• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନା ଅଛି ଠିକଣା, ନା ଅଛି ପରିଚୟ.. । ହାତରେ ମାଉଥ୍ ଅଗ୍ରାନ ଧରି ଅଜଣା ପଥରେ ଆଗେଇ ଚାଲିଛନ୍ତି ଲକ୍ଷ୍ୟହୀନ ବାଟୋଇ.. । କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. । କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି.. ସେ ଚାଲିଛନ୍ତି..ଜାଣିନାହାନ୍ତି କୁଆଡେ ଯିବେ.. ତଥାପି ଚାଲିଛନ୍ତି.. । କଷ୍ଟ ଅର୍ଜିତ ପାଉଣାକୁ ହାତରେ ପାଇବା ପରେ ଭାବୁକ ହୋଇ କାନ୍ଦି ପକାଉଛନ୍ତି ବିଶାଖାପାଟଣାର ରାଜେଶ.. ।

ତାଙ୍କୀ ବୟସ ୪୭ । ଘରଦ୍ୱାର, ପିଲା ପରିବାର କିଛି ନାହିଁ.. । କେତେବେଳେ ରାସ୍ତାକଡ଼ରେ ତ କେତେବେଳେ ବସଷ୍ଟାଣ୍ଡ ତାଙ୍କର ଆବାସ.. । ପିଲାଦିନୁ ଇଶ୍ୱର ତାଙ୍କଠାରୁ ପିତାମାତାଙ୍କ ସ୍ନେହ ସହ ଦୃଷ୍ଟିଶକ୍ତି ଛଡ଼ାଇ ନେଇଛନ୍ତି.. । ଦୁଃଖ ଦରିଆରେ ଛଟପଟ ରାଜେଶ ତାଙ୍କ ଅତୀତ କଣ ଜାଣିନାହାନ୍ତି.. । ଅନାଥ ଓ ଅସହାୟ ହୋଇ ମଧ୍ୟ ଜୀବନରେ ନ ହାରି ଆଗକୁ ବଢିବା ଲାଗି ସେ ପିଲାଙ୍କୁ ଶିଖାଉଛନ୍ତି.. । ନିଜେ ସିନା ଦେଶ ସେବା କରିପାରିବେନି । ତେଣୁ ପିଲାଙ୍କୁ ମାଉଥ ଅର୍ଗାନରେ ଦେଶଭକ୍ତି ଗୀତ ଶୁଣାଇ ତାଙ୍କ ମନରେ ଦେଶଭକ୍ତି ଜାଗ୍ରତ କରୁଛନ୍ତି.. ।

ରାଜେଶ ପାଠ ପଢ଼ିନାହାନ୍ତି.. ତଥାପି ଇଂରାଜୀ, ହିନ୍ଦୀ, ତେଲେଗୁ, ଓଡ଼ିଆ ଭାଷାରେ ସେ ପାରଙ୍ଗମ.. । ବିଶାଖାପାଟଣାସ୍ଥିତ ପଣ୍ଡିତ ସୋମାୟାଜୁଲା ଦୃଷ୍ଟିହୀନ ବିଦ୍ୟାଳୟର ସୋମାୟାଜାଲୁ ନାମକ ଜଣେ ଶିକ୍ଷକ ତାଙ୍କୁ କେଉଁଆଡ଼ୁ ଉଦ୍ଧାର କରି ସେଠାରେ ଆଶ୍ରୟ ଦେଇଥିଲେ. ସେଠାରେ ହିଁ ତାଙ୍କର ନାମକରଣ ହୋଇଥିଲା.. । ହେଲେ କରୋନା ମହାମାରୀ କାଳ ସାଜି ତାଙ୍କର ତିନିଜଣ ବନ୍ଧୁ ଛଡ଼ାଇନେଲା.. । ପରେ ରାଜେଶଙ୍କ ସମେତ ଅନ୍ୟ କେତେଜଣ ଆଶ୍ରିତଙ୍କୁ ବିଦ୍ୟାଳୟରୁ କାଢ଼ି ଦିଆଗଲା.. । କରୋନା ପୁଣି ତାଙ୍କୁ ଏକା କରିଦେଲା.. । ପୁଣି ତାଙ୍କଠାରୁ ପରିଚୟ, ଠିକଣା ଛଡ଼ାଇନେଲା.. ତଥାପି ଥକି ଯାଇନାହାନ୍ତି ରେକେଶ.. ।