Advertisment

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନୂଆ ଫର୍ଦ୍ଦ; ଦଶପଲ୍ଲା ଦେଖିଲା ଟ୍ରେନ୍, ଷ୍ଟେସନ୍‌ର ଉଦଘାଟନ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ଦଶପଲ୍ଲାରୁ ଗଡ଼ିଲା ଟ୍ରେନ୍, ଅର୍ଥାତ ଖୋର୍ଦ୍ଧାପଟୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଯାଏ ରେଳପଥ ପ୍ରସ୍ତୁତ।

undefined

Daspalla Railway Station

Advertisment

ଦଶପଲ୍ଲା ଦେଖିଲା ଟ୍ରେନ୍‌ । ପ୍ରଥମ ଥର ପାଇଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ କରି ଦଶପଲ୍ଲାରୁ ଗଡ଼ିଛି ରେଳ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଆଜି ଶୁଭାରମ୍ଭ କରିଛନ୍ତି। ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି ବୈଷ୍ଣବ। ଟ୍ରେନ୍ ଚାଲିବା ନେଇ ଦଶପଲ୍ଲାବାସୀ ଏତେ ଖୁସି ଯେ କୀର୍ତ୍ତନ କରି, ଦୁଲଦୁଲି ବାଜା ବଜାଇ ସେଲିବ୍ରେସନ କରିଛନ୍ତି। ଏହା ସହିତ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପୃଷ୍ଠା ଯୋଡ଼ି ହୋଇଛି। ଦଶପଲ୍ଲାରୁ ଟ୍ରେନ୍ ଆରମ୍ଭ ସମୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ରେଳପଥ ଖୁବ୍ ଶୀଘ୍ର ବଲାଙ୍ଗିର ଛୁଇଁବ। କୌଣସି ବାଧା ଅଟକାଇ ପାରିବନି। ମାଟି ପାଇଁ କାମ କରିବା ବେଳେ ରାଜନୀତି କରିବାନି ବୋଲି କହିଛନ୍ତି ରେଳମନ୍ତ୍ରୀ।

Advertisment

୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେଲେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବ। ଆଜିଠାରୁ ଦଶପଲ୍ଲାରୁ ଖୋର୍ଦ୍ଧାରୁ ଯାଏ ୧୦୬ କିଲୋମିଟର ଯାଏ ଟ୍ରେନ ଚାଲିଛି। ପୂର୍ବରୁ ଖୋର୍ଦ୍ଧା ପଟୁ ନୂଆଗାଁ ଯାଏ ରେଳ ଚାଲିଥିଲା। ଅନ୍ୟପକ୍ଷରେ ବଲାଙ୍ଗିର ପଟୁ ୫୦ କିଲୋମିଟର ଦୂର ବିଛୁ ପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରୁଛି। ସୋନପୁର ଯାଏଁ କାମ ସରିଛି। ଆଉ ବାକି ରହିଛି ପ୍ରାୟ ୧୩୩ କିଲୋମିଟର କାମ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବଲାଙ୍ଗିର ପଟରୁ ବୌଦ୍ଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ଟ୍ରେନ ଗଡ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଅନାଇ ରହିଛନ୍ତି ଲୋକେ।

ସ୍ୱାଧୀନତା ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ପରିକଳ୍ପନା ହୋଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ମଂଜୁରି ମିଳିଥିଲା ୧୯୯୪-୯୫ରେ। ଜମି ଅଧିଗ୍ରହଣ ସହିତ ଅନ୍ୟ ସମସ୍ୟା ପାଇଁ ଧୀର ମନ୍ଥର ଗତିରେ କାମ ଚାଲିଥିଲା। ମୋଦି ସରକାର ଆସିବା ପରେ ଏହି ପ୍ରକଳ୍ପକୁ ନୂଆ ଜୀବନ ମିଳିଛି। ଫଟାଫଟ୍ କାମ ଚାଲିଥିବା ବେଳେ ମଂଜୁର ହୋଇଛି ଅଧିକ ଅର୍ଥ। ରେଳପଥ ସଂପୂର୍ଣ୍ଣ ହେଲେ ଏହା ବିକାଶର ନୂଆ କାହାଣୀ କହିବ। ୫ଟି ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିରକୁ ସଂଯୋଗ କରିବ ଏହି ରୁଟ୍। ଉପକୂଳରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବା ସହିତ ପାଲଟିବ ଲୋକଙ୍କ ଲାଇଫ୍ ଲାଇନ୍।

Advertisment
Odisha Nayagarh Ashwani Vaishnav Railway Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ