Advertisment

ବାଘ ଆତଙ୍କ ! ଅନେକ ଜଙ୍ଗଲରେ ବୁଲୁଛନ୍ତି ମହାବଳ ବାଘ, ଭାଇରାଲ ହେଉଛି ଭିଡିଓ...

ପୁଣିଥରେ ଗଜପତି ଜଙ୍ଗଲକୁ ଫେରିଛି । ବାଘ ପାଦ ଚିହ୍ନ ଓ କ୍ୟାମେରା ଟ୍ରାପରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି ।

ଅଦ୍ୟତନ ହୋଇଛି
Tiger Terror

Tiger Terror

Advertisment

ଗଜପତି ରାୟଗଡ଼ ବ୍ଲକ୍ ଅଁଳାବରରେ ମହାବଳ ଆତଙ୍କ। ଗାଁ ପାଖ ଜଙ୍ଗଲରେ ବୁଲୁଛି, ଗାଈଗୋରୁ ମାରି ଖାଉଛି। ଆଉ ତା’ର ପ୍ରମାଣ ବି ମିଳିଛି । ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା କ୍ୟାମେରା ଟ୍ରାପରେ ପୁରା ଘଟଣା କଏଦ ହୋଇଛି । ମହାବଳ ବାଘଟି ଏକ ଗାଈକୁ ମାରି ତା’ର ମାଂସ ଖାଉଥିବା ଜଣାପଡ଼ିବା ପରେ ଗାଁରେ ଖେଳିଛି କୋକୁଆ ଭୟ।

Advertisment

ଏ ସମ୍ପର୍କରେ ପାରଳାଖେମୁଣ୍ଡି ଏସିଏଫ୍ କହିଛନ୍ତି, ବାଘଟି ଗତ କିଛି ମାସ ହେଲା ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି। ମାସକ ତଳେ ଏ ମହାବଳଟି ମହେନ୍ଦ୍ରଗିରି ବନାଞ୍ଚଳ ଗଣ୍ଡାହାତୀରେ ଦେଖା ଦେଇଥିଲା। ହେଲେ ଦୁଇ ଦିନ ତଳେ ଏହା ଆନ୍ଧ୍ର ଜଙ୍ଗଲରେ ଥିଲା। ଏବେ ପୁଣିଥରେ ଗଜପତି ଜଙ୍ଗଲକୁ ଫେରିଛି । ବାଘ ପାଦ ଚିହ୍ନ ଓ କ୍ୟାମେରା ଟ୍ରାପରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି ।

ମହାବଳ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଗଠନ ହୋଇଛି ୫ଟି ସ୍ୱତନ୍ତ୍ର ଟିମ୍। ଏହାଛଡ଼ା ରାୟଗଡ଼, ନୂଆଗଡ଼ ଓ ଗୁମା ବ୍ଲକର ସମସ୍ତ ଗ୍ରାମବାସୀଙ୍କୁ ରାତିରେ ଘରୁ ନ ବାହାରିବା ସହ ଗାଈଗୋରୁଙ୍କୁ ହେପାଜତରେ ରଖିବାକୁ ସତର୍କ କରାଯାଇଛି।

Advertisment

କେବଳ ଗଜପତି ନୁହେଁ, ଏବେ କେନ୍ଦୁଝର ଓ ସମ୍ବଲପୁର ଜଙ୍ଗଲ ବି ମହାବଳଙ୍କ ନୂଆ ଠିକଣା ପାଲଟିଛି। ଶିମିଳିପାଳ ଜଙ୍ଗଲରୁ ଏକ ମହାବଳ ବାଘ ଆସି କେନ୍ଦୁଝର ଘଟଗାଁ ଅଞ୍ଚଳରେ ରହୁଥିବା ଦେଖିବାକୁ ମିଳୁଥିବା ବେଳେ ଛତିଶଗଡ଼ରୁ ଦେବ୍ରିଗଡ଼ ଅଭୟାରଣ୍ୟକୁ ନିଜ ନୂଆ ବାସସ୍ଥାନ କରିଛି ଆଉ ଏକ ମହାବଳ। ନିକଟ ଅତୀତରେ କ୍ୟାମେରା ଟ୍ରାପରେ ଏ ବାଘଗୁଡ଼ିକର ଉପସ୍ଥିତି ସ୍ପଷ୍ଟ ହୋଇଛି।

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ରାଜ୍ୟ ସରକାର ନିଜସ୍ୱ ବାଘ ଗଣନା କରୁଥିବାରୁ ଏବେ ରାଜ୍ୟର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଟ୍ରାପ ଲଗାଯାଇଛି। ଫଳରେ କିଛି ସ୍ଥାନରେ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି।

Advertisment

କେନ୍ଦ୍ର ସରକାରଙ୍କ ସଦ୍ୟତମ ବାଘ ଗଣନା ରିପୋର୍ଟ ଅନୁସାରେ, ୨୦୧୮ ତୁଳନାରେ ୨୦୨୨ରେ ଓଡ଼ିଶାର ବାଘ ସଂଖ୍ୟା ୨୮ରୁ ୨୦କୁ କମିଛି। ଏହାପରେ ନିକଟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନିଜସ୍ୱ ବାଘ ଗଣନା । ଏସବୁ ଭିତରେ ରାଜ୍ୟର ନୂଆ ନୂଆ ଜଙ୍ଗଲରେ ବାଘଙ୍କ ଉପସ୍ଥିତି ଜାନୁଆରୀରେ ପ୍ରକାଶିତ ହେବାକୁ ଥିବା ରାଜ୍ୟ ବାଘ ଗଣନା ରିପୋର୍ଟକୁ ବଳ ଯୋଗାଇବ ନିଶ୍ଚୟ।

Tiger
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ