Advertisment

ଅସୁସ୍ଥ କଅଁଳା ବାଛୁରୀ ଧରି କଲେକ୍ଟରଙ୍କୁ ଗୁହାରି, ଚିକିତ୍ସା ନପାଇ ଛଟପଟ ଗର୍ଭିଣୀ ଗାଈ

କୁକୁଡ଼ା ମଡ଼କରୁ କ୍ଷତିରେ ଫାର୍ମ ମାଲିକ । ୨୦ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ ।

ଅଦ୍ୟତନ ହୋଇଛି
veterinary

veterinary

Advertisment

ପ୍ରାଣୀ ହୀନସ୍ତାର ବିକଳ ଚିତ୍ର । ଜଣେ ଏକ ଅସୁସ୍ଥ କଅଁଳା ବାଛୁରୀକୁ ଧରି କଲେକ୍ଟରଙ୍କୁ ଗୁହାରି ପାଇଁ ଆସିଛନ୍ତି ତ ଅନ୍ୟ ଜଣେ ୨ଟି ରୋଗାକ୍ରାନ୍ତ ଦେଶୀ କୁକୁଡ଼ା ଧରି ପଶୁ ଡାକ୍ତରଙ୍କୁ ଖୋଜୁଛନ୍ତି । ପ୍ରାୟ ୨୦ଦିନ ହେଲାଣି ରାଜ୍ୟବ୍ୟାପୀ ଜାରି ରହିଛି ଏଭଳି ଦୁର୍ଦ୍ଦଶା ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ବିପନ୍ନରେ ତ ଚିନ୍ତାରେ ପଶୁ ପାଳକ ।

Advertisment

ଅନୁଗୁଳ ଜିଲ୍ଲା ନୂଆହତା ଗାଁର ତରୁଣ ସାମଲ। ୫ଦିନ ତଳେ ତାଙ୍କ ଗାଈ ଏକ ବାଛୁରୀ ଜନ୍ମ ଦେଇଥିଲା। ହେଲେ ମଳଦ୍ୱାର ନଥିବାରୁ ବାଛୁରୀଟି କଷ୍ଟ ଭୋଗୁଛି। ପ୍ରଥମେ ବଅଁରପାଳ ଓ ପରେ ଅନୁଗୁଳ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଯାଇ ନିରାଶ ହେବାରୁ ଶେଷରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ଆସିଛନ୍ତି। ସେହିଭଳି ହାତରେ ଦୁଇଟି ଦେଶୀ କୁକୁଡ଼ା ଧରି ପଶୁ ଡାକ୍ତରଙ୍କୁ ଖୋଜୁଥିବା ଇଏ କେନ୍ଦୁଝର ଘସିପୁରା ବ୍ଲକ ସଇଲଙ୍ଗର ଜଣାଶୁଣା କୁକୁଡ଼ା ଚାଷୀ ପ୍ରଶାନ୍ତ ସା। ଗଲା ଦୁଇ ସପ୍ତାହ ଭିତରେ ଚିକିତ୍ସା ନପାଇ ତାଙ୍କ ଫାର୍ମରେ ଶତାଧିକ କୁକୁଡ଼ା ମଲେଣି। କହୁଛନ୍ତି ଡାକ୍ତର ନଦେଖିଲେ ତାଙ୍କ ବେପାର ବୁଡ଼ିଯିବ।

ଚିତ୍ର ଆହୁରି ଚିନ୍ତାଜନକ ଗଜପତି ଜିଲ୍ଲା ରାଇଗଡ଼ରେ। ନିଜ ରୋଗୀଣା ଗାଈକୁ ପ୍ରାଣୀଧନ ଚିକିତ୍ସକଙ୍କ ପାଖକୁ ଆଣି ଜଣେ ଗୋପାଳକ କ୍ଷୋଭ ପ୍ରକାଶ କରିଛନ୍ତି ।

Advertisment

ଜନ୍ତୁ ହୋଇ କଥା କହିପାରୁନଥିଲେ ବି ଯନ୍ତ୍ରଣାରେ ଛଟପଟ ଏ ଗର୍ଭିଣୀ ଗାଈଟିକୁ ତୁରନ୍ତ ଚିକିତ୍ସା ଦରକାର। ଯାଜପୁର ବ୍ୟାସନଗର ଅଞ୍ଚଳରେ ଏକ ରାସ୍ତା ଦୁର୍ଘଟଣାରେ ଗାଈଟିର ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ସେବେଠୁ ତା ସେବା ସୁଶ୍ରୁସା କରି ଆସୁଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ଗୋ ସେବକ। ହେଲେ ଚାକ୍ତରୀ ଚିକିତ୍ସା ତ କରିପାରିବେନି। 

ବଲାଙ୍ଗିରରୁ ଜୟପୁର, କେନ୍ଦୁଝରରୁ ପାରଳାଖେମୁଣ୍ଡି। ସବୁଠି ୪ ଦଫା ଦାବିରେ ଗତ ୧୮ ତାରିଖରୁ ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ । କେନ୍ଦ୍ର ହାରରେ ଦରମା, ଅଧିକ ଡାକ୍ତର ନିଯୁକ୍ତି ଆଦି ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ତେଣେ ପଶୁ ଚିକିତ୍ସାରେ ଘୋର ଅସୁବିଧା ହେଉଥିବା ଅଭିଯୋଗ କରି ରାସ୍ତାକୁ ବି ଓହ୍ଲାଇଲେଣି ସାଧାରଣ ଲୋକ। ଆଜି ବଲାଙ୍ଗିରରେ ଗୋପାଳକମାନେ ରାଲି କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ବି ଦେଇଛନ୍ତି। ହେଲେ ଏନେଇ ବିଭାଗୀୟ ମନ୍ତ୍ରୀ କି ସଚିବଙ୍କ ପାଖରୁ ପ୍ରତିକ୍ରିୟା ଆସିନାହିଁ।

Advertisment

Veterinary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ