Advertisment

ପର୍ଯ୍ୟଟକଙ୍କ ପସନ୍ଦ ଏବେ ତିଖାଲି ଡ୍ୟାମ୍‌, ଏଇଠି ମିଳିବ ସ୍ପିଟଡ୍‌ ବୋଟିଂର ମଜା

ଏଣିକି ପର୍ଯ୍ୟଟକ ଏଠାକୁ ଆସିଲେ କେବଳ ଯେ, ଡ୍ୟାମ ବୁଲି ମଜା ନେବେ ତା ନୁହେଁ, ଡ୍ୟାମ୍‌ ବୁଲିବା ସହ ଏଥିରେ ସ୍ପିଡ୍ ବୋଟିଂର ବି ମଜା ନେଇପାରିବେ ।

ଅଦ୍ୟତନ ହୋଇଛି
Tikhali Dam

Tikhali Dam

Advertisment

ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନସ୍ଥଳି ଗୁଡ଼ିକରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ଼ । ଆଉ ତାରି ଭିତରେ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଛି ତିଖାଲି ଡ୍ୟାମ୍ । ନୂଆପଡ଼ାର ଲୋୟର ଇନ୍ଦିରା ଜଳ ସେଚନ ପ୍ରକଳ୍ପ ହେଉଛି ତିଖାଲି । ଆଉ ଏହାର ହରିପୁର ଘାଟରେ ଏବେ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି ଜଳକ୍ରୀଡ଼ା ବା ୱାଟର ସ୍ପୋର୍ଟସ । ଏଣିକି ପର୍ଯ୍ୟଟକ ଏଠାକୁ ଆସିଲେ କେବଳ ଯେ, ଡ୍ୟାମ ବୁଲି ମଜା ନେବେ ତା ନୁହେଁ, ଡ୍ୟାମ୍‌ ବୁଲିବା ସହ ଏଥିରେ ସ୍ପିଡ୍ ବୋଟିଂର ବି ମଜା ନେଇପାରିବେ ।

Advertisment

ସ୍ପିଡ୍ ବୋଟିଂ ସହ ଅନେକ ଜଳ କ୍ରୀଡ଼ାର ବ୍ୟବସ୍ଥା ବି ଏଠାରେ ରହିଛି । ଯାହାକି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ସବୁଠାରୁ ବଡ଼ କଥା ହେଲା ଏହି ପର୍ଯ୍ୟଟନସ୍ଥଳି ଜାତୀୟ ରାଜପଥ କଡ଼ରେ ପଡ଼ୁଥିବାରୁ ଆଗକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବା ସମ୍ଭାବନା ରହିଛି ।

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ୱାଟର ସ୍ପୋର୍ଟସ ଗୁଡ଼ିକୁ ପରିଚାଳନା କରିବା ପାଇଁ ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ସଂସ୍ଥାର ନିର୍ଦେଶକ କହିଛନ୍ତି, ଖୁବ୍‌ଶୀଘ୍ର ତିଖାଲିରେ ୱାଟର ବାଇକ୍‌ ଓ ପା ସେଲିଂର ବ୍ୟବସ୍ଥା ମଧ୍ୟ ରହିବ । ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏଭଳି ବିଭିନ୍ନ ୱାଟର ସ୍ପୋର୍ଟସ୍‌ ଚାଲିବ । ପର୍ଯ୍ୟଟକ ଏହି ସମୟ ମଧ୍ୟରେ ଏହାର ମଜା ନେଇପାରିବେ ।

Advertisment

Water Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ