Advertisment

ରଖେ ହରି ତ ମାରେ କିଏ ! ୩୦ ଫୁଟ ଗଭୀର କୂଅରୁ ଅଢେଇ ବର୍ଷର ଝିଅ ଉଦ୍ଧାର

ବଲାଙ୍ଗିର ପୁଇଁତଳା ଥାନା ପଦମପୁର ଗାଁର ଘଟଣା । ଖେଳୁଥିବା ବେଳେ ଖୋଲା ଗଭୀର କୂଅରେ ଖସିପଡିଥିଲା ଶିଶୁ ।

Girl Child Rescued

Girl Child Rescued

Advertisment

ତିରିଶ ଫୁଟ ଗଭୀର କୂଅରୁ ଅଢେଇ ବର୍ଷର ଝିଅକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ପଦମପୁର ଗାଁରେ । ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବିଶ୍ୱାଳଙ୍କ ଅଢେଇ ବର୍ଷର ଝିଅ ଖେଳୁଥିବା ସମୟରେ ତିରିଶ ଫୁଟର ଖୋଲା ଗଭୀର କୂଅ ଭିତରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବଲାଙ୍ଗିର ଅଗ୍ନିଶମ ବାହିନୀ କିଛି ସମୟ ଭିତରେ ପଦମପୁର ଗାଁରେ ପହଞ୍ଚି କୂଅ ଭିତରେ ପଶି ଝିଅଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଝିଅକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା । ଝିଅଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଛି ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ