Advertisment

ଶ୍ରୀମନ୍ଦିର ସମ୍ମୁଖରେ ହେବ ଶୀତତାପ ନିୟନ୍ତ୍ରିତ କରିଡର

ବର୍ତ୍ତମାନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି। ସେମାନଙ୍କ ସୁବିଧା ପାଇଁ ସ୍ପେଶାଲ କରିଡର ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ।

ଅଦ୍ୟତନ ହୋଇଛି
special corridor for srimandira

special corridor for srimandira

Advertisment

ଶ୍ରୀକ୍ଷେତ୍ରରେ କରାଯିବ ଶୀତତାପ ନିୟନ୍ତ୍ରଣ କରିଡର । ଭିତରେ ସବୁ ପ୍ରକାର ସୁବିଧା ରହିବ। ବର୍ଷ ସାରା କରିଡର ରହିବ। ଟନେଲ ସଦୃଶ କରିଡର କରାଯିବ। ମରିଚିକୋଟଠାରୁ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରଣ କରିଡରରେ ଯିବେ ଶ୍ରୀମନ୍ଦିର ସମସ୍ତ ଭକ୍ତ। ସେଥିପାଇଁ ଶ୍ରୀମନ୍ଦିରଠାରୁ ମରିଚିକୋଟ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଠାଯିବ।

Advertisment

ରଥଯାତ୍ରା ସମୟରେ ଏହି ଡେଡିକେଟେଡ୍ କରିଡର ହଟାଯିବ। ମରଚିକୋଟଠାରୁ ଏହି କରିଡର କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ପୁରୀ ଉପଜିଲ୍ଲାପାଳ। ମିଳି ଥିବା ଫିଡବ୍ୟାକ ମତରେ ଏଭଳି ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ହରଚଣ୍ଡୀ ସାହି, ବାସେଳି ସାହି, ମାର୍କେଣ୍ଡେଶ୍ୱର ସାହି, ଦୋଳମଣ୍ଡପ ସାହି ମାଟିମଣ୍ଡପ ସାହି କାଳିକାଦେବୀ ସାହି ଲୋକ କେମିତି ଯିବେ ସେନେଇ ପ୍ରଶ୍ନ ଉଠିଛି।

Odisha News Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ