ଆସୁଛି ପର୍ଯ୍ୟଟନ ଋତୁ, ୧୦୦ ପିକ୍‌ନିକ୍‌ ସ୍ପଟ ହେବ ପ୍ଲାଷ୍ଟିକ୍‌ ମୁକ୍ତ

ଏନଜିଓ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଲୋକଙ୍କୁ ସଚେତନ କରାଯିବ ।

Picnic Spot

ରାଜ୍ୟର ଶହେ ପିକନିକ ସ୍ପଟକୁ ପ୍ଲାଷ୍ଟିକମୁକ୍ତ କରାଯିବ । ବିଭିନ୍ନ ଜିଲ୍ଲାରେ ଥିବା ଏହି ଶହେଟି ପିକନିକ ସ୍ପଟରେ ଯେମିତି କେହି ପ୍ଲାଷ୍ଟିକ ବ୍ୟବହାର ନ କରନ୍ତି, ସେଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ଆଗକୁ ପିକନିକ ଋତୁ ଆସୁଛି । ୟୁଥ ଫର୍ ୱାଟର ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗରେ ଏହି କ୍ୟାମ୍ପେନ ହାତକୁ ନିଆଯାଇଛି ।

୨୮ ଜିଲ୍ଲାର ଶହେଟି ପିକନିକ ସ୍ପଟକୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏନଜିଓ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଲୋକଙ୍କୁ ସଚେତନ କରାଯିବ ।