ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ସମୁଦ୍ରକୁ ଡେଇଁପଡ଼ିଲେ, ପାଣି ଭିତରୁ ରିଙ୍ଗ ଆଣିଲେ.. ଦେଖନ୍ତୁ ଭିଡିଓ

ଭିଡିଓରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି । ଆଉ ଏଭଳି ପ୍ରପୋଜ୍‌ ଆପଣ କେବେ ଦେଖିନଥିବେ ।

Love Story

ପ୍ରେମ ଶାସ୍ୱତ । ପ୍ରେମ ପାଇଁ ପ୍ରେମୀ କିଛି ବି କରିପାରନ୍ତି । ପ୍ରେମ ପାଇଁ ଜୀବନ ବି ଦେଇପାରନ୍ତି । କୁହାଯାଏ ପ୍ରେମ ଅନ୍ଧ । ଠିକ୍‌ ଏମିତି କିଛି କାହାଣୀ ଆଜି ଆମେ ଆପଣଙ୍କୁ କହିବୁ । ଯାହା ଶୁଣିଲେ ଆପଣ ବି କହିବେ ସତରେ ପ୍ରେମରେ ପଡ଼ିଲେ ମଣିଷ କେତେ ଶକ୍ତିଶାଳି ହୋଇପାରେ । ଆଉ କୌଣସି ବି ବିପଦ ଆପଦକୁ ଖାତିର କରେ ନାହିଁ । ପ୍ରେମ ପାଇଁ କୌଣସି ବି ପରିସ୍ଥିତିର ମୁକାବିଲା କରିବାକୁ ପଛାଏ ନାହିଁ ପ୍ରେମୀ ।

ତେବେ ଠିକ୍ ଏମିତି କିଛି କାହାଣୀ ଆମ ସାମ୍ନାକୁ ଆସିଛି । ଏହି କାହାଣୀଟି ଆମକୁ ସୋସିଆଲ ମିଡିଆରେ ହିଁ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଏବେ ଖୁବ୍‌ ଭାଇରାଲ ବି ହେଉଛି । ଲୋକମାନେ ବି ଖୁବ୍‌ ପସନ୍ଦ କରୁଛନ୍ତି । ତେବେ ଭିଡିଓରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି । ଆଉ ଏଭଳି ପ୍ରପୋଜ୍‌ ଆପଣ କେବେ ଦେଖିନଥିବେ ।

ଅକାତ କାତ ପାଣି । ଭିଡିଓ ଦେଖିଲେ ଲାଗୁଛି କୌଣସି ସମୁଦ୍ର କିମ୍ବା ସାଗର ହୋଇଥିବ । ସେଥିରେ ମିନି କ୍ରୁଜ୍‌ ଭଳି ଦେଖାଯାଉଥିବା ଦାମୀ ଜାହାଜ ରହିଛି । ଆଉ ଜାହାଜରେ ଅଛନ୍ତି ଜଣେ ଯୁବକ ଆଉ ଯୁବତୀ । ଉଭୟ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ତେବେ ପରିବେଶ ପୁରା ରୋମାଞ୍ଚକର ଥିଲା । ତେଣୁ ଯୁବକ ଭାବିଥିଲେ ଏହା ପ୍ରକୃତ ସମୟ । ଆଉ ସେ ସ୍ଥିର କରିଥିଲେ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପ୍ରସ୍ତାବ ଦେବେ ।

ଫିଲ୍ମ ଷ୍ଟାଇଲ୍‌ରେ ଯୁବକ ଜଣକ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିବାକୁ ଚାହିଁଥିଲେ । ଗୋଟିଏ ଆଣ୍ଠୁ, ତଳେ ପକାଇ ଗର୍ଲଫ୍ରେଣ୍ଡକୁ ରିଙ୍ଗ୍‌ ଦେଇ ପ୍ରପୋଜ୍‌ କରୁଥିଲେ । ଠିକ୍‌ ଏତିକି ବେଳେ ତାଙ୍କର ବାଲାନ୍ସ ଫେଲ୍‌ ହେଲା । ପକେଟ୍‌ରୁ କାଢ଼ିବା ବେଳେ ହାତରୁ ଖସି ପଡ଼ିଲା ରିଙ୍ଗ । ଅକାତ କାତ ପାଣିରେ ପଡ଼ିଗଲା ରିଙ୍ଗ୍ । ତେବେ କ’ଣ କରିବେ କେହି କିଛି ଭାବିବା ଆଗରୁ, ଆଖି ପତ୍ତା ପଡ଼ି ଉଠିବା ଆଗରୁ ଯୁବକ ଜଣକ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ପଡ଼ିଲେ । ଯାହାର ଭିଡିଓ ଭାଇରାଲ ହେଉଛି ।

ତେବେ କାହାଣୀଟି ସେତିକିରେ ସରି ନାହିଁ । ହାତରୁ ରିଙ୍ଗ ଖସିବା ମାତ୍ରେ ହିଁ ଯୁବକ ଜଣକ ପାଣିକୁ ଡେଇଁ ପଡ଼ିଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା ପାଣି ଭିତରୁ ରିଙ୍ଗ ଖୋଜି ପାଇ ପାରିଥିଲେ । ସଙ୍ଗେ ସଙ୍ଗେ ପାଣିରୁ ବାହାରି ଗର୍ଲଫ୍ରେଣ୍ଡକୁ ରିଙ୍ଗ ଦେଇ ପ୍ରପୋଜ କରିଥିଲେ । ତେବେ ପ୍ରେମିକଙ୍କ ଏଭଳି ଦୁଃସାହସ ଦେଖି ପ୍ରେମିକା ବି ତାଜୁବ୍ । ଏହି ଭିଡିଓକୁ ସ୍କଟ୍ କ୍ଲିନ୍‌ ନିଜ ଫେସ୍‌ବୁକ୍‌ ଆଇଡିରେ ପୋଷ୍ଟ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଭିଡିଓରେ ଥିବା ଯୁବକ ହେଉଛନ୍ତି ଫ୍ଲୋରିଡାର । ଦେଖନ୍ତୁ ପୁରା ଭିଡିଓ...