ବିଏମ୍‌ସି ସହ ଆଲୋଚନା ପରେ ଖୋଲିଲା ୟୁନିଟ୍-୧ ହାଟ

ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

Unit 1 Market

ଆଜିଠୁ ଖୋଲିଲା ୟୁନିଟ-୧ ହାଟ। ବିଏମସି କମିଶନର ଓ ଟ୍ରାଫିକ ପୋଲିସଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ ସଂଘ। ହାଟ ସମ୍ମୁଖରେ ଅସ୍ଥାୟୀ ପାର୍କିଂ କରିବା ପାଇଁ ବିଏମସି ଓ ଟ୍ରାଫିକ୍ ପୋଲିସଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳଛି। ୧୫ ଦିନ ମଧ୍ୟରେ ସ୍ଥାୟୀ ପାର୍କିଂ ବ୍ୟବସ୍ଥା କରିବ ବିଏମସି।

ସୂଚନା ଅନୁସାରେ ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଗତକାଲି ବିଏମସିର ଏକ ଟିମ୍ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।