଜଣେ କହିଛନ୍ତି, “ଭାରତରେ ଏପରି ସବୁ ଘଟଣା ଦେଖିବାକୁ ମିଳେ ।”