Advertisment

ଖୁବଶୀଘ୍ର ଓଡ଼ିଶାକୁ ଦୁଇଟି ନୂଆ ରେଳ ପ୍ରକଳ୍ପ

ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ ହେବ ନୂଆ ରେଳ ଲାଇନ୍ । ଅନୁଗୁଳ-ତାଳଚେର ନୂଆ ୱାଇ କନେକ୍ସନ ଲାଇନ ନିର୍ମାଣ ହେବ ।

New railway project for odisha

New railway project for odisha

Advertisment

ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ । ନୂଆ କରି ନିର୍ମାଣ ହେବ ତାଳଚେର-ଅନୁଗୁଳ ରେଳ ଲାଇନ । ତାଳଚେରଠାରୁ ଏହା ୱାଇ କନେକସନ ରହିବ । ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର । ସେହିପରି ବରଗଡ ରୋଡଠାରୁ ନୂଆପଡା ନୂଆ ରେଳ ଲାଇନ ହେବ । ଏହି ଟ୍ରେନ୍ ଲାଇନର ଦୂରତା ରହିବ ୧୪୨ କିଲୋମିଟର । ଏହି ରେଳପଥ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧିନରେ ରହିବ ।

Advertisment

କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ୱତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି। ପଦ୍ମପୁର ଉପନିର୍ବାଚନ ବେଳେ ବରଗଡ଼-ନୂଆପଡ଼ା ଲାଇନକୁ ନେଇ ଉଠିଥିଲା ପ୍ରସଙ୍ଗ । କିଛି ମାସ ତଳେ ସଡକ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପଦ୍ମପୁର ଦେଇ ବରଗଡ-ନୂଆପଡା ରେଳଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ଗତବର୍ଷ ନଭେମ୍ବର ୨୧ ତାରିଖରେ ଏକ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉତ୍ତର ରଖିଥିଲେ, ଓଡିଶା ସରକାରଙ୍କ ଆବେଦନ କ୍ରମେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବା ଡିପିଆର ଏନେଇ ଅନୁମୋଦନ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା ।

Advertisment

Indian Railways Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ