Advertisment

ଗଜପତି ପରେ ଏବେ ନୂଆପଡ଼ାରେ ବି ବୁଲୁଛି ବାଘ, ଲୋକେ ଆତଙ୍କିତ

ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।

Tiger In Nuapada

Tiger In Nuapada

Advertisment

ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଗଡଗଡା ଅଞ୍ଚଳରେ ପୁଣି ଠାବ ହୋଇଛି ବାଘ । ଜିଲ୍ଲା ଉଦ୍ୟାନ ବିଭାଗର କର୍ମଚାରୀ ସୁନାବେଡାର ଏକ ତାଲିମ ଶିବିରକୁ ଯାଇ ଫେରୁଥିବାବେଳେ ସେମାନଙ୍କ କ୍ୟାମେରାରେ ବାଘଟି କଏଦ୍ ହୋଇଛି । ଦାଥୁନାମା ସେକ୍ସନର ପାଟଦରହା PRFର ଗଡ଼ଗଡା ଗାଁ ନିକଟରେ ଏହି ବାଘକୁ ଦେଖିବାକୁ ମିଳିଥିଲା। ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ସୁନାବେଡା ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଅନ୍ୟପଟେ କିଛି ଦିନ ପୂର୍ବରୁ ଗଜପତି ଜିଲ୍ଲାରେ ମଧ୍ୟ ବାଘ ବୁଲୁଥିବା ଦେଖାଯାଇଥିଲା । ମୋହନା ବ୍ଲକ ମଳାସପଦର ପଞ୍ଚାୟତରେ ବାଘକୁ ନେଇ ଲୋକେ ଭୟଭୀତ ଥିଲେ । ଡିମ୍ବିରିପଙ୍କଳ ଗାଁ ନିକଟରେ କିଛି ଲୋକ ବାଘକୁ ଦେଖିଥିବା ସୂଚନା ମିଳିଥିଲା । ଗାଁର ଆସେଲି ଗମାଙ୍ଗଙ୍କ ପତ୍ନୀ ମକା ଫସଲ ଜଗିଥିବା ବେଳେ ରାତିରେ ବାଘ ମଞ୍ଚାତଳେ ଶୋଇଥିବା ଦେଖିବାକୁ ପାଇଥିଲେ । ଜୋରରେ ପାଟି କରିବାରୁ ବାଘ ସେଠାରୁ ପଳାଇଯାଇଥିଲା ।

ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହା ମଧ୍ୟ ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି। ତେବେ ଏହି ଦୁଇଟି ସ୍ଥାନର ବାଘ ଅଲଗା ଅଲଗା ନା ସେହି ଗୋଟିଏ ବାଘ । ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Advertisment
Tiger
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ