Advertisment

କାଲି କାର୍ତ୍ତିକ ପୂର୍ଣ୍ଣିମା, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ।

Srimandira

Srimandira

Advertisment

କାଲି ମହାପଞ୍ଚୁକର ଶେଷ ଦିନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସୁନା ବେଶ। ପୁରୀକୁ ଆସିଲେଣି ଲକ୍ଷ ଲକ୍ଷ ଭକ୍ତ। ରାତି ସାରା ମନ୍ଦିର ଖୋଲା ରହିବ, ଦର୍ଶନ ଚାଲିବ। ସେପଟେ ଭୋରରୁ ମହୋଦଧିରେ ଡଙ୍ଗା ଭସାଣ ସହ ରାଇ-ଦାମୋଦର ବ୍ରତର ବି ହେବ ସାମାପନ। ରତ୍ନବେଦୀରେ ମହାପ୍ରଭୁଙ୍କର ହେବ ରାଜରାଜେଶ୍ୱର ବା ସୁନାବେଶ। ମହଣ ମହଣ ସୁନାରେ ଆଭୂଷିତ ହେବେ ଶ୍ରୀଜିଉ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଏ ଦୁର୍ଲଭ ବେଶ କରାଯିବ। ଏପଟେ ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀଜୀଉ ଲକ୍ଷ୍ମୀ-ନୃସିଂହ ବା ଆଡ଼କିଆ ବେଶରେ ଦର୍ଶନ ଦେଉଛନ୍ତି।

Advertisment

ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ। ସାତପାହାଚ, ଜୟ-ବିଜୟ ଦ୍ୱାରରେ ଭକ୍ତମାନେ ଅସମ୍ଭବ ଠେଲାପେଲାର ଶିକାର ହେଉଛନ୍ତି। ଏମିତିକି କିଏ କାଳିଆକୁ ଦେଖି ପାରୁଛି ତ ପୁଣି କିଏ ନାଇଁ। ଅନେକ ଭକ୍ତ କ୍ଷୋଭରେ ଶ୍ରୀମନ୍ଦିର ଫିଡ୍ ବ୍ୟାକ୍ ସେଣ୍ଟରକୁ ଆସି ଅଭିଯୋଗ ବି କରୁଛନ୍ତି। ତେଣେ କାର୍ତ୍ତିକ ପୂର୍ଣ୍ଣମୀରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଅଧିକ ଯତ୍ନବାନ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ- ଆଜି ରାତି ସାରା ମନ୍ଦିର ଖୋଲା ରହିବ। ପ୍ରତୀକାତ୍ମକ ରାତ୍ର ପହୁଡ଼ କରାଯାଇ ନୀତି ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ଆଲୋଚନା ହୋଇଛି। ନିଜେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ କମାଣ୍ଡର ରହି ଏହାର ତଦାରଖ କରିବେ।

ସେପଟେ ଭକ୍ତଙ୍କ ସୁଅକୁ ଦେଖି ଅଧିକ ସଜାଗ ହୋଇଛି ପୁରୀ ପୋଲିସ୍। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ ରହିବେ। ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ାଯିବ ନାହିଁ। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ସହ ବେଳାଭୂମିରେ ମଧ୍ୟ ପୋଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ।

Advertisment
Odisha Puri Srimandir Kartika Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ