Ambulance Driver
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ। ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦୁମୁରିଗୁଡ଼ାର ଗର୍ଭବତୀ ବତି ସାନ୍ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଏବେ ଚର୍ଚ୍ଚାରେ ଆମ୍ବୁଲାନ୍ସ କର୍ମଚାରୀ।
ବତି ସାନ୍ତାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ଡାକ୍ତରଖାନାରୁ ତୁରନ୍ତ ଏକ ଆମ୍ବୁଲାନ୍ସ ଦୁମୁରିଗୁଡ଼ା ଗାଁ ଅଭିମୁଖେ ବାହାରିଯାଇଥିଲା । ମାତ୍ର ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ଅଟକି ରହିଥିଲା ।
ପରେ ତାମିଲଛକରେ ଆମ୍ବୁଲାନ୍ସ ରଖି ଡୁମୁରିଗୁଡ଼ା ଗାଁକୁ ଚାଲି ଚାଲି ଆସିଥିଲେ ଆମ୍ବୁଲାନ୍ସ କର୍ମଚାରୀ । ପରିବାର ଲୋକଙ୍କ ସହାୟତାରେ ଷ୍ଟ୍ରେଚରରେ ବୋହି ଆଣି ଆମ୍ବୁଲାନ୍ସ ଯୋଗେ ପୋଡ଼ାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏପରି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709087571.jpg)