Advertisment

ବ୍ରହ୍ମପୁରରେ ଉତ୍କଟ ପାଣି ସମସ୍ୟା, ଶୀତ ଦିନେ ବି ପାଣି ପାଇଁ ଡବଳ ବିକଳ ଲୋକେ

ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।

Water Problem In Berhampur

Water Problem In Berhampur

Advertisment

ପାଣି ପାଇଁ ତାତିଲେ ଲୋକେ। ବ୍ରହ୍ମପୁରରେ ଉତ୍କଟ ପାଣି ସମସ୍ୟା ଦେଖାଦେଇଥିବା ବେଳେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁରରେ ଅଟକି ରହିଛି ଗାଡ଼ି ମୋଟର। ଶୀତ ଦିନେ ବି ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ଗତ ୩ ଦିନ ହେଲା ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ଠପ୍ ରହିଛି।

Advertisment

ସୂଚନା ଅନୁସାରେ ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ଜାନିବିଲି ପ୍ରକଳ୍ପକୁ ମାତ୍ର ୩ରୁ ୪ ବର୍ଷ ହୋଇଥିବା ବେଳେ ଏଭଳି ସ୍ଥିତି ଉପୁଜିଲାଣି। ଆଗାମୀ ୩୦ ବର୍ଷ ପାଇଁ ହୋଇଥିବା ଏ ପ୍ରକଳ୍ପ କିଭଳି ତିଷ୍ଠିବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ ଲୋକଙ୍କ ଅସୁବିଧାକୁ ଦେଖି ବିଭାଗୀୟ ଅଧିକାରୀ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚଳାଇଛନ୍ତି। ବିଭିନ୍ନ ସାହିକୁ ସରକାରୀ ଓ ଘରୋଇ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। ତଥାପି ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ସହରବାସୀ କହିଛନ୍ତି। ଅନ୍ୟପଟେ ପାଇପ ଲାଇନ୍ ମରାମତି କାମ ଚାଲିଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଓ୍ବାଟକୋ ଜେନେରାଲ ମ୍ୟାନେଜର କହିଛନ୍ତି।

Advertisment
Odisha News Berhampur Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ