Block Gherao
ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ସଂଘର ବ୍ଲକ ଘେରାଉ। ବଲାଙ୍ଗିର ମୁରିବାହାଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ବ୍ଲକ ଘେରାଉ କରାଯାଇଛି । ବ୍ଲକର ଆଦିବାସୀ କଲ୍ୟାଣ ସଂଘରେ ଆଦିବାସୀଙ୍କ ପରମ୍ପରା ଅନୁସାରେ ପୂଜା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶହ ଶହ ମହିଳା ଓ ପୁରୁଷ ଘେରାଉରେ ସାମିଲ ହୋଇଥିଲେ।
ବ୍ଲକ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ଦେଇଛନ୍ତି। ନକଲି ଆଦିବାସୀକୁ ଚିହ୍ନଟ କରି ହଟାଇବା, ଜବରଦଖଲ କରିଥିବା ଅଣ ଆଦିବାସୀଙ୍କ ଜମିକୁ ଚିହ୍ନଟ କରି ପ୍ରକୃତ ଆଦିବାସୀକୁ ପ୍ରଦାନ, ଜଙ୍ଗଲ ଅଧିକାର ଅନୁସାରେ ବସବାସ କରୁଥିବା ଲୋକଙ୍କୁ ଜମି ପଟ୍ଟା ପ୍ରଦାନ, ଲିଫ୍ଟ ଇରିଗେସନ ମାଧ୍ୟମରେ ପାଣି ଯୋଗାଇବା ସହ ଋଣ ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ଭଳି ୧୫ ଦଫା ଦାବି ନେଇ ବ୍ଲକ ଘେରାଉ କରିଥିଲେ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687577954.jpg)